Home ୨୪ ଘଣ୍ଟା ୨୪ ଖବର ପୁଲିସର କରୋନା ଜରିମାନା : ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ମାମଲା ରୁଜ୍ଜୁ...

ପୁଲିସର କରୋନା ଜରିମାନା : ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ମାମଲା ରୁଜ୍ଜୁ କଲେ ଆଇନଜୀବୀ

41
0
  • ୨୪ ଘଣ୍ଟା ୨୪ ଖବର –

୨୫ ସେପ୍ଟେମ୍ବର ୨୦୨୦, ବର୍ଷର ୨୬୯ତମ ଦିବସ, ୩୯ତମ ଶୁକ୍ରବାର

୧) ବଢିଲା ନୋବେଲ୍ ପୁରସ୍କାର ଅର୍ଥରାଶି: ଏ ବର୍ଷ ନୋବେଲ୍ ବିଜେତାମାନେ ୧,୧୦, ୦୦୦ ଡଲାର୍ ଅଧିକ ପାଇବେ। ୧୯୦୧ରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଲାଗି ଅର୍ଥ ସକାଶ ଡିନାମାଇଟ୍ ଉଦ୍ଭାବକ ଆଲ୍‌ଫ୍ରେଡ୍ ନୋବେଲ୍ ୩୧ ନିୟୁତ କ୍ରାଉନ୍ ରଖିଥିଲେ।

୨) ହୋମ୍ ଆଇସୋଲେସନରେ ରହିପାରିବେ କରୋନା ସଂକ୍ରମିତ ଡାଇବେଟିସ୍ ରୋଗୀ: ଡାକ୍ତର ଅନୁଜ ବଳିୟାରସିଂହ।

୩) ‘ମୁଁ ନୁହେଁ-ଆପଣ’, ୪୨ ଜଣଙ୍କୁ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସମାଜର ସେବାପାଇଁ ଏହି ପୁରସ୍କାର ଦିଆଯାଇଥାଏ। ୧୯୬୯ ମସିହାରେ ଏହି ପୁରସ୍କାର ଆରମ୍ଭ କରାଯାଇଥିଲା ଓ ଛାତ୍ରଛାତ୍ରୀ ଏବଂ ଯୁବକମାନଙ୍କର ବ୍ୟକ୍ତିତ୍ୱ ଓ ଚରିତ୍ର ଗଠନ ଏହାର ମୂଳଲକ୍ଷ୍ୟ ଥିଲା। ମହାତ୍ମା ଗାନ୍ଧୀଙ୍କ ଆଦର୍ଶଦରେ ଅନୁପ୍ରାଣିତ ହୋଇ ଏନ୍‍.ଏସ୍‍.ଏସ୍‍ ଏହାର କାର୍ଯ୍ୟ କରିଆସୁଛି।

୪) ଏକାଥରେ ୧୫ ଟଙ୍କା ବଢିଲା ପିଆଜ ଦର। କିଲୋ ପ୍ରତି ୩୫ ଟଙ୍କାରେ ବିକ୍ରି ହେଉଥିବା ପିଆଜ ହଠାତ୍ ୫୦ ଟଙ୍କାକୁ ଡେଇଁଛି। ଅକ୍ଟୋବର ମାସ ବେଳକୁ ପିଆଜ ଦର ୧୦୦ ଛୁଇଁବାର ଆଶଙ୍କା ପ୍ରକାଶ ପାଇଛି ।

୫) ନୂତନ ଗାଁସାଥୀ (ମେଟ୍‌) ଚୟନ ପାଇଁ ହୋଇଥିବା ଚିଠି ଉପରେ ହାଇକୋର୍ଟଙ୍କ ରହିତାଦେଶ। ଶ୍ରମିକ ସଂଘରୁ ହାଇକୋର୍ଟରେ ମାମଲା ଦାୟର ହେବା ପରେ ମାନ୍ୟବର ହାଇକୋର୍ଟ ଓଡ଼ିଶା ରହିତାଦେଶ ପ୍ରଦାନ କରିଛନ୍ତି।

୬) ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି) ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ୪ ପ୍ରତିଶତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଇଛି। ଦୀର୍ଘ ୭ ବର୍ଷ ପରେ ୪ ପ୍ରତିଶତ ଶୁଳ୍କ ବୃଦ୍ଧି କରାଯାଇଛି। ଏହା ମଧ୍ୟରେ ଉତ୍ପାଦନ, ପ୍ରସାରଣ ଏବଂ ବଂଟନ ଖର୍ଚ୍ଚ ବଢ଼ିଥିବାରୁ ଶୁଳ୍କ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ୟୁନିଟ୍ ପିଛା ବିଦ୍ୟୁତ୍ ଦର ୨୦ ପଇସା ବୃଦ୍ଧି ପାଇବା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶକ୍ତିମନ୍ତ୍ରୀ ଏହା କହିଛନ୍ତି ।

୭) ମାଲକାନଗିରିରେ ମାଓବାଦୀଙ୍କ ପୁଣି ଲଙ୍କାକାଣ୍ଡ। ଛତିଶଗଡ ରାଜନନ୍ଦ ଗାଁରେ ରାସ୍ତା ର୍ନିମାଣ କାର୍ଯ୍ୟରେ ନିୟୋଜିତ ୫ଟି ଗାଡିକୁ ପୋଡି ଦେଇଛନ୍ତି ମାଓବାଦୀ।

୮) ଚୀନ ଭୂତାଣୁବିତ୍ ଲି-ମେଙ୍ଗ୍ ୟାନ୍ ପୁନର୍ବାର ତାଙ୍କ ଦାବି ଦୋହରାଇ କହିଛନ୍ତି, ଚୀନ୍ ଊହାନ୍ ପରୀକ୍ଷାଗାରରେ କରୋନାଭାଇରସ୍ ତିଆରି କରିଛି। କୋଭିଡ୍-୧୯ ବିସ୍ତାର କଥା ଚୀନ୍ ସରକାର ଜାଣିଥିଲେ ଏବଂ ଏ କଥା ଲୁଚାଇବାରେ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନର ମଧ୍ୟ ଉତ୍ତମ ଭୂମିକା ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।

୯) ଆହ୍ଲାବାଦ ହାଇକୋର୍ଟର ନାମ ପରିବର୍ତ୍ତନ କରିବା ପାଇଁ ହୋଇଥିବା ଏକ ଆବେଦନକୁ କୋର୍ଟ ନିଜେ ଖାରଜ କରିଦେଇଛନ୍ତି। ହାଇକୋର୍ଟର ଏକ ଲକ୍ଷ୍ନୌ ବେଞ୍ଚ ଏକ ଜନସ୍ୱାର୍ଥ ମକଦ୍ଦମା ଆକାରରେ ଦାଖଲ ହୋଇଥିବା ଏହି ମକଦ୍ଦମାକୁ ଖାରଜ କରି ଏହାକୁ ଏକ ପ୍ରଚାର ଷ୍ଟଣ୍ଟ ମକଦ୍ଦମା ବୋଲି କହିଛନ୍ତି।

୧୦) ବିବାଦୀୟ ନକ୍ସାକୁ କଡା ବିରୋଧ କରିବା ପରେ ସାବାଡ ହୋଇଛି ପାକିସ୍ତାନ। ଗୁରୁବାର ସାର୍କ ବୈଠକରେ ଲଗାଇଲା ନାହିଁ କୌଣସି ବିବାଦୀୟ ନକ୍ସା।

୧୧) କରୋନାରୁ ରକ୍ଷା ପାଇବା ପାଇଁ ଲୋକେ ମନଇଚ୍ଛା ଔଷଧ ଖାଉଛନ୍ତି। ଗ୍ରାମାଞ୍ଚଳରେ ଏହା ଅଧିକ ଦେଖିବାକୁ ମିଳୁଛି। ମନଇଚ୍ଛା ଔଷଧ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବିପଜ୍ଜନକ ହୋଇପାରେ। ସେମିତି ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ପରାମର୍ଶ ଦେଇଛନ୍ତି।

୧୨) ଯଦି ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ନିୟନ୍ତ୍ରଣରେ ଅଛି ତେବେ କାରୋନା ପାଇଁ ଭୟ କରିବାର କୌଣସି କାରଣ ନାହିଁ। ରକ୍ତଚାପ ରୋଗୀ ମଧ୍ୟ ଭୟ ନ କରିବା ଉଚିତ। ରକ୍ତଚାପ ନିୟନ୍ତ୍ରଣରେ ଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରି ଘରେ ରହି କରୋନା ସହ ମୁକାବିଲା କରା ଯାଇପାରିବ: ବିଶେଷଜ୍ଞ।

୧୩) ଉଇକିପିଡ଼ିଆ ଲୁକରେ ଆସୁଛି ପରିବର୍ତ୍ତନ। ଏହାର ଡେସ୍କଟପ୍ ଇଣ୍ଟରଫେସ୍ ଗତ ୧୦ ବର୍ଷରୁ ଗୋଟିଏ ଡିଜାଇନ୍‌ରେ ଥିଲା। ଏଥିରେ କୌଣସି ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଦେଖିବାକୁ ମିଳିନଥିଲା। ବର୍ତ୍ତମାନ ଏହାର ରିଡିଜାଇନ୍‌ କରିବା ପାଇଁ ପ୍ରସ୍ତୁତି ଚାଲିଛି ।

୧୪) କାରରେ ଏକୁଟିଆ ଯାଉଥିଲେ ମାସ୍କ ବାଧ୍ୟତାମୂଳକ ନୁହେଁ। ପୁଲିସର ଜରିମାନା ପରେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରି ମାମଲା ରୁଜ୍ଜୁ କଲେ ଦିଲ୍ଲୀର ଆଇନଜୀବୀ ।

୧୫) ଛାଡପତ୍ର ମାମଲା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ। ଛାଡପତ୍ର ନିର୍ଣ୍ଣୟ ବିରୋଧରେ ହୋଇଥିବା ଅପିଲ ସମୟରେ ଯଦି କୌଣସି ହିନ୍ଦୁ ପୁରୁଷ କିମ୍ବା ମହିଳା ପୁଣି ବିବାହ କରନ୍ତି ତେବେ ତାହା ବେଆଇନ ହେବ କିନ୍ତୁ ଅଦାଲତଙ୍କ ଅବମାନନା ବୋଲି କୁହାଯିବ ନାହିଁ ବୋଲି ନିଜ ରାୟରେ କହିଛନ୍ତି ବମ୍ବେ ହାଇକୋର୍ଟ ।

୧୬) ବର୍ତ୍ତମାନ ଗ୍ରାଚ୍ୟୁଇଟିରେ ନିୟୋଜିତ ଲୋକଙ୍କୁ ଆଉ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡିବ ନାହିଁ। ପାଞ୍ଚ ବର୍ଷ ପରିବର୍ତ୍ତେ ଏବେ ମାତ୍ର ଏକ ବର୍ଷରେ ଗ୍ରାଚ୍ୟୁଇଟି ମିଳିବ ବୋଲି ସରକାର ନିଷ୍ପତି ନେଇଛନ୍ତି।

୧୭) ବିମୁଦ୍ରୀକରଣ ସମୟରେ ମୋଟା ଅଙ୍କର ଅଚଳ ନୋଟ ଜମା କରିଥିବା ଜମାକାରୀଙ୍କ ନିକଟକୁ ଆୟକର ବିଭାଗ ନୋଟିସ ପଠାଇବା ଆରମ୍ଭ କରିଛି। କରୋନା ମହାମାରୀ ସମୟରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଭିତ୍ତିକ ନୋଟିସ ନ ପଠାଇବାକୁ ଆୟକର ଅଧିକାରୀମାନଙ୍କୁ କୁହାଯାଇଥିଲା।

୧୮) ୧୫ ଜିଲ୍ଲାକୁ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

୧୯) ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପୃଥ୍ୱୀ-୨ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। କ୍ଷେପଣାସ୍ତ୍ର ଘାଟିର ୩ ନଂ ଲଞ୍ଚ ପ୍ୟାଡରୁ ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଏହି ପରୀକ୍ଷଣ କରାଯାଇଥିଲା।

୨୦) ସ୍କୁଲ ବସ୍‌ ଆକାର ଏକ ଜଳନ୍ତା ଗ୍ରହାଣୁ ପିଣ୍ଡ ଗୁରୁବାର ମଧ୍ୟାହ୍ନରେ ପୃଥିବୀକୁ ଅତିକ୍ରମ କରିଛି। ନାସା ପକ୍ଷରୁ କୁହାଯାଇଛି, ଗ୍ରହାଣୁ ପିଣ୍ଡଟି ପୃଥିବୀଠାରୁ ୨୨ ହଜାର କିଲୋମିଟର ଦୂରରେ ପ୍ରଶାନ୍ତ ମହାସାଗର ଉପରେ ମହାକାଶରେ ଅତିକ୍ରମ କରିଛି।

୨୧) ପି.ଏମ୍‍. ସ୍ୱନିଧି ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ ୧୫ଲକ୍ଷ ବୁଲା ବିକାଳି ଋଣ ପାଇଁ ଆବେଦନ କରିଛନ୍ତି। କେନ୍ଦ୍ର ସରକାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ତ୍ୱରିତ ଋଣ ପ୍ରଦାନ ପାଇଁ ଋଣ ଆବେଦନଗୁଡିକୁ ଏଣିକି ସିଧାସଳଖ ବ୍ୟାଙ୍କ୍‍ ଶାଖାକୁ ପଠାଯିବ।

୨୨) ଆସନ୍ତା ସିଭିଲ ସର୍ଭିସ ପରୀକ୍ଷାକୁ ସ୍ଥଗିତ ରଖିବାକୁ ହୋଇଥିବା ଆବେଦନର ବିଚାର କରି ସୁପ୍ରିମକୋର୍ଟ କେନ୍ଦ୍ର ଏବଂ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) କୁ ଗୁରୁବାର ନୋଟିସ ଜାରି କରିଛନ୍ତି। ଜଷ୍ଟିସ୍ ଏମ୍ ଖାନୱିଲକରଙ୍କ ନେତୃତ୍ୱରେ ଏକ ବେଞ୍ଚ କେନ୍ଦ୍ର ସରକାରଙ୍କ ଉତ୍ତର ଲୋଡିଥିବା ବେଳେ ପରବର୍ତୀ ଶୁଣାଣି ୨୮ ତାରିଖରେ ହେବ।

୨୩) କୃଷି ମୂଲ୍ୟ ଏବଂ ମୂଲ୍ୟ ଆୟୋଗ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ବ୍ୟତୀତ କୃଷକମାନଙ୍କୁ ବାର୍ଷିକ ୫୦୦୦ ଟଙ୍କା ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି।

୨୪) ପଶ୍ଚିମବଙ୍ଗର ୨୮ ହଜାର ଦୁର୍ଗାପୂଜା କମିଟିକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

LEAVE A REPLY

Please enter your comment!
Please enter your name here