Home ୨୪ ଘଣ୍ଟା ୨୪ ଖବର ୨୪ ଘଣ୍ଟା ୨୪ ଖବର

୨୪ ଘଣ୍ଟା ୨୪ ଖବର

7
0

୨୨ ସେପ୍ଟେମ୍ବର ୨୦୨୦, ବର୍ଷର ୨୬୬ତମ ଦିବସ ୩୮ତମ ମଙ୍ଗଳବାର

୧) ରାଜ୍ୟରେ ବିଭିନ୍ନ ଯୁକ୍ତ ଦୁଇ କଲେଜରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ୨୮ ସେପ୍ଟେମ୍ବର ଯାଏ ଚାଲିବ। କୋଭିଡ ଗାଇଡଲାଇନକୁ ମାନି ଏହି ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଦ୍ୱିତୀୟ ମେରିଟ ଲିଷ୍ଟ ଆଗାମୀ ୩ ଅକ୍ଟୋବର ଦିନ ପ୍ରକାଶ ପାଇବ।

୨) ‘ବିଏସ୍ଏଫ୍’ ଆଇଜି ଭାବେ ନିଯୁକ୍ତ ହେଲେ ଓଡ଼ିଶା କ୍ୟାଡର୍‌ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥ‌।

୩) ଓଡ଼ିଆ IRS ଅଫିସର ସୀମାଞ୍ଚଳ ଦାଶ, 3 ବର୍ଷ ପାଇଁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ନିର୍ଦ୍ଦେଶକଙ୍କ ପରାମର୍ଶଦାତା ନିଯୁକ୍ତ। ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ।

୪) ସୋମବାର ଲୋକସଭାରେ ବିଦେଶୀ ଅନୁଦାନ (ନିୟମାବଳୀ) ଅଧିନିୟମ, ୨୦୧୦କୁ ମଞ୍ଜୁରୀ ମିଳିଛି। ଏଥିରେ ବିଦେଶୀ ଅନୁଦାନ କ୍ଷେତ୍ରରେ ସ୍ୱଚ୍ଛତା ଆସିପାରିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ଏହି ବିଲ୍ ଉପରେ ହୋଇଥିବା ବିତର୍କର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ବୈଦେଶିକ ଅନୁଦାନ (ନିୟମାବଳୀ) ସଂଶୋଧନ ବିଲ୍, ୨୦୨୦ ଅର୍ଥର ଅପବ୍ୟବହାର ବନ୍ଦ କରିବ ଏବଂ କିଛି ବିରୋଧୀ ଦଳର ସମାଲୋଚନାକୁ ପ୍ରତ୍ୟାଖ୍ୟାନ କରିବ।

୫) ଭାରତୀୟ ନାଭିରେ ପ୍ରଥମ ଥର ପାଇଁ ୨ ମହିଳା ଅଧିକାରୀ ଯୋଗ ଦେଇଛନ୍ତି। ଏହି ଦୁଇ ଅଧିକାରୀଙ୍କୁ ନୌସେନାର ହେଲିକପ୍ଟର ବିଭାଗରେ ଅବଜର୍ଭର ଭାବେ ନିଯୁକ୍ତି ଦିଆଯାଇଛି। ଏହି ଦୁଇ ମହିଳା ସେନା ଅଧିକାରୀ ହେଲେ ଲେଫ୍ଟନାଣ୍ଟ କୁମୁଦିନି ତ୍ୟାଗୀ ଓ ସବ୍‌ ଲେଫ୍ଟନାଣ୍ଟ ରୀତି ସିଂହ।

୬) କୃଷି ବିଲକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଂସଦରେ କୃଷି ବିଲ୍ ୨୦୨୦କୁ ନେଇ ଅସନ୍ତୋଷ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ୨୦୨୧-୨୨ ରବି ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ପୂର୍ବ ଭଳି ଜାରି ରହିବ ଏମଏସପି, ମଣ୍ଡି ବ୍ୟବସ୍ଥା ବନ୍ଦ ହେବନାହିଁ ବୋଲି କହିଛନ୍ତି। ବିରୋଧୀଙ୍କୁ ଟାର୍ଗେଟ୍ କରି ମୋଦୀ କହିଲେ, ଚାଷୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ।

୭) କଟକର ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁକୁ ଆୟତକୁ ଆଣିଛନ୍ତି ଅଗ୍ନିଶମ କର୍ମଚାରୀ। ଚିକିତ୍ସାଧୀନ ଥିବା ୧୨୭ ରୋଗୀଙ୍କୁ କିମସ ଓ ସମକୁ ସ୍ଥାନାନ୍ତର କରାଯିବା ପରେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

୮) ଶିଶୁଙ୍କୁ କରୋନାରୁ ଆରୋଗ୍ୟ କରାଇବ ମାଆ କ୍ଷୀର। କାରୋନାରେ ଛୋଟ ପିଲାମାନେ ସଂକ୍ରମିତ ହେଲେ ତାର ଚିକିତ୍ସା ଓ ଦେଖାରଖା କିପରି କରାଯିବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। କାରୋନା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତ ଧୋଇବା ଜରୁରୀ ବୋଲି କୁହାଯାଇଛି। ତେଣୁ ପିଲାଟି ଯେପରି ମାସ୍କ ପିନ୍ଧିବ ତାକୁ ଶିଖେଇବାକୁ ପଡ଼ିବ। ପିଲାଙ୍କର ଯତ୍ନ ନେଉଥିବା ବ୍ୟକ୍ତି ପିଲାର ଜ୍ଵର ଉପରେ ନଜର ରଖିବାକୁ ପଡ଼ିବ। ପିଲାଟି ଦେହରେ କେତେ ତାପମାତ୍ରା ଅଛି ତାହା ମଧ୍ୟ ଯାଞ୍ଚ କରିବାକୁ ପଡ଼ିବ। ପିଲା ପାଖରେ ଲକ୍ଷଣ ଦେଖାଗଲେ ତୁରନ୍ତ ହସ୍ପିଟାଲ ନେବା ଜରୁରୀ। ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ ସଂପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇ ଡ. ଅରବିନ୍ଦ ମହାନ୍ତି କହିଛନ୍ତି, କରୋନା ଆକ୍ରାନ୍ତ ଶିଶୁ ମଧ୍ୟ ମା’ କ୍ଷୀର ଖାଇପାରିବେ। ମାଆମାନେ ମାସ୍କ ପିନ୍ଧି ସତର୍କତାର ସହିତ ନିଜ ପିଲାଙ୍କୁ ସ୍ତନ୍ୟପାନ କରାଇପାରିବେ । ବର୍ଷକରୁ କମ ଶିଶୁର ମୁଖ୍ୟ ଖାଦ୍ୟ ମାଆ କ୍ଷୀର ହୋଇଥିବାରୁ ମାଆମାନେ ସତର୍କତା ଅବଲମ୍ବନ କରିବା ଉଚିତ। ମାଆ କ୍ଷୀର ଖାଇଲେ ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। କରୋନା ସମୟରେ ମାଆ କ୍ଷୀର ଶିଶୁ ପାଇଁ ଜରୁରୀ।

୯) ବିଧାନସଭା ପୂର୍ବରୁ ୨୫ ତାରିଖରେ ସର୍ବଦଳୀୟ ବୈଠକ ବସିବାକୁ ଯାଉଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। କୋଭିଡ-୧୯ ସମୟରେ ଏହା ହେବ ବିଧାନସଭାର ପ୍ରଥମ ଅଧିବେଶନ। କୋଭିଡ୍ ସମୟରେ ବିଧାନସଭାରେ ଗାଇଡ୍ ଲାଇନ୍ କଣ ରହିବ, ପ୍ରଶ୍ନକାଳ, ଉତ୍ତରକାଳ ଓ ଶୂନ୍ୟକାଳ ରହିବ କି ନାହିଁ ସେ ନେଇ ଏହି ବୈଠକରେ ଆଲୋଚନା ହେବ। ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୨୯ ତାରିଖରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସରକାର କହିଛନ୍ତି। ତେଣୁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ସହ ବିଧାନସଭା ବସିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

୧୦) କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ସ୍ୱୀକୃତ ୨୪ଟି ଭାରତୀୟ ଭାଷାରେ ୨୦୨୧ ମସିହା ପାଇଁ ଯୁବ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ଯୁବ ଲେଖକ ଓ ପ୍ରକାଶକମାନଙ୍କଠାରୁ ପୁସ୍ତକ ଆହ୍ୱାନ କରାଯାଇଛି। ଏନେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ସଚିବ ଡ. କେ. ଶ୍ରୀନିବାସରାଓଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି।

୧୧) ପୁରୀ ଜିଲ୍ଲାରେ କରୋନା ଅଣାୟତ୍ତ ହୋଇଛି କାରୋନା। କେବଳ ଶ୍ରୀମନ୍ଦିରର ୪୦୦ ସେବାୟତ କରୋନା ସଂକ୍ରମିତ ହୋଇଥିବା ବେଳେ ଏହି ମହାମାରୀ ୮ ଜଣ ସେବାୟତଙ୍କ ଜୀବନ ନେଇଛି। ଏଭଳି ସ୍ଥିତିରେ ମହାପ୍ରଭୁଙ୍କ ସେବାରେ ସଂକଟ ଦେଖା ଦେଇଛି। ତେଣୁ ବିକଳ୍ପ ପାଳିଆ ସେବକ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି।

୧୨) ନସ୍କଲ ବିରୋଧି ଅପରେସନ ସାରି ଫେରୁଥିବା ସମୟରେ ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍‌। ବିଜାପୁରରେ ନସ୍କଲ ବିରୋଧି ଅପରେସନ୍ ପାଇଁ ଯାଇଥିବା ଡିଆରଜି ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ନଦୀର ବ୍ରିଜ୍ ପାର୍ଶ୍ୱକୁ ଖସିପଡ଼ିଥିଲା। କୌଣସି ଯବାନଙ୍କର କିଛି ବି କ୍ଷୟକ୍ଷତି ହୋଇନଥିବା ବିଜାପୁର ଏସପି ସୂଚନା ଦେଇଛନ୍ତି। ବସରେ ଥିବା ୩୦ ଜଣ ଯବାନ ଥିଲେ ଓ ସେମାନେ ସୁରକ୍ଷିତ ଅଛନ୍ତି। ଘଟଣାସ୍ଥଳରେ ଅତିରିକ୍ତି ସେନା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

୧୩) ରାଜ୍ୟସଭାରେ ହଙ୍ଗାମା କରିଥିବା ସାଂସଦଙ୍କ ଉପରେ ସଭାପତିଙ୍କ କାର୍ଯ୍ୟାନୁଷ୍ଠାନ। ୮ ସାଂସଦ ସପ୍ତାହେ ପାଇଁ ସସପେଣ୍ଡ। ଭେଙ୍କେୟା କହିଲେ, ଗୃହରେ ଏଭଳି ବ୍ୟବହାର ଲଜ୍ଜାଜନକ।

୧୪) ବନ୍ୟା ପାଣି ସହ ଭାସି ଆସିଲା ବିଷାକ୍ତ ତେଲ। ଯାଜପୁର ବରୀ ଅଂଚଳରେ ଉଜୁଡିଗଲା ହେକ୍ଟର ହେକ୍ଟର ଚାଷ।

୧୫) ଅନ୍ତର୍ଜାତୀୟ ପର୍ବତାରୋହୀ ନୀଳାଚଳ ପରିଡାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନ ଜଣାଇ କ୍ରିକେଟର ଟିପ୍ପୋ ମୋରିସ୍ ନୀଳାଚଳଙ୍କ ନାମରେ ଏକ ଜର୍ସି ପିନ୍ଧିଥିବା ନଜରକୁ ଆସିଛି । ପର୍ବତାରୋହୀ ନୀଳାଚଳଙ୍କର ଗତ ଏପ୍ରିଲ ମାସ ୧ ତାରିଖରେ ଋଷିଆର ସବୁଠୁ ଉଚ୍ଚ ପର୍ବତ ଏଲବ୍ରଶ ଆରୋହଣର କାର୍ଯ୍ୟକ୍ରମ ଥିଲା। କିନ୍ତୁ କରୋନା ଯୋଗୁଁ ସେ ପରିବା ବେପାର କରୁଛନ୍ତି ଓ ଲୋକଙ୍କୁ ସଚେତନ କରୁଛନ୍ତି। ଏ ନେଇ ଜାତୀୟ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ନୀଳାଚଳଙ୍କୁ ଆଇପିଏଲ ମ୍ୟାଚରେ ସମ୍ମାନ ଜଣାଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ଟିପ୍ପୋ ମୋରିସ୍।

୧୬) ଉତ୍ତର ପ୍ରଦେଶର ଆଜମଗଡ଼ରେ ଟ୍ରେନିଂ ବିମାନ ଦୁର୍ଘଟଣା ଗସ୍ତ; ପାଇଲଟ ମୃତ।

୧୭) ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣରେ ଗତବର୍ଷ ତୁଳନାରେ ୨୧ ପ୍ରତିଶତ ବୃଦ୍ଧି। ମୋଟ ୧୪ ଲକ୍ଷ ୯୭ ହଜାର ୭୭୯ ଚାଷୀ କଲେ ନାମ ପଂଜୀକରଣ।

୧୮) କେନ୍ଦ୍ର ଅର୍ଥନୈତିକ ବ୍ୟାପାର କମିଟି ଛଅଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛି। ଗହମର ଏମଏସପି ବର୍ତ୍ତମାନ କ୍ୱିଣ୍ଟାଲ ପିଛା ୧ହଜାର ୯୭୫ ଟଙ୍କା ଓ ଚଣା ଡାଲି କୁଇଣ୍ଟାଲ ପିଛା ମୂଲ୍ୟ ୫ ହଜାର ୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ମସୁର ଡାଲି କ୍ୱିଣ୍ଟାଲ ପିଛା ମୂଲ୍ୟ ୫ ହଜାର ୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ସୋରିଷ କୁଇଣ୍ଟାଲ ପିଛା ମୂଲ୍ୟ ୪ ହଜାର ୫୦ ଟଙ୍କାକୁ ବୃଦ୍ଧି ପାଇଛି। ବାର୍ଲିକ୍ୱିଣ୍ଟାଲ ପିଛା ମୂଲ୍ୟ ୧୬ ଶହ ଟଙ୍କା ଓ କୁସୁମ ଫୁଲ ମଞ୍ଜିର ଏମଏସପି କ୍ୱିଣ୍ଟାଲ ପିଛା ୫ ହଜାର ୩୨୭ ଟଙ୍କାକୁ ବୃଦ୍ଧି ପାଇଥିବା କୃଷି ମନ୍ତ୍ରୀ କହିଛନ୍ତି।

୧୯) କଟକର ଉତ୍କଳ ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ସଂଘ ଏବଂ ଜି.ଜେ.ଇ.ପି.ସି (ଭାରତ ସରକାରଙ୍କ ଏକ ସଂସ୍ଥା )ଙ୍କ ମିଳିତ ଉଦ୍ୟମରେ ଓଡ଼ିଶାର ସ୍ୱର୍ଣ୍ଣ ଓ ରୌପ୍ୟ ଶିଳ୍ପୀମାନଙ୍କ ପାଇଁ ଏକ ପରିଚୟ ପତ୍ର ବଣ୍ଟନ ପ୍ରକ୍ରିୟାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

୨୦) ବିଜୁଳି ଉପଭୋକ୍ତାମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି। ଦେଶରେ ପ୍ରଥମ ଥର ଉପଭୋକ୍ତାମାନଙ୍କ ଅଧିକାରର ସୁରକ୍ଷା ପାଇଁ କେନ୍ଦ୍ର ସରକାର ନୂଆ ଖସଡ଼ା ପ୍ରସ୍ତୁତ କରିଛନ୍ତି। ନୂଆ ଖସଡ଼ା ଆସିବା ପରେ ନିର୍ଦ୍ଧାରିତ ଦରଠାରୁ ଅଧିକ ଦରରେ ବିଜୁଳି ବିଲ ଆଦାୟ କରିବା ବେଆଇନ ହେବ।

୨୧) ରାଜ୍ୟରେ ଜୁନ ୧ରୁ ୨୧ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ଠାରୁ ୧ ପ୍ରତିଶତ କମ ବର୍ଷା ରେକର୍ଡ।

୨୨) କରୋନା ଆରୋଗ୍ୟ ରେ ଭାରତ ବିଶ୍ୱରେ ପ୍ରଥମ। ସୁସ୍ଥତା ହାର 80.5 % କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ହାର ମାତ୍ର 1.6 % ଅଛି।

୨୩) କୋଭିଡ୍‌ ସଂକ୍ରମିତଙ୍କ ସହ ମିଠା କଥା ହୁଅ: ନବୀନ ପଟ୍ଟନାୟକ।

୨୪) ୫ ବର୍ଷରେ ୫ ଲକ୍ଷ ଭାଗଚାଷୀଙ୍କୁ ସହଜ ଋଣ ଦେବ ‘ବଳରାମ’ ଯୋଜନା‌। ୫-ଟି କାର୍ଯ୍ୟକ୍ରମ ପ୍ରୋତ୍ସାହନରେ ୫ ବର୍ଷ ଭିତରେ ୫ ଲକ୍ଷ ଭାଗଚାଷୀଙ୍କୁ ଋଣ ଦେବା ପାଇଁ ଏକ ଟାସ୍କ ଟିମ୍ କରାଯାଇଛି।

LEAVE A REPLY

Please enter your comment!
Please enter your name here