Home ସଂସ୍କୃତି କବିବର ରାଧାନାଥ ରାୟ

କବିବର ରାଧାନାଥ ରାୟ

21
0

ଆଜି କବିବର ରାଧାନାଥ ରାୟଙ୍କ ଜନ୍ମଦିବସ ।
୧୮୪୮ ସେପ୍ଟେମ୍ବର୨୮ରେ ଜନ୍ମିତ ଏହି କଵିମଉଡମଣି ମାତ୍ର ୫୯ ବର୍ଷରେ ୧୯୦୮ ଏପ୍ରିଲ ୧୭ ତାରିଖରେ ସ୍ବର୍ଗାରୋହଣ କରିଥିଲେ ।

ଆଧୁନିକ ଓଡ଼ିଆ କବିତାର ଉତ୍ତୁଙ୍ଗ ଶିଖର ରାଧାନାଥଙ୍କୁ ଉତ୍କଳୀୟ ସଂସ୍କ୍ରୃତି, ପରମ୍ପରା କଳୁଷିତ ଦୋଷରେ ଗୋପବନ୍ଧୁ, ନୀଳକଣ୍ଠ ଓଗେର ଖୁବ ସମାଲୋଚନା କରୁଥିଲେ ।

ଗୋପବନ୍ଧୁ ଲେଖିଥିଲେ
ଧଡିଆ ପଣ୍ଡିତ ମନ୍ୟ
ବାଉରୀସାହିରେ ଶୃଗାଳ କେଶରୀ ପ୍ରାୟ ହେଉଥାଏ ଗଣ୍ୟ !

ରାଧାନାଥ ଫକୀରମୋହନଙ୍କଠୁ ୫ ବର୍ଷ ସାନ ଓ ମଧୁସୂଦନ ରାଓଙ୍କଠାରୁ ୫ ବର୍ଷ ବଡ । ରାଧାନାଥ ବାରିଷ୍ଟର ମଧୁବାବୁଙ୍କଠୁ ମାତ୍ର ୫ ମାସ ସାନ ।

ତେବେ ଏ ଦୁଇ ବଙ୍ଗାଳୀ ଓଡିଆ, ଓଡିଶା ର ଭାଗ୍ୟବିଧାତା ।

ହଁ, ମଧୁବାବୁ ଖାଣ୍ଟି ଓଡ଼ିଆ ଜମିଦାର ପୁଅ ,କିନ୍ତୁ ବଙ୍ଗାଳୀ ସହାୟତାରେ ପଢିଲେ,ବଢିଲେ ,ବଙ୍ଗାଳୀ ଝିଅ ବାହାହେଲେ ,ଘରେ ଅନର୍ଗଳ ବଙ୍ଗାଳୀ କହିଲେ …..ତେବେ ସେ ଓଡିଶା କୁ ସ୍ବତନ୍ତ୍ର ପ୍ରଦେଶ କଲେ । ସେଥିପାଇଁ ସେ ସର୍ବସ୍ବ ତ୍ୟାଗକଲେ ।

ନଚେତ ସ୍ବାଧୀନତା ଆନ୍ଦୋଳନରେ ସଂଶ୍ଳିଷ୍ଟ ହୋଇଥିଲେ ସେ ଲାଲ ବାଲ ପାଲ ଗୋଖଲେ ,ଦାଦାଭାଇ ନାରୋଜୀ ଇତ୍ୟାଦିଙ୍କ ପରି ସର୍ବଭାରତୀୟ ନେତା ହୋଇଥାନ୍ତେ ।

ରାଧାନାଥଙ୍କ ବାପଜେଜେ ଓଡିଶା ମାଟିପାଣିପବନକୁ ଆପଣେଇଥିଲେ । ରାଧାନାଥ ବି । ମାତ୍ର ପ୍ରଚଣ୍ଡ ପ୍ରତିଭାଶାଳୀ ସାରସ୍ବତ ସାଧକ ରାଧାନାଥ ବଙ୍ଗଳାରେ କବି ହେବାକୁ ଚାହୁଥିଲେ । ମାତ୍ର ଭୂଦେବ ଗୋସ୍ବାମୀଙ୍କ ତାଡନାରେ ସେ ଓଡିଆରେ ଲେଖିଲେ ।

ଓଡିଆରେ ଲେଖିଲେ ଯେ ସେ ଓଡ଼ିଶାର, ଓଡ଼ିଆ ର ଶ୍ରେଷ୍ଠ କବି ,ରାଷ୍ଟ୍ର କବି , ସତ୍ୟନିଷ୍ଠ କବି । ଓଡିଶାର ଗାଁ ଗାଁ, ଘର ଘର , ଘଟଣା ଦୁର୍ଘଟଣା , ଇତିହାସ ଭୂଗୋଳ ସବୁ ତାଙ୍କ କାବ୍ୟପ୍ରୃଷ୍ଠାରେ ଜ୍ଵଳନ୍ତ, ଜୀବନ୍ତ, ମୂର୍ତ୍ତିମନ୍ତ ,ଶାଶ୍ବତ, ସୁବର୍ଣ୍ଣ ମୟ , ସ୍ବପ୍ନମୟ, ପରୀରାଇଜର ଶୁଆଶାରୀ କଥା ।

ଗୋଟେ ଉଦାହରଣ —
ଚୋଡଗଙ୍ଗଦେବ ବିଡାନାସୀ କଟକ ଅବରୋଧ କରିଛନ୍ତି । ମାସ ମାସ ଧରି ଯୁଦ୍ଧ ଲାଗିଛି। ଉତ୍କଳ ସମ୍ରାଟ ସୁବର୍ଣ୍ଣକେଶରୀଙ୍କ ତରଫରୁ ଓଡିଶାର ସବୁ ଅଞ୍ଚଳ ରାଜାରାଜୁଡା ଯୋଗଦେଇଛନ୍ତି । ତାକୁ ରାଧାନାଥ ତାଙ୍କ ନନ୍ଦିକେଶରୀ କାବ୍ୟରେ ଏମିତି ବର୍ଣ୍ଣନା କରିଛନ୍ତି

ସମଗ୍ର ଉତ୍କଳୁ କେତେ ମହାବୀର
ରଣାଙ୍ଗନେ ଆସି ଦେଲେ ନିଜ ଶିର ,
ତାଳୀବନ-ଶ୍ୟାମ କନିକା,କୁଜଙ୍ଗ
ମରିଚ ହରିଶପୁର ଅସ୍ତରଙ୍ଗ,
ବରାହପାଳିତ ବାଲିପୂର୍ଣ୍ଣ ଆଳି
କ୍ଷତ୍ରିବ୍ରୃନ୍ଦ ଯାର ମହାବୀର୍ଯ୍ୟଶାଳୀ ,
ପବିତ୍ର ତୁଳସୀକ୍ଷେତ୍ର ବହି ମୁଦ
ବିରାଜନ୍ତି ଯହିଁ ପ୍ରଭୁ ହଳାୟୁଧ ,
ଅସୁର-ଈଶ୍ବର ଯହିଁ ରକ୍ତପାନ
ନିତ୍ୟକରେ ଚଣ୍ଡୀ ତ୍ରୃଷାର୍ତ୍ତ କ୍ରୃପାଣ ,
ଶାଳିପୁର ଯହିଁ ଚିତ୍ରୋତ୍ପଳା ନୀର
ପୂତ ଅଭିଷେକେ ଶ୍ରୀଭଗବତୀର ,
ବହୁଦ୍ବାରଶୋଭୀ ପୁର ଚଉଦ୍ବାର
ଉତ୍ତରକୋଶଳା-ମୌଳି-ଅଳଙ୍କାର
ସ୍ନେହ ବଢାଇଲେ ବଳାରାତିପ୍ରିୟା
ଯା କଟକ ଟେକ ଟଙ୍କିଳ ଛତିଆ ,
ବିନାୟକଶୈଳ ଦର୍ପ ଦର୍ପଣୀର ,
ଉପବୀତ ଯାର ଶୁଭ୍ର ଝର-ନୀର

  • Hullasa Behera

Hullasa Behera picks

LEAVE A REPLY

Please enter your comment!
Please enter your name here