Home ଜୀବନ ବେଦ ଏସ.ଭି .ଏମ କଲେଜ ଛାତ୍ରୀ ଜ୍ୟୋତିର୍ମୟୀଙ୍କ ଜ୍ୟୋତିରେ ଓଡିଶା ଆଜି ଉଦ୍ଭାସିତ

ଏସ.ଭି .ଏମ କଲେଜ ଛାତ୍ରୀ ଜ୍ୟୋତିର୍ମୟୀଙ୍କ ଜ୍ୟୋତିରେ ଓଡିଶା ଆଜି ଉଦ୍ଭାସିତ

997
0

ଏସ ଭି ଏମ କଲେଜ ଛାତ୍ରୀ ଜ୍ୟୋତିର୍ମୟୀ ପାଇବେ ଶାନ୍ତି ସ୍ୱରୂପ ଭଟ୍ଟନାଗର ଆୱାର୍ଡ

ଜ୍ୟୋତିର୍ମୟୀଙ୍କ ଜ୍ଞାନ ଜ୍ୟୋତିରେ ଓଡିଶା ଆଜି ଉଦ୍ଭାସିତ |
ଜ୍ୟୋତିର୍ମୟୀ ଜଗତସିଂହପୁର ଜିଲ୍ଲାର SVM College ର କେମେଷ୍ଟ୍ରି ଅନର୍ସ ଛାତ୍ରୀ |

ସେ ରେଭେନସା ବିଶ୍ୱ ବିଦ୍ୟାଳୟରୁ ଏମ ଏସସି କରିଥିଲେ |
ତାଙ୍କର ପିତା ବସନ୍ତ କୁମାର ଦାଶ ଓ ମାତା ପୁଷ୍ପା ମିଶ୍ର ଉଭୟ ଶିକ୍ଷକ |

ଜ୍ୟୋତିର୍ମୟୀ ଜଗତସିଂହପୁର ଜିଲ୍ଲା ମାନପୁର ଗ୍ରାମର ଯୋଗେନ୍ଦ୍ରନାଥ ୟୁପି ସ୍କୁଲ, ତରିକୁନ୍ଦ ହାଇସ୍କୁଲରେ ପାଠ ପଢିଥିଲେ |

ବିଜ୍ଞାନକ୍ଷେତ୍ରରେ ଭାରତର ନୋବେଲ ପ୍ରାଇଜ ଭାବେ ବିଚାର କରାଯାଉଥିବା ଶାନ୍ତି ସ୍ୱରୂପ ଭଟ୍ଟନାଗର ଆୱାର୍ଡ ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ଝିଅ |

ଶାନ୍ତି ସ୍ୱରୂପ ଭଟ୍ଟନାଗର ଆୱାର୍ଡ ମୁଖ୍ୟତଃ ସାତଟି ବିଭାଗରେ ଯଥା ବୟୋଲୋଜି, କେମେଷ୍ଟ୍ରି,ଏନଭାର୍ନମେଣ୍ଟ ସାଇନ୍ସ, ଇଂଜିନିୟରିଂ, ମାଥମେଟିକସ,ଫିଜିକ୍ସ ଓ ମେଡିସିନ କ୍ଷେତ୍ରରେ ରିସର୍ଚ ଓ ଡେଭେଲପମେଣ୍ଟରେ ବିଶେଷ ଅବଦାନଥିବା 45 ବର୍ଷରୁ କମ୍ ଯୁବ ବିଜ୍ଞାନୀମାନଙ୍କୁ ଦିଆଯାଇଥାଏ |

କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ପ୍ରତି ବର୍ଷ ଏହି ଆୱାର୍ଡ ପ୍ରଦାନ କରିଥାଆନ୍ତି |

ପ୍ରଫେସର ଡ. କୁମାରୀ ଜ୍ୟୋତିର୍ମୟୀ ଦାଶ ତାଙ୍କର ରିସର୍ଚ, RNA Structures and their functions ପାଇଁ ଚଳିତ ବର୍ଷର ବିଜ୍ଞାନ କ୍ଷେତ୍ରର ସର୍ବୋଚ ଭାରତୀୟ ସମ୍ମାନ – ଶାନ୍ତି ସ୍ୱରୂପ ଭଟ୍ଟନାଗର ସମ୍ମାନରେ ସମ୍ମାନୀତ ହେବାକୁ ମନୋନୀତ ହୋଇଛନ୍ତି |

ସେ ଏପରି ସମ୍ମାନଜନକ ଆୱାର୍ଡ ପାଇବାରେ ପ୍ରଥମ ଓଡିଆ ଝିଅ | ସେ ପୁଣି କେମିଷ୍ଟ୍ରୀ ଅନର୍ସ ନେଇ ପାଠ ପଢୁଥିଲେ ଜଗତସିଂହପୁର ଜିଲ୍ଲାର ଏସଭିଏମ କଲେଜରେ , 1995 ବ୍ୟାଚରେ |

ଆଜିକାଲି ବହୁ ପିଲା ଓ ଅଭିଭାବକ ମାନଙ୍କର ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କ ପ୍ରତି ଥିବା ଗୋଟାଏ ଅଦ୍ଭୁତ ହେୟଜ୍ଞାନ ମାନସିକତାକୁ ଜ୍ୟୋତିର୍ମୟୀଙ୍କ ଜ୍ଞାନ ଜ୍ୟୋତି ଏକନୂତନ ଦିଗଦର୍ଶନ ଦେବ ନିଶ୍ଚୟ |

ପରବର୍ତ୍ତୀ ସମୟରେ ଜ୍ୟୋତିର୍ମୟୀ ଆଇ ଆଇ ଟି କାନପୁରରୁ ଅର୍ଗାନିକ୍ କେମେଷ୍ଟ୍ରିରେ ପିଏଚଡି କରିବା ପରେ କୋଲକାତାର Indian Association for Cultivation of Science ( IACS ) ରେ ରିସର୍ଚ କାର୍ଯ୍ୟରେ ନିୟୋଜିତ ଥିଲେ |

ସେ ବିଭିନ୍ନ ସମୟରେ ଜର୍ମାନୀ, ଫ୍ରାନ୍ସ, ଇଂଲଣ୍ଡ ଈତ୍ଯାଦିର ବିଭିନ୍ନ ବିଶ୍ୱବିଦ୍ୟାଳୟ ରୁ ଫେଲୋସିପ୍ ପାଇ ତାଂକର ପୋଷ୍ଟ ଡକ୍ଟରେଟ ରିସର୍ଚ୍ଚ କରିଛନ୍ତି।

ଏଥି ପୂର୍ବରୁ ତାଙ୍କର ବହୁ ଗବେଷଣାତ୍ମକ ନିବନ୍ଧ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି |

ଜ୍ୟୋତିର୍ମୟୀଙ୍କ ଜ୍ୟୋତି ଆଜି ଏସ ଭି ଏମ କଲେଜର ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ବିଶେଷ ଭାବେ ଗୌରବାନ୍ୱିତ କରିବା ସହ ସମଗ୍ର ଓଡିଶାବାସୀଙ୍କୁ ମଧ୍ୟ ଗୌରବାନ୍ୱିତ କରିଛି |

ଶାନ୍ତି ସ୍ୱରୂପ ଭଟ୍ଟନାଗର ଆୃୱାର୍ଡ ବାବଦକୁ ସେ 15 ଲକ୍ଷ ଟଙ୍କା ଓ ତାଙ୍କୁ 65 ବର୍ଷ ବୟସ ହେବା ପର୍ଯ୍ୟନ୍ତ ମାସିକ 15 ହଜାର ଚଙ୍କା ଲେଖାଏ ଷ୍ଟାଇପେଣ୍ଡ ପାଇବେ |

କ୍ରିକେଟ୍ ଗ୍ରାଉଣ୍ଡରେ ଗୋଟିଏ ଛକା ପାଇଁ ପୁରସ୍କାର ଇତ୍ୟାଦି ବାବଦକୁ ଆମେ ଭାରତୀୟମାନେ ଯେତିକି ଟଙ୍କା ବ୍ୟୟକରି ଖୁସି ହେଉ, ତାର କାଣିଚାଏ ମଧ୍ୟ ଆମେ ରିସର୍ଚ ଆଣ୍ଡ ଡେଭେଲପମେଣ୍ଚ ରେ ଖର୍ଚ କରିବାକୁ ଉଚିତ ମଣୁନା |

ଭାରତୀୟ ସରକାରମାନଙ୍କର ଏଇ ମାନସିକ ଦେବାଳିଆ ଦୂରଦୃଷ୍ଟିହୀନ ମାନସିକତା ଆମକୁ ଆମ ଲୁହାପଥରକୁ, ବକ୍ସାଇଟକୁ ବିଦେଶକୁ ବିକି ଦେଇ, ଫ୍ରାନସରୁ ରାଫେଲ, ଆମେରିକାରୁ ରିଆକ୍ଟର, ଋଷିଆରୁ କୋଭିଡ ଟିକା, ଚାଇନାରୁ ଚାଓମିନ ପର୍ଯ୍ୟନ୍ତ କିଣିବାକୁ ବାଧ୍ୟକରେ ,

ଏପରିକି ପାତ୍ର ବାବୁଙ୍କ ପରି ବୈଷୟିକ ଅପାତ୍ର ମଧ୍ୟ ନାଲକୋ ସିଏମଡି ହୋଇ ବକ୍ସାଇଟକୁ ଚୁରି ଆଲୁମିନା ପାଉଡର କରି ବିଦେଶକୁ ବିକି ଦେଇ ବି ନବ ରତ୍ନ ଉଦ୍ଦ୍ଯୋଗ ମାନ୍ୟତା ପାଆନ୍ତି,

ଆମେ ଭାରତୀୟମାନେ ଆଲମୁନିୟମ କଡେଇ ଖଣ୍ଡେ କି ଆଲୁମିନିୟମ ଝରକା ରେଲିଂ ଖଣ୍ଡେ ପାଇଁ ବି ଚାଇନା ଉପରେ ନିର୍ଭରଶୀଳ ରହୁ, ଆମ ପିଲାମାନେ ରିସର୍ଚ କରିବାପାଇଁ ବିଶ୍ୱ ସାରା ବୁଲି ବାର ଦୁଆର ତେର ପିଣ୍ଢା ହୁଅନ୍ତି |

LEAVE A REPLY

Please enter your comment!
Please enter your name here