Home ଖାଦ୍ୟ ଓ ସ୍ୱାସ୍ଥ୍ୟ ସଜନା ଗଛକୁ ପଡିବାକୁଯାଉଛି ଘୋର ବିପଦ

ସଜନା ଗଛକୁ ପଡିବାକୁଯାଉଛି ଘୋର ବିପଦ

149
0

ସଜନା ଗଛକୁ ପଡିବାକୁଯାଉଛି ଘୋର ବିପଦ | ଭାରତରୁ ନିପାତ ହୋଇଯାଇପାରେ ଅତି ଉପକାରୀ ସଜନା ଗଛ |

ଏ ବର୍ଷ ସାଁବାଳୁଆ ବି ଖାଇବାକୁ ପାଇବେନି ସଜନା ପତ୍ର | ସବୁ ପତ୍ର ଖାଇଯିବେ ଭାରତୀୟ ଲୋକେ | କେଜିଏ ସଜନା ପତ୍ରର ଦାମ 5 ଶହରୁ ଏକ ହଜାର ଟଙ୍କା ହେବାର ସମ୍ଭାବନା |

ଏବେ ସଜନା ଛୁଇଁ କିଲୋ ପିଛା 300 ଟଙ୍କାରେ ବିକ୍ରି ହେଉଛି ବଜାରରେ | ଚିନ୍ତାର ବିଷୟ ହେଉଛି ସଜନା ଗଛରେ ଆବଶ୍ୟକ ପରିମାଣର ପତ୍ର ନରହିଲେ, ଏଥିରେ ଫୁଲ ଫୁଟିବନି କି କଷି ମଧ୍ୟ ଧରିବନି, ଫଳରେ ଭବିଷ୍ୟତରେ ବଜାରରେ ସଜନା ଛୁଇଁ ଉପଲବ୍ଧ ହେବା ନେଇ ଆଶଙ୍କା ଉପୁଜିଛି, ଏପରିକି ପତ୍ର ଅଭାବରୁ ମୃତ୍ୟୁ ମୁଖରେ ମଧ୍ୟ ପଡିପାରେ ସଜନା ଗଛ |

କଥାରେ ଅଛି ଦେଖା ଶିଖା ଭାରତ | ଭାରତରେ ବିଶେଷକରି ହିନ୍ଦୁ ମୁସଲମାନ ବହୁଳ ଏସିଆ ମହାଦେଶରେ ଅନ୍ଧ ଭକ୍ତି ଓ ନାୟକ ପୂଜା ପରମ୍ପରାର ପ୍ରାବଲ୍ୟ ଅଧିକ | ଏଠାକାର ଅଧିକାଂଶ ଲୋକେ କିଛି ନବୁଝି ନଶୁଝି ଅନ୍ଧଭାବେ ସେମାନଙ୍କର ପ୍ରିୟ ହୀରୋ ହୀରୋଇନ ମାନଙ୍କୁ ଅନୁସରଣ କରନ୍ତି |

ଏସିଆ ମହାଦେଶର ଲୋକେ ବିଶେଷକରି ଭାରତ ପାକିସ୍ଥାନ ବାଂଲାଦେଶର ହିନ୍ଦୁ ମୁସଲିମ ଖ୍ରିଷ୍ଟିୟାନ ଲୋକମାନେ ଅତିମାତ୍ରାରେ ଧର୍ମ ବିଶ୍ୱାସୀ ହୋଇଥିବାରୁ ସେମାନେ ଥରେ ଯେଉଁ କଳାକାରଙ୍କୁ ତାଙ୍କର ପ୍ରିୟ ଓ ଆଦର୍ଶ ବୋଲି ମାନି ନିଅନ୍ତି, ସେମାନେ ତାଙ୍କର ଖାଦ୍ୟ ପେୟ ପୋଷାକ ପରିଚ୍ଛଦ ଚାଲି ଚଳଣୀ ହେୟାର ଷ୍ଟାଇଲକୁ ଅନୁସରଣ କରନ୍ତି | ସେମାନେ କସ୍ମୀନକାଳେ ଏ କଳାକାରମାନଙ୍କ ଉଚ୍ଚାରଣ ଓ ଆଚରଣର ଭିନ୍ନତାକୁ ପରଖନ୍ତି ନାହିଁ |

ଏ କଳାକାର ମାନେ ଯେ ବିଷକୁମ୍ଭ, ଏମାନଙ୍କ ମୁହଁରେ ମଧୁର ପେଟରେ ପେଟେ ହଳାହଳ ବିଷ ଲୁଚିକରିଥାଏ, ଏମାନଙ୍କ ବ୍ୟକ୍ତିଗତ ଜୀବନ ଯେ ନାନାଦି କାଳିମାମୟ ଓ ଲାଂଛନାପୂର୍ଣ୍ଣ ସେକଥା ବୁଝିବାକୁ ଅଥବା ଜାଣିବାକୁ ଚାହାନ୍ତି ନାହିଁ ଏ ଅଳିଆ ମହାଦେଶର ଲୋକେ |

ଫଳରେ ପ୍ରତିଟି ସମୟରେ ନାନାଦି ପରାଭବ ଭୋଗନ୍ତି ଏମାନେ, ଏମାନଙ୍କ ମୁଖାପିନ୍ଧା ହୀରେମାନଙ୍କୁ ଅନୁକରଣ କରି | ଏବେ ଅବଶ୍ୟ ଏସୀୟ ଲୋକଙ୍କ ମାନସିକତାରେ ବହୁଳ ପରିବର୍ତ୍ତନ ଦେଖିବାକୁ ମିଳୁଛି, ଏମାନେ ଅନ୍ଧାନୁସରଣରୁ ଧିରେ ଧିରେ ଦୁରେଇ ଯାଉଛନ୍ତି |

ପ୍ରାୟ ତିନି ଦଶନ୍ଧି ପୂର୍ବେ ତାମିଲ ଭାଷାରେ ଗୋଟେ ସିନେମା ଆସିଥିଲା | ସେଥିରେ ହିରୋଇନ ତାଂକର ଜଣେ ସାଙ୍ଗର ପରାମର୍ଶରେ ତାଙ୍କର ରତି ବିମୁଖ ସ୍ୱାମୀକୁ ସଜନା ଛୁଇଁ ଖାଇବାକୁ ଦେଲାରୁ ତାଙ୍କ ସ୍ୱାମୀଙ୍କର ରତି ଶକ୍ତି ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ହୋଇଗଲା ଓ ସର୍ବଦା ମନମାରି ରହୁଥିବା ହିରୋଇନ ଜଣକ କିପରି ଅତି ରତି ସୁଖ ପାଇ ପରମ ତୃପ୍ତି ଲାଭ କରିଛନ୍ତି, ସେହି କଥା ଦର୍ଶକଙ୍କ ଆଗରେ ବିନା ବାକ୍ୟବ୍ୟୟରେ ଅଙ୍ଗଭଙ୍ଗୀ ମାଧ୍ୟମରେ ଉପସ୍ଥାପିତ କକିବାକୁ ଫିଲ୍ମର ନିର୍ଦେଶକ ନାୟିକାଙ୍କୁ ନିର୍ଦେଶ ଦେଇଛନ୍ତି

ଓ ନାୟିକା ତରକାରୀ ପାଇଁ ସଜନା ଛୁଇଁ କାଟୁ କାଟୁ ସଜନାଛୁଇଁ ପାଇଁ ତାଙ୍କ ସ୍ୱାମୀଙ୍କଠାରେ ସବଳ ହୋଇଯାଇଥିବା ପୌରୁଷତ୍ୱ ଓ ସେଥିଯୋଗୁ ସେ ପାଉଥିବା ରତି ସୁଖକୁ ମନେ ପକାଇ ଟିକିଏ ଅଳସ ଭାଙ୍ଗି ଏ କଥାକୁ ଦର୍ଶକଙ୍କ ଆଗରେ ଉପସ୍ଥାପିତ କରିଦେଇଛନ୍ତି |

ବାସ୍, ଲୋକଙ୍କର ପ୍ରିୟ ହିରୋଇନଙ୍କରଗୋଟାଏ ଫିଲ୍ମରେ ମାତ୍ର ଏଇ ପନ୍ଦର ସେକେଣ୍ଡର କାମଜ ଅଳସ ଭଙ୍ଗୀ ସପ୍ତାହକ ମଧ୍ୟରେ ସଜନା ଛୁଇଁ ର ଦର ପନ୍ଦରଗୁଣା ବଢାଇ ଦେଲା ତ ଦେଲା, ବଜାରରେ ଆଉ ସଜନା କଷିଟେ ବି ଉପଲବ୍ଧ ହେଲାନି ଅନେକ ଦିନ ଧରି |

ସଜନାର ବହୁ ଉପକାରୀ ଗୁଣ ଅଛି | ଏହାର ଶାଗ ବହୁ ମାତ୍ରାରେ ଶରୀରର ଇମ୍ୟୁନ ପାୱାର ବଢାଇବାରେ ସାହାଯ୍ୟ କରିଥାଏ, ଶରୀରରେ ଆଇରନ୍ ବଢାଏ, ଉଭୟ ଉଚ୍ଚ ଓ ନିମ୍ନ ରକ୍ତଚାପ କୁ ନିୟନ୍ତ୍ରଣ କରିବାରେ ସହାୟକ ବି ହୁଏ , ଏମିତି ବହୁ କଥା ଲୋକମୁଖରେ ଶୁଣିବାକୁ ମିଳେ , ସଜନା ଶାଗର ପ୍ରଶସ୍ତି ହିସାବରେ |

ସଜନାକୁ ଇଂରାଜୀରେ ମୋରିଙ୍ଗା କୁହାଯାଏ | ସଜନା ପତ୍ରର ଏପରି ସ୍ୱାସ୍ଥ୍ୟ ପ୍ରଦ ଗୁଣ କଥା ଶୁଣି ଏବେ ବିଶ୍ୱର ସବୁ ଦେଶରେ ପ୍ରାୟ ମୋରିଙ୍ଗାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଯିବା ଆରମ୍ଭ ହୋଇଯାଇଛି |

ଆମର ପ୍ରିୟ ପ୍ରଧାନ ମନ୍ତ୍ରୀ ତାଙ୍କ ପିଲାବେଳୁ ଆଜି ପର୍ଯ୍ୟନ୍ତ ନିୟମିତ ସଜନାପତ୍ର ପରଠା ଖାଆନ୍ତି ଓ ତାଙ୍କ ଫିଟ୍ ଇଣ୍ଡିଆ ସନ୍ଦେଶରେ ମଧ୍ୟ ଏକଥା କୁହାଯାଇଛି | ଏହା ଶରୀରର ଇମ୍ୟୁନ ପାୱାର କୁ ବହୁଗୁଣିତ ଓ ଶକ୍ତିଶାଳୀ କରେ ବୋଲି କୁହାଯାଉଛି |

ଆସନ୍ତୁ ଜାଣିବା କେମିତି ତିଆରିହୁଏ ସଜନାପତ୍ର ପରଠା :

ଆବଶ୍ୟକ ଜିନିଷ –
୧. ଆଞୁଳାଏ ସଜନା ପତ୍ର
୨. ଚାମଚେ ଜୁଆଣି
୩. ଅଧ ଚାମଚେ ଲଙ୍କା ଗୁଣ୍ଡ
୪. ଅଧ ଚାମଚେ ହଳଦୀ ଗୁଣ୍ଡ
୫. ୨ ଟା କଞ୍ଚା ଲଙ୍କା
୬. ଲୁଣ
୭. ଅଳ୍ପ ଟିକେ ତେଲ ବା ଘିଅ
୮. ଅଢେଇଶ ଗ୍ରାମ ଅଟା

ତିଆରି ପ୍ରଣାଳି :

ପ୍ରଥମେ ସଜନା ଶାଗକୁ ଭଲଭାବେ ପରିଷ୍କାର କରି ଧୋଇ ଦେବ |
ପୁରା ପାଣି ନିଗିଡି ଗଲା ପରେ ପତ୍ରକୁ କାଟି ଦେବ|
ତାପରେ ଅଟା ଜୁଆଣି ହଳଦି ଲୁଣ ପାଣି ମିଶାଇ ଚକଟି ତାକୁ ଗୁଳା କରି ବେଲି ଦେବ |

ତାପରେ ତାୱାରେ ଟିକେ ତେଲ କିମ୍ୱା ଘିଅ ଦେଇ ଇଭୟ ପାଖ ଲାଲ ହେଇ ଆସିବା ପର୍ଯ୍ୟନ୍ତ ଶେକି ଦେବ, ଯେମିତି ପରଠା କରାଯାଏ | ତା ପରେ ତାକୁ ପୋଦିନା ଚଟଣି କିମ୍ୱା ଦହି ଇତ୍ୟାଦି ସହ ଲଗେଇକି ଖାଇବ |


ଆମ ପ୍ରଧାନମନ୍ତ୍ରୀ ତାଙ୍କ ପିଲାବେଳୁ ଆଜିଯାଏ ସପ୍ତାହକୁ ଦୁଇ ଚାରିଥର କୁଆଡେ ଏ ସଜନାପତ୍ର ପରଠା ଖାଇଆସୁଛନ୍ତି ଏବଂ ସୁସ୍ଥ ସବଳ ଅଛନ୍ତି | ଏ ବୟସରେ ବି ଯୁବକଙ୍କ ଭାଳି ସମଗ୍ର ବିିଶ୍ବ ଭ୍ରମଣ କରୁଛନ୍ତି ।

ହଁ ଆମେ ଯଦି ସଜନା ଗଚ୍ଛ ଟିଏ ନ ଲଗାଇ କେବଳ ଏହାର ପତ୍ର ଓ ଫଳ ଖାଇବା ତାହେଲେ ସଜନା ଗଚ୍ଛ ହୁଏତ ବିପଦ ରେ ପଡିବ। କିନ୍ତୁ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ଏ ଫିଟନେସ୍ ସନ୍ଦେଶ ର ପ୍ରଚ୍ଛନ୍ନ ଉଦ୍ଦେଶ୍ଯ ହେଉଛି ପ୍ରତ୍ୟେକ ଲୋକ ସୁବିଧା ଥିଲେ ଏପରି ବହୁ ଉପକାରୀ ଗଛ ଟିଏ ନିଶ୍ଚୟ ଲଗାଇବେ, ଯାହା ଦେଶର ପୁଷ୍ଟି ନିରାପତ୍ତା କୁ ସୁଦୃଢ଼ କରିବ।

ତେଣୁ ପ୍ରତ୍ୟେକ ଲୋକ ନିଜ ବିଲବାଡିରେ ସଜନା ଗଛଟିଏ ଲଗାଇବା ଉଚିତ୍ ।

LEAVE A REPLY

Please enter your comment!
Please enter your name here