Home କୁହ ସରକାର ଚାକିରି ଚାଲିଯିବାରୁ ସାଉଦି ଆରବ ରାସ୍ତାରେ ଭିକ ମାଗୁଛନ୍ତି ଶହ ଶହ ଭାରତୀୟ

ଚାକିରି ଚାଲିଯିବାରୁ ସାଉଦି ଆରବ ରାସ୍ତାରେ ଭିକ ମାଗୁଛନ୍ତି ଶହ ଶହ ଭାରତୀୟ

283
0

ଚାକିରି ଚାଲିଯିବାରୁ ସାଉଦି ଆରବରେ ୪୫୦ ବେ‌ରୋଜଗାରୀ ଭାରତୀୟ ରାସ୍ତାରେ ଭିକ ମାଗୁଛନ୍ତି।

ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, କାଶ୍ମୀର, ବିହାର, ଦିଲ୍ଲୀ, ରାଜସ୍ଥାନ, କର୍ନାଟକ, ହରିଆଣା, ପଞ୍ଜାବ ଓ ମହାରାଷ୍ଟ୍ର ଆଦି ରାଜ୍ୟର ଏହି ପ୍ରବାସୀଙ୍କ ଓ୍ବାର୍କ ପରମିଟ୍ ଶେ‌ଷ ହୋଇଯିବାରୁ ଏବେ ସେମାନେ ବାଧ୍ୟ ହୋଇ ଭିକ୍ଷା କରୁଥିବା କୁହାଯାଉଛି ।

ସେଠାକାର ସରକାର ଏ ବାବଦରେ ଜାଣିବା ପରେ ସମସ୍ତ ଭାରତୀୟଙ୍କୁ ଡିଟେନସନ଼ ସେଣ୍ଟରକୁ ପଠାଇ ଦେଇଛି।

ସାଉଦି ଆରବରେ ଭିକ୍ଷାବୃତ୍ତି ଆଇନତ ମନା। ସାଉଦୀ ଆରବ ରାସ୍ତାରେ ଏବେ ଶହ ଶହ ପୁରୁଷ ଲୋକ ବେଶ ବଦଳାଇ ନାରୀ ବେଶ ଧାରଣ କରି, କେହି କେହି ବୁର୍ଖା ପିନ୍ଧି ଭିକ୍ଷା ମାଗୁଥିବା ଦେଖିବାକୁ ମିଲୁଛି।

ଭରତ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇଥିବାର ସୂଚନା ନଥିବା ବେଳେ ସାଉଦୀ ଆରବ ସରକାରଙ୍କ ପାଇଁ ଏହା ମୁଣ୍ଡ ବିନ୍ଧା ର କାରଣ ପାଲଟିଛି।

ବିଶ୍ଵ ଗୁରୁ ହେବାକୁ ସ୍ଵପ୍ନ ଦେଖୁଥିବା ଭରତ ସରକାରଙ୍କ ଏ ଲଜ୍ଜାହୀନ ଉଦାସୀନତା ସାଉଦୀ ସରକାରଙ୍କୁ ଚକିତ କରିଛି।

LEAVE A REPLY

Please enter your comment!
Please enter your name here