Home ସବୁ ଖବର ଆଇ. ପି. ଏସ. ସ୍ତରରେ ବଡ ଧରଣର ଅଦଳବଦଳ

ଆଇ. ପି. ଏସ. ସ୍ତରରେ ବଡ ଧରଣର ଅଦଳବଦଳ

212
0

ଭୁବନେଶ୍ୱର, 23 ସେପ୍ଟେମ୍ୱର 2020 : ଆଜି ରାଜ୍ୟ ସରକାର ଆପିଏସ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି | ଅରୁଣ କୁମାର ରାୟ, ୱାଇ କେ ଜେଠୱା ଓ ରିତୁ ଆରୋରା କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଏଭଳି ଅଦଳ ବଦଳ କରାଯାଇଛି |

ରାଜ୍ୟ ସରକାରଙ୍କ ଗୃହ ବିଭାଗ ଆଜି ଏ ସମ୍ପର୍କୀତ ବିଜ୍ଞପ୍ତି ଜାରୀ କକେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା 1988 ବ୍ୟାଚର ଆଇ ପି ଏସ ଅଫିସର ଅରୁଣ କୁମାର ରାୟଙ୍କୁ ଅତିରିକ୍ତ ପୋଲିସ ମହା ନିର୍ଦେଶକ , ଯୋଗାଯୋଗ ଭାବେ ଅବସ୍ଥାପିତ କରିଥିବା ବେଳେ

ଅତିରିକ୍ତ ପୋଲିସ ମହା ନିର୍ଦେଶକ, ଯୋଗାଯୋଗ ଭାବେ ଅବସ୍ଥାପିତ ଥିବା 1992 ବ୍ୟାଚର ଆଇ ପି ଏସ ଅଫିସର ଲଳିତ ଦାସଙ୍କୁ ପୋଲିସ ମୁଖ୍ୟାଳୟର ଅତିରିକ୍ତ ପୋଲିସ ମହା ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି

ପୋଲିସ ମୁଖ୍ୟାଳୟର ଅତିରିକ୍ତ ପୋଲିସ ମହା ନିର୍ଦେଶକ ଭାବେ ଅବସ୍ଥାପିତ ତଥା ପୋଲିସ ଆଧୁନିକୀକରଣର ଅତିରିକ୍ତ ଦାୟିତ୍ୱରେ ଥିବା 1993 ବ୍ୟାଚର ଆଇ ପି ଏସ ଅଫିସର ବିନୟତୋଷ ମିଶ୍ରଙ୍କୁ ଷ୍ଟେଟ୍ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି

କକେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା 1994 ବ୍ୟାଚର ଆଇପିଏସ ଅଫିସର ୱାଇ. କେ. ଜେଠୱାଙ୍କୁ ଅତିରିକ୍ତ ପୋଲିସ ମହା ନିର୍ଦେଶକ, ଆଇନ ଓ ଶୃଙ୍ଖଳା ଭାବେ ଅବସ୍ଥାପିତ କରାଯାଇଛି

କମିଶନରେଟ୍ ପୋଲିସର ଅତିରିକ୍ତ କମିଶନର ଥିବା 1996 ବ୍ୟାଚର ଆଇ ପି ଏସ ଅଫିସର ସଞ୍ଜୟ କୁମାର ସିଂହଙ୍କୁ ପୋଲିସ ଆଧୁନୀକିକରଣର ଆଇ.ଜି. ଭାବେ ଅବସ୍ଥାପିତ କରାଯାଇଛି

ପୋଲିସ ଆଧୁନୀକିକରଣର ଆଇ.ଜି. ଭାବେ ଅବସ୍ଥାପିତ ଥିବା 1997 ବ୍ୟାଚର ଆଇ ପି ଏସ ଅଫିସର ରେଖା ଲୋହାନୀଙ୍କୁ କମିଶନରେଟ୍ ପୋଲିସର ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି

କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା 1995 ବ୍ୟାଚର ଆଇ ପି ଏସ ଅଫିସର ରିତୁ ଆରୋରାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି

ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦେଶକ ଥିବା 1998 ବ୍ୟାଚର ଆଇ ପି ଏସ ଅଫିସର ରାଜେଶ କୁମାରଙ୍କୁ ଷ୍ଟେଟ୍ ଫରେନସିକ୍ ସାଇନସ୍ ଲାବୋରାଟୋରୀର ଆଇ ଜି ଭାବେ ଅବସ୍ଥାପିତ କରାଯାଇଛି

ଢେଙ୍କାନାଳ ଏସ୍ ପି ଥିବା 2013 ବ୍ୟାଚର ଆଇ ପି ଏସ ଅଫିସର ଅନୁପମା ଜେମସ୍ ଙ୍କୁ ଏସ ପି ଭିଜିଲାନସ ଭାବେ ଅବସ୍ଥାପିତ କରାଯାଇଛି

LEAVE A REPLY

Please enter your comment!
Please enter your name here