ମୁକରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 5,49,700 ଟଙ୍କା ଦାନ କରିଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ଓ ଧର୍ମଶାଳା ବ୍ଲକର ନିମ୍ନ ପ୍ରାଥମିକ ଓ ନିମ୍ନ ମାଧ୍ୟମିକ ଶିକ୍ଷକ ସମାଜ |
ସେପ୍ଟେମ୍ୱର 24 ତାରିଖ ଦିନ ଯାଜପୁରର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ପୃଥକ ପୃଥକ ଭାବେ ଭେଟି ଧର୍ମଶାଳା ନିମ୍ନ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏହାର ସଭାପତି ସୁବାସ ଚନ୍ଦ୍ର ବେହେରା, ସମ୍ପାଦକ ହୃଷୀକେଶ ସାମଲ, ଉପଦେଷ୍ଟା ଜଗନ୍ନାଥ ସାମନ୍ତରାୟ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ 60 ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିବାବେଳେ , ରସୁଲପୁର ବ୍ଲକର ପ୍ରାଥମିକ ଓ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ତରଫରୁ ଏହାର ସମ୍ପାଦକ ମହେନ୍ଦ୍ର ମଲ୍ଲିକ ତଥା ସଂଘର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 4,89,700 ଟଙ୍କାର ଚେକ୍ ପ୍ରଦାନ କରିଥିଲେ |
କରୋନା ମହାମାରୀ ଓ ଯାଜପୁର ବନ୍ୟା ବିପତ୍ତି ସମୟରେ ଯାଜପୁର ଶିକ୍ଷକ ସମାଜର ଏ ବଦାନ୍ୟତା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିବାବେଳେ, ଯାଜପୁରର ବନ୍ୟା ତଥା କରୋନା ପ୍ରପିଡିତ ସ୍ଥାନୀୟ ଗରିବ ଜନ ସାଧାରଣ ଏ ଦୁଇ ବ୍ଲକର ଶିକ୍ଷକ ସମାଜର ଏତାଦୃଶ ନିସ୍ୱାର୍ଥପର ସେବା ମନୋଭାବର ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତର ଯେକୌଣସି ବିପତ୍ତି ସମୟରେ, ସରକାର ପହଞ୍ଚିବା ପୂର୍ବରୁ, ଏ ଈଶ୍ୱରତୁଲ୍ୟ ଶିକ୍ଷକ ସମାଜ ନିଶ୍ଚୟ ସେମାନଙ୍କ ଦୁଆରେ ତ୍ରାଣକର୍ତ୍ତା ଭାବେ ଉପସ୍ଥିତ ରହିବେ ବୋଲି ଆଶା ପୋଷଣ କରି ଆଶ୍ୱସ୍ଥ ହୋଇଛନ୍ତି |
