Home ସ୍କରଣୀୟମ୍ ସମସ୍ତେ କଣ ସ୍ୱର୍ଗାରୋହଣ କରନ୍ତି ?

ସମସ୍ତେ କଣ ସ୍ୱର୍ଗାରୋହଣ କରନ୍ତି ?

27
0

ଏ ଝିଅଟି ୧୮୪୭ ଅକ୍ଟୋବର ୧ତାରିଖରେ ଲଣ୍ଡନରେ ଜନ୍ମ , ଆମ ମଧୁବାବୁଙ୍କ ସମସାମୟିକ । ବାପ ମରିଗଲା ପରେ ମା ଜଣେ ବାନ୍ଧବୀ ଦାୟିତ୍ୱ ରେ ବଢାଇଥିଲେ । ସୁନ୍ଦରୀ, ଶିକ୍ଷିତ ,ବୁଦ୍ଧିମତୀ ଝିଅଟି । ତେଣୁ ମାତ୍ର ୨୦ ବର୍ଷରେ ଜଣେ ପାଦ୍ରୀଙ୍କ ସହିତ ବିବାହ ହୋଇଗଲା ।


ବାହାଘର ପୂର୍ବ ପ୍ରେମ ଦାମ୍ପତ୍ୟ ଜୀବନରେ ପାଣିଫୋଟକା ପରି ମିଳାଇଗଲା। ତେବେ ବି ୮ ବର୍ଷ ପାରିବାରିକ ଜୀବନ କଟିଗଲା ।ଗୋଟିଏ ପୁଅ ଓ ଗୋଟେ ଝିଅ ହେଲେ ।ତେବେ ଵି ବନ୍ଧନ ଟାଣ ହେଲାନି । ବରଂ ହୁଗୁଳା ହୋଇ ଫିଟିଗଲା । ବାହାଘର ୧୮୬୭,ଛାଡପତ୍ର ୧୮୭୩ !


କାରଣ ? କାରଣ ସର୍ବକାଳୀନ, ସର୍ବସାଧାରଣ । ଝିଅଟି ଲେଖିକା ଓ ଉଚ୍ଚକୋଟୀର ବକ୍ତା । ଏ ଦ୍ରୃଷ୍ଟିରୁ ଭଲ ଦି ପ ଇସା ରୋଜଗାର। ସେତେବେଳେ ଇଲଂଣ୍ଡ ରେ ମହିଳା ଧନସମ୍ପଦର ମାଲିକାଣୀ ହୋଇପାରିବେନି ।ତେଣୁ ୟାଙ୍କ ମୋଟା ରୋଜଗାର ବର ପକେଟରେ ପୁରେଇ ଅୟସ କଲେ ।

ଏ ସ୍ବାଧୀନଚେତା , ନାରୀସ୍ବାଭିମାନବାଦୀ ମହିଳା ତାକୁ ବରଦାସ୍ତ କରୁଛନ୍ତି କେତେକେ ?


ବର ଧର୍ମଯାଜକ । ଇଲଣ୍ଡ ଚର୍ଚ୍ଚ ର ପାଦ୍ରୀ ଭାବେ ସେ ଖ୍ରୀଷ୍ଟ ଧର୍ମକୁ ଘରେ ଶତ ପ୍ରତିଶତ ଲାଗୁ କରିବାକୁ ବଦ୍ଧପରିକର । ମାତ୍ର ଏ ମହିଳା ଚିନ୍ତାରେ ,ବିଚାରରେ ସିକୁଲାର । ତାଙ୍କ ବିଚାର ବ୍ୟକ୍ତିର ଧର୍ମାଚରଣ ,ଧାର୍ମିକଭାବନା ସମ୍ପୂର୍ଣ୍ଣ ନିଜସ୍ବ ।

ତେଣୁ ଗିରସ୍ତ ଭାର୍ଯ୍ୟା ଯୁକ୍ତିତର୍କ , ବାଦବିସମ୍ବାଦ ଓ ଶେଷରେ ଛାଡପତ୍ର। ନାରୀ ସ୍ବାଧୀନତା ଓ ନାରୀର ଆର୍ଥିକ ସ୍ଵଛ୍ଛଳତା ହିଁ ଏହି ପ୍ରସିଦ୍ଧ ଦମ୍ପତିଙ୍କ ବିବାହ ବିଛେଦ କାରଣ ହେଲା ।


ତବେ ପାରମ୍ପରିକ ବିବାହ ବନ୍ଧନରୁ ମୁକ୍ତ ହୋଇ ଏ ମହିଳା ବିଶ୍ବ ବିଖ୍ୟାତ ହେଲେ କାରଣ ସେ ଅପୂର୍ବ ପ୍ରତିଭାଶାଳୀ ଓ ଅସାଧାରଣ ପ୍ରଭାବଶାଳୀ ଥିଲେ ।

ସାମ୍ୟବାଦୀ, ନିରୀଶ୍ବରବାଦୀ, ଦାନଶୀଳା, ଶିକ୍ଷାପ୍ରସାରକ, ନାରୀଅଧିକାର କର୍ମୀ, ଲେଖକ,ବାଗ୍ମୀ,ଭାରତ ଓ ଆୟରଲାଣ୍ଡର ସ୍ବାଧୀନତା ସଂଗ୍ରାମରେ ପ୍ରମୁଖ ନେତା ଭାବେ ସେ ଜନମାନସରେ ବିରାଜିତ ।


ଥିଓସଫିକାଲ ସୋସାଇଟି କୁ ଆନ୍ତର୍ଜାତିକ ମାନ୍ୟତା ଦେବା ଓ ଚେନ୍ନାଇ ରେ ତାର ମୁଖ୍ୟାଳୟ ସ୍ଥାପନ ଏହି ମହିଳାଙ୍କ କୀର୍ତ୍ତି।

ଜେ କ୍ରିଷ୍ଣମୂର୍ତ୍ତିଙ୍କୁ ସେ ପାଳିତ ପୁତ୍ର, ବୁଦ୍ଧ ଅବତାର ଓ ଭାରତର ସର୍ବଶ୍ରେଷ୍ଠ ଧର୍ମଗୁରୁ ଵୋଲି କହୁଥିଲେ । ଲଣ୍ଡନରେ ଜନ୍ମ ହୋଇଥିଲେ ବି ଚେନ୍ନାଇ ଆଦ୍ୟାୟାର ରେ ସେ ୧୯୩୩ ସେପ୍ଟେମ୍ବର ୨୦ ତାରିଖରେ ସ୍ବର୍ଗାରୋହଣ କରିଥିଲେ ।

  • Hullasa Behera

Hullasa Behera picks

LEAVE A REPLY

Please enter your comment!
Please enter your name here