- ୨୪ ଘଣ୍ଟା ୨୪ ଖବର
୧ ଅକ୍ଟୋବର ୨୦୨୦, ବର୍ଷର ୨୭୫ତମ ଦିବସ, ୪୦ତମ ଗୁରୁବାର
୧) ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି। ଏହା ପ୍ରଭାବରେ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି।
୨) ସାରା ଦେଶରେ ସରକାର ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏ ନେଇ ଏକ ସର୍ଭେ କରାଯାଇଥିଲା। ସର୍ଭେ ମୁତାବକ ୭୧% ଅଭିଭାବକ ନିଜ ପିଲାମାନଙ୍କୁ ସ୍କୁଲକୁ ପଠାଇବାକୁ ଇଚ୍ଛୁକ ନୁହନ୍ତି। ନଅ ପ୍ରତିଶତ ଲୋକ ଏ ନେଇ ଅନିଶ୍ଚିତାରେ ରହିଛନ୍ତି। ଲୋକାଲ୍ ସର୍କଲ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଏହି ତଥ୍ୟଟି ସାମନାକୁ ଆସିଛି।
୩) ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ପକ୍ଷରୁ ଭାରତ ଓ ଅନ୍ୟ ସ୍ୱଳ୍ପ ତଥା ମଧ୍ୟମ ଆୟକାରୀ ରାଷ୍ଟ୍ରଙ୍କ ଲାଗି ୨୦୨୧ ଆରମ୍ଭରୁ ଅତିରିକ୍ତ ୧୦ କୋଟି ଟିକା ପ୍ରସ୍ତୁତ କରିବ ବୋଲି ସୂଚନା ଦେଇଛି। ଗାଭି ଭ୍ୟାକ୍ସିନ୍ ଆଲାଏନ୍ସ ଓ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ର ମିଳିତ ପ୍ରଚେଷ୍ଟାରେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଏହି ଟିକା ପ୍ରସ୍ତୁତ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
୫) ୧୯୫୯ ଏଲଏସି ସଂଜ୍ଞାକୁ ଚୀନ୍ ଗ୍ରହଣ କରୁଛି ବୋଲି କହିଛି । ତେବେ ଚୀନର ଏହି ବୟାନକୁ ଭାରତ ଦୃଢ଼ ବିରୋଧ କରିଛି । ଚୀନ ପକ୍ଷରୁ ଏକପାଖିଆ ଭାବେ ନିରୂପିତ ହୋଇଥିବା ୧୯୫୯ ମସିହାର ଏହି ସଂଜ୍ଞା ଭାରତ ଆଦୌ ଗ୍ରହଣ କରିବ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛି।
୬) ଚାନ୍ଦିପୁରରେ ଥିବା ଅନ୍ତରୀଣ ପରୀକ୍ଷଣ ଘାଟିରୁ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସ୍ର ବ୍ୟାବହାରିକ ପରୀକ୍ଷଣ। ଭାରତ ଓ ଋଷ ମିଳିତ ଜ୍ଞାନ କୌଶଳରେ ପ୍ରସ୍ତୁତ କ୍ଷେପଣାସ୍ତ୍ର ବ୍ରହ୍ମୋସ ୪୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷ୍ୟ ଭେଦ କରିପାରିବ।
୭) ବଜାରରୁ ଋଣ ଉଠାଇବା ଓ ଓଭର ଡ୍ରାଫ୍ଟ (ଓଡ଼ି) କରିବା ପାଇଁ ରାଜ୍ୟଗୁଡିକୁ ଅଧିକ ସମୟ ମିଳିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏଥିପାଇଁ ରାଜ୍ୟଗୁଡିକୁ ଅଧିକ ମହଲତ ଦେଇଛନ୍ତି। ଏହି ଅନୁଯାୟୀ ବଜାରରୁ ଋଣ ଉଠାଣ ଓ ଓଡି କରିବା ପାଇଁ ରାଜ୍ୟଗୁଡିକୁ ଅତିରିକ୍ତ ୬ ମାସ ସମୟ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ।
୮) ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍ ଭଙ୍ଗା ମାମଲାର ରାୟ ପ୍ରକାଶ ପାଇଛି। ମାମଲାର ଶୁଣାଣି କରି ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି କୋର୍ଟ।
୯) ୟୁପିଏସସି ପ୍ରିଲିମ୍ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାଖଲ ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏବେ ପରୀକ୍ଷା ଆୟୋଜନ ପାଇଁ ପଥ ପରିଷ୍କାର ହୋଇଛି।
୧୦) ପୂଜା ପୂର୍ବରୁ ଦେଶର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ଟ୍ରାକରେ ଗଡିବା ନେଇ ଆଇଆରସିଟିସି ପକ୍ଷରୁ ସୂଚନା ମିଳିଛି। ଆଇଆରସିଟିସି ଅକ୍ଟୋବର ୧୭ ତାରିଖଠାରୁ ତେଜସ୍ ଟ୍ରେନ ଚଳାଚଳ କରାଇବା ନେଇ ରେଳ ମନ୍ତ୍ରଣାଳୟକୁ ଅନୁମତି ମାଗିଛି।
୧୧) ବିଧାନସଭାରେ ପାରିତ ହୋଇଛି ସଂକ୍ରାମକ ରୋଗ ବିଲ ୨୦୨୦। ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଏହି ବିଲ ବିଧାନସଭାରେ ପାରିତ ହୋଇଛି । ଏହି ବିଲ ଅନୁଯାୟୀ କୋଭିଡ ନିୟମ ଉଲଂଘନ କଲେ ୧ଲକ୍ଷ ଟଙ୍କା ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି।
୧୨) ୨୦୨୦-୨୧ ଶିକ୍ଷାବର୍ଷ ଲାଗି ‘ସିବିଏସ୍ଇ’ ସ୍କୁଲ୍ ସମେତ ଗୁଜରାଟର ସମସ୍ତ ସ୍କୁଲ୍ରେ ୨୫% ଫି’ ଛାଡ଼।
୧୩) କରୋନା ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ଆସେସମେଣ୍ଟ ଇୟର ୨୦୧୯-୨୦ର ଆୟକର ରିଟର୍ଣ୍ଣ ଫାଇଲ୍ ଦାଖଲ କରିବାର ସମୟ ସୀମାକୁ ୨୦୨୦ ନଭେମ୍ବର ୩୦କୁ ବୃଦ୍ଧି କରିଛି ଆୟକର ବିଭାଗ।
୧୪) ନିଯୁକ୍ତି ଦାବିରେ ବଲାଙ୍ଗିର ବଡ଼ମାଲ୍ ଗୋଳାବାରୁଦ କାରଖାନା ଆଗରେ ବିସ୍ଥାପିତଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା। ହାଇକୋର୍ଟ ଓ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ହୋଇଛି ଦାବି।
୧୫) କରୋନାର ଦୃଢ଼ ମୁକାବିଲା କ୍ଷେତ୍ରରେ ଓଡ଼ିଶା ମଡେଲକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ(‘ହୁ’)ର ଉଚ୍ଚ ପ୍ରଶଂସା।
୧୬) କଟକ ଦୁର୍ଗା ମୂର୍ତ୍ତି ଉଚ୍ଚତା ବିବାଦ ନେଇ ମାମଲାର ଶୁଣାଣି ଅକ୍ଟୋବର ୯ ତାରିଖକୁ ଘୁଞ୍ଚିଲା। ଏନେଇ ଶୁଣାଣିକୁ ହାଇକୋର୍ଟ ୯ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।
୧୭) ଅକ୍ଟୋବର ମାସରେ ଭୁବନେଶ୍ଵର ଓ କଟକରେ ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଏଥିସହ ପ୍ରତ୍ୟେକ ଶନିବାର ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଛୁଟି ରହିବ।
୧୮) ଭାରତର ଅର୍ଥନୀତି ହେଉଛି ବିଶ୍ୱର ସବୁଠାରୁ ଖରାପ ପ୍ରଦର୍ଶନକାରୀ ଅର୍ଥନୀତି: ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ।
୧୯) ନନ୍ଦକାନନ ଖୋଲିବା ନେଇ ଆସିଲା ଗାଇଡଲାଇନ। ନନ୍ଦକାନନକୁ ଦିନକୁ ଯାଇପାରିବେ ସର୍ବାଧିକ ୧୫ ଶହ ଲୋକ।
୨୦) ଲଞ୍ଚ ହେଲା ନୂତନ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (SAI) ଲୋଗୋ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେଏହି ନୂଆ ଲୋଗୋ ଲଞ୍ଚ କରିଛନ୍ତି।
୨୧) ଆମେରିକା ନିର୍ବାଚନର ପ୍ରଥମ ବିତର୍କ ସଭାରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନଙ୍କ ମଧ୍ୟରେ ତୀବ୍ର କଥାକଟି ହୋଇଛି । ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ କରୋନା ସଙ୍କଟ ମୁକାବିଲାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଫଳ ହୋଇଥିବା ଅଭିଯୋଗ କରିବା ପରେ ଟ୍ରମ୍ପ ଭାରତ ସମେତ ଚୀନ ଓ ଋଷ ବିରୋଧରେ ତଥ୍ୟ ଲୁଚାଇବା ଭଳି ଗୁରୁତର ଅଭିଯୋଗ କରିଛନ୍ତି।
୨୨) ଯୁକ୍ତ ଦୁଇ ଇନ୍ଷ୍ଟାଣ୍ଟ ପରୀକ୍ଷା ଫର୍ମପୂରଣ ଅବଧିକୁ ଆଉ ୩ ଦିନ ବଢାଇ ଦିଆଯାଇଛି। ସେପ୍ଟେମ୍ବର ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ଥିଲା। ତେବେ ବହୁ ଛାତ୍ରଛାତ୍ରୀ ଆବେଦନ କରି ପାରି ନଥିବାରୁ ସମୟ ସୀମାକୁ ଅକ୍ଟୋବର ୧ ଯାଏଁ ବଢାଇ ଦିଆଯାଇଛି।
୨୩) ଶିମିଳିପାଳ ଜାତୀୟ ଉଦ୍ୟାନରେ ୧୬ରୁ ୨୧ଟି ମହାବଳ ବାଘ ଏବଂ ୩୩୦ଟି ହାତୀ ଅଛନ୍ତି ବୋଲି ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସୂଚନା। ୨୦୧୮ରେ ଏନଟିସିଏ କରିଥିବା ବାଘ ଗଣନା ଅନୁଯାୟୀ ଏହି ତଥ୍ୟ ମିଳିଛି।
୨୪) କରୋନା କଟକଣା ସହ ଅକ୍ଟୋବର ୨ରୁ ଚନ୍ଦକା-ଡମପଡା ହସ୍ତୀ ଅଭୟାରଣ୍ୟ ଖୋଲିବ ବୋଲି ଚନ୍ଦକା ଡିଏଫ୍ଓ କେଦାରନାଥ ସ୍ୱାଇଁ ସୂଚନା ଦେଇଛନ୍ତି। ହସ୍ତୀ ଅଭୟାରଣ୍ୟର ମୁଖ୍ୟ ପ୍ରବେଶ ପଥ ଗୋଡିବାରୀ, ଡେରାସ ଓ ଭରତପୁର ଖୋଲାଯିବ।