Home ୨୪ ଘଣ୍ଟା ୨୪ ଖବର ଉଜ୍ଜ୍ୱଳା ଯୋଜନା ଏପ୍ରିଲରୁ ସେପ୍ଟେମ୍ବର ଯାଏ ବୃଦ୍ଧି, ୩୦ ତାରିଖ ମଧ୍ୟରେ ଆବେଦନ କଲେ ବିପିଏଲଙ୍କୁ...

ଉଜ୍ଜ୍ୱଳା ଯୋଜନା ଏପ୍ରିଲରୁ ସେପ୍ଟେମ୍ବର ଯାଏ ବୃଦ୍ଧି, ୩୦ ତାରିଖ ମଧ୍ୟରେ ଆବେଦନ କଲେ ବିପିଏଲଙ୍କୁ ମାଗଣାରେ ମିଳିବ ଗ୍ଯାସ

22
0

ଓଡ଼ିଶାରୁ ଖୁବ୍ ଶୀଘ୍ର କମିଯିବ କରୋନା ସଂକ୍ରମଣ – ବିଶେଷଜ୍ଞ

  • ୨୪ ଘଣ୍ଟା ୨୪ ଖବର

୨୦ ସେପ୍ଟେମ୍ବର ୨୦୨୦, ବର୍ଷର ୨୬୪ତମ ଦିବସ, ୩୮ତମ ରବିବାର

୧) ଗର୍ଭବତୀ ମହିଳା, ଶିଶୁ, ଦୁରାରୋଗ୍ୟ ପୀଡ଼ିତ ଓ ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ କୋଭିଡ୍ ସଂକ୍ରମଣର ଶିକାର ହେଲେ ତୁରନ୍ତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ଉଚିତ୍। ସେମାନେ ନିଜକୁ ହୋମ୍ ଆଇସୋଲେସନରେ ରଖିବା ବଦଳରେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହେବା ଉଚିତ୍: କୋଭିଡ୍ ବିଶେଷଜ୍ଞ ଡା. ଜୟନ୍ତ ପଣ୍ଡା।

୨) ୩୦ରୁ ଅଧିକ ସାଂସଦ କରୋନରେ ଆକ୍ରାନ୍ତ ହେବା ପରେ ସମୟ ପୂର୍ବରୁ ଆଗୁଆ ସରିଯାଇପାରେ ମୌସୁମୀ ଅଧିବେଶନ ବୋଲି ଆକଳନ କରାଯାଉଛି । ଅକ୍ଟୋବର ୧ରେ ମୌସୁମୀ ଅଧିବେଶନ ସରିବା କଥା ହେଲେ ଏହା ଏବେ ସମୟ ପୂର୍ବରୁ ସରିଯିବ । ସେପ୍ଟେମ୍ବର ୧୪ରେ ସଂସଦର ଚଳିତ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ମୋଟ ୧୮ଟି କାର୍ଯ୍ୟଦିବସ ରହିଛି।

୩) କେବଳ ମୃତ୍ୟୁ ନୁହେଁ, ସଂକ୍ରମଣ ସଂଖ୍ୟା ମଧ୍ୟ ବହୁ ଗୁଣ ବଢ଼ିଯିବା ନେଇ ୱାଶିଂଟନ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ୍ ହେଲତ ମେଟ୍ରିକ୍ସ ଆଣ୍ଡ ଇଭାଲୁଏସନ୍ ଆଶଙ୍କା ବ୍ୟକ୍ତ କରିଛି । ତେବେ ଓଡ଼ିଶାରେ ସଂକ୍ରମଣ ଏତେ ବଢ଼ିବା ସମ୍ଭାବନା କମ ବୋଲି ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି।

୪) ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ସ: ବଜାରରେ ଉପଲବ୍ଧ ସମସ୍ତ କଏନ ବୈଧ ଅଟେ । ଯଦି କୌଣସି ବ୍ୟକ୍ତି କିମ୍ବା ବ୍ୟାଙ୍କ ଏହି କଏନ ଗ୍ରହଣ କରିବାକୁ ମନା କରିଦିଅନ୍ତି ତେବେ ଏହା ଏକ ଅପରାଧ । ଛୋଟ ଟଙ୍କିକିଆ କଏନ, ୨ ଟଙ୍କିଆ, ୫ ଟଙ୍କିଆ ଏବଂ ୧୦ ଟଙ୍କିଆ କଏନ ଅଚଳ ଗୁଜବ ହୋଇଥିବା ବେଳେ ଏଥିପ୍ରତି ଲୋକେ ସଚେତନ ହେବା ଜରୁରୀ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରି ସୂଚନା ଦେଇଛି ଏଣିକି ଖୁଚୁରା ଟଙ୍କା ବଦଳରେ ଅନ୍ୟ କୌଣସି ଅନାବଶ୍ୟକ ଜିନିଷ ଦେଲେ କନଜ୍ୟୁମର ଫୋରମର ଦ୍ୱାରସ୍ଥ ହୋଇପାରିବେ ଗ୍ରାହକ। ଗ୍ରାହକଙ୍କ ଅଭିଯୋଗର ମାସକ ଭିତରେ ହିଁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

୫) ଅଧିକ ଜନସଂଖ୍ୟା ଥିବା ଦେଶରେ କରୋନା ବିପଦ ଅଧିକ ରହିଥିବା କହିଛି ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ। ପ୍ରତି ସପ୍ତାହରେ ୫୦ ହଜାର ଲୋକଙ୍କ ଜୀବନ ନେଉଛି କରୋନା । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକ୍ ରୟାନ ସୂଚନା ଦେଇଛନ୍ତି । ଏବେ ବି ସ୍ଥିତି ସୁଧୁରି ନାହିଁ କି ବିପଦ ଟଳିନାହିଁ । ବ୍ରିଟେନ ଓ ଫ୍ରାନ୍ସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ରହିଛି। ଏବେବି ଭାଇରସର ପ୍ରକୋପ ଯିବାକୁ ଅଧିକ ସମୟ ଲାଗିବ ବୋଲି କହିଛି ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ।

୬) ଗୋଦାବରୀ ନଦୀ ଉପରେ ଆନ୍ଧ୍ର ଦ୍ଵାରା ନିର୍ମାଣାଧୀନ ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ଉପରେ ଜାତୀୟ ଗ୍ରୀନ ଟ୍ରିବୁନାଲ ରାୟ ଶୁଣାଇ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷ (ପିପିଏ) ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ମାମଲାକୁ ସୁପ୍ରିମକୋର୍ଟ ସ୍ଥାନାନ୍ତରଣ ଆବେଦନକୁ ଟ୍ରିବୁନାଲ ଖାରଜ କରିଦେଇଛନ୍ତି ।

୭) ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୨୦ ତାରିଖରେ ରାଜ୍ୟର ମାଲକାନଗିରି, କୋରାପୁଟ,ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ୨୧ରେ ଦେବଗଡ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବରଗଡ଼, ଅନୁଗୁଳ, ବଲାଙ୍ଗୀର, ନୂଆପଡ଼ା, ସୋନପୁର ଓସମ୍ବଲପୁର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ୨୨ରେ ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

୮) ଚୀନକୁ ତଥ୍ୟ ଦେଉଥିବା ଅଭିଯୋରେ ଦିଲ୍ଲୀ ପୋଲିସ ଜଣେ ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳର ଦୁଇ ନାଗରିକଙ୍କୁ ଗିରଫ କରିଛି। ଗିରଫ ସାମ୍ବାଦିକଙ୍କ ନାମ ରାଜୀବ ଶର୍ମା ହୋଇଥିବା ବେଳେ ଚୀନର କିଂଗ ସି ଏବଂ ନେପାଳର ଶେର ସିଂ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଏହି ବ୍ୟକ୍ତିଙ୍କ ପାଖରୁ ଅନେକ ମୋବାଇଲ, ଲାପଟପ୍‌ ଏବଂ ଆହୁରି ଅନେକ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା । ସ୍ପେଶାଲ ସେଲ ଟିମ୍‌ ସେମାନଙ୍କୁ ଜେରା କରୁଛି । ରାଜୀବ ଶର୍ମା ୟୁନାଇଟେଡ୍‌ ନ୍ୟୁଜ ଅଫ ଇଣ୍ଡିଆ, ଦ ଟ୍ରିବ୍ୟୁନ୍‌, ଫ୍ରି ପ୍ରେସ୍ ଜର୍ଣ୍ଣାଲ, ସକାଳ ପରି ସଙ୍ଗଠନରେ କାମ କରିଛନ୍ତି ।

୯) ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭାରେ ଅଧ୍ୟକ୍ଷତା କରିଛନ୍ତି । ସାଂସଦ ସସ୍ମିତ ପାତ୍ର ଶନିବାର ରାଜ୍ୟସଭାରେ ଅଧ୍ୟକ୍ଷତା କରି ଗୃହ କାର୍ଯ୍ୟ ପରିଚାଳନା କରିଛନ୍ତି। ମହାମାରୀ (ସଂଶୋଧନ) ଅଧ୍ୟାଦେଶ, ୨୦୨୦ ବିଲ୍ ଉପରେ ଆଲୋଚନା ସମୟରେ ସେ ରାଜ୍ୟସଭାରେ ଅଧ୍ୟକ୍ଷତା କରିଥିଲେ। ସୂଚନା ଯୋଗ୍ୟ ଜୁଲାଇ ୨୪ ତାରିଖରେ ରାଜ୍ୟସଭା ପକ୍ଷରୁ ପ୍ରକାଶିତ ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ ପାତ୍ରଙ୍କ ସମେତ ୬ଜଣ ସାଂସଦ ସ୍ଥାନ ପାଇଥିଲେ।।

୧୦) ଦେଶର ୫୯.୭ % ଛାତ୍ର ଓ ୬୨ %ରୁ ଅଧିକ ଛାତ୍ରୀ ସ୍କୁଲକୁ ଚାଲିଚାଲି ଯାଉଛନ୍ତି ବୋଲି ଜାତୀୟ ପରିସଂଖ୍ୟାନ ସଂଗଠନ (ଏନଏସଓ) ଏକ ରିପୋର୍ଟ ଉପସ୍ଥାପନ କରିଛି । ଏହି ସଂଖ୍ୟା ଗ୍ରାମାଞ୍ଚଳରେ ଅଧିକ।

୧୧) ଚାକିରି ଚାଲିଯିବାରୁ ସାଉଦି ଆରବରେ ୪୫୦ ବେ‌ରୋଜଗାରୀ ଭାରତୀୟ ରାସ୍ତାରେ ଭିକ ମାଗୁଛନ୍ତି। ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, କାଶ୍ମୀର, ବିହାର, ଦିଲ୍ଲୀ, ରାଜସ୍ଥାନ, କର୍ନାଟକ, ହରିଆଣା, ପଞ୍ଜାବ ଓ ମହାରାଷ୍ଟ୍ର ଆଦି ରାଜ୍ୟର ଏହି ପ୍ରବାସୀଙ୍କ ଓ୍ବାର୍କ ପରମିଟ୍ ଶେ‌ଷ ହୋଇଯିବାରୁ ଏବେ ସେମାନେ ବାଧ୍ୟ ହୋଇ ଭିକ୍ଷା କରୁଛନ୍ତି। ସେଠାକାର ସରକାର ଏ ବାବଦରେ ଜାଣିବା ପରେ ସମସ୍ତ ଭାରତୀୟଙ୍କୁ ଡିଣ୍ଟେସନ ସେଣ୍ଟରକୁ ପଠାଇ ଦେଇଛି।

୧୨) କରୋନାରୁ ସୁସ୍ଥ ହୋଇଥିବା ରୋଗୀ ପୁଣି ଥରେ ଆକ୍ରାନ୍ତ ହେଉଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି। କରୋନାରେ ଦ୍ୱିତୀୟ ଥର ପାଇଁ ସଂକ୍ରମିତ ହେବା ଘଟଣା ପ୍ରଥମେ ହଂକଂରେ ଦେଖା ଯାଇଥିବା ବେଳେ ଏବେ ଏହା ଭାରତରେ ଦେଖିବାକୁ ମିଳିଛି। ଗଭର୍ଣ୍ଣମେଣ୍ଟ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସର ବୈଜ୍ଞାନକଙ୍କ ତଥ୍ୟ ଆହୁରି ଭୟଙ୍କର। କାରଣ ଯାଞ୍ଚ ପରେ ସେହି ରୋଗୀମାନଙ୍କ ଶରୀରରେ କରୋନା ଭାଇରସର ନୂଆ ରୂପ ଦେଖିବାକୁ ମିଳିଛି। ଶରୀରରେ ଥିବା ଆଣ୍ଟିବଡ଼ି ଏହି ଭାଇରସ୍‌ ଉପରେ କୌଣସି ପ୍ରଭାବ ପକାଇ ପାରୁ ନ ଥିବା ଜଣାପଡିଛି।

୧୩) ସେପ୍ଟେମ୍ବର ୩୦ ମଧ୍ୟରେ ଆବେଦନ କାଲେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସରକାର ମାଗଣାରେ ଦେବେ ଗ୍ୟାସ ସିଲିଣ୍ଡର । କରୋନା ମହାମାରୀ ପାଇଁ ଏହି ସ୍କିମ୍ ଏପ୍ରିଲରୁ ସେପ୍ଟେମ୍ବର ମାସଯାଏ ବୃଦ୍ଧି କରାଯାଇଛି। ଉଜ୍ଜ୍ୱଳା ଯୋଜନା ପାଇଁ ରେଜିଷ୍ଟ୍ରେସନ କରି ଏହି ଯୋଜନାରେ ଗ୍ୟାସ କନେକସନ୍ ନେବା ପାଇଁ ବିପିଏଲ ପରିବାରର ଯେ କୌଣସି ମହିଳା ଆବେଦନ କରିପାରିବେ।

୧୪) ଦୁଇ ହଜାର ଟଙ୍କିଆ ନୋଟ୍‌ ମୁଦ୍ରଣ ବନ୍ଦ ନିଷ୍ପତ୍ତି ନିଆଯାଇନାହିଁ, କୋଭିଡ୍‌ ପାଇଁ ମୁଦ୍ରଣ ସାମୟିକ ଭାବେ ବନ୍ଦ ହୋଇଥିବା କହିଛନ୍ତି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୨୭,୩୯୮ ଖଣ୍ଡ ଦୁଇ ହଜାର ଟଙ୍କିଆ ନୋଟ୍‌ ବଜାରରେ ସର୍କୁଲେସନ୍‌ରେ ଅଛି। ଅନ୍ୟପକ୍ଷରେ ୨୦୧୯ ମାର୍ଚ୍ଚ ସୁଦ୍ଧା ୩୨,୯୧୦ ଲକ୍ଷ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ସର୍କୁଲେସନ୍‌ରେ ରହିଥିଲା। ୨୦୧୯-୨୦ ଏବଂ ୨୦୨୦-୨୧ରେ କୌଣସି ୨୦୦୦ ଟଙ୍କିଆ ନୋଟ୍‌ ମୁଦ୍ରଣ କରାଯାଇ ନ ଥିବା ଶ୍ରୀ ଠାକୁର କହିଛନ୍ତି। ତେବେ କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ୨୦୦୦ ଟଙ୍କିଆ ନୋଟ୍‌ ମୁଦ୍ରଣ ସାମୟିକ ଭାବେ ବନ୍ଦ ରଖାଯାଇଛି।

୧୫) କେନ୍ଦ୍ର ସରକାର ୧୨୩ ବର୍ଷର ପୁରୁଣା ମହାମାରୀ ରୋଗ ବିଲ୍ (ସଂଶୋଧନ) ବିଲ୍ ୨୦୨୦ ଶନିବାର ଦିନ ରାଜ୍ୟସଭାରେ ପାରିତ ହୋଇଛି। ସଂସଦରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏହି ବିଲ୍ ଉପସ୍ଥାପନ କରିଛନ୍ତି। ଏଣିକି ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ କଲେ ଆକ୍ରମଣକାରୀଙ୍କ ଉପରେ ୫୦ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ତିନି ମାସରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ମଧ୍ୟ ହୋଇପାରେ। ଗୁରୁତର ଆଘାତ ହେଲେ ସର୍ବାଧିକ 7 ବର୍ଷ ଦଣ୍ଡିତ ହୋଇପାରେ । ଏହା ଏକ ଜାମିନହୀନ ଅପରାଧ ହେବ।

୧୬) ଚିଲିକା ଓ ଅଂଶୁପା ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ସରକାର୪.୭ କୋଟି ଘୋଷଣା କରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ।

୧୭) ଶୁକ୍ରବାର ରାତିରେ କଳାହାଣ୍ଡିରେ ପୁଣିଥରେ ମାଓବାଦୀ ଓ ସୁରକ୍ଷା ଜବାନ ମୁହାଁ ମୁହିଁ ହୋଇଛନ୍ତି। କଳାହାଣ୍ଡି ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଜରକା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଖବର ପାଇବା ପରେ ଏସ.ଓ.ଜି., ଡି.ଭି.ଏଫ., ୬୪ତମ ସି.ଆର.ପି.ଏଫ. ବାଟାଲିୟନ, କୋବ୍ରା ବାଟାଲିୟନ ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ମାଓବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚାଳନା କରିଥିଲେ। ଜବାବରେ ସୁରକ୍ଷା ବାହିନୀ ଗୁଳି ଚାଳନା କରିବା ପରେ, ମାଓବାଦୀ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାୟନ କରିଥିଲେ। ଏହି କମ୍ବିଂ ଅପରେସନ ରେ ସୁରକ୍ଷା ବାହିନୀ ଗୋଟିଏ ରାଇଫଲ ସହିତ ୯ଜୀବନ୍ତ ଗୁଳି, ମାଓ ପତ୍ରିକା, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।

୧୮) ଦୁର୍ଘଟଣା ରୋକିବାକୁ ବାଇକ ଚାଳକଙ୍କ ପାଇଁ ନୂଆ ଗାଇଡ ଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଏହି ନିୟମ ଅନୁସାରେ ବାଇକରେ ୨ରୁ ଅଧିକ ଲୋକ ବସିଲେ ଜରିମାନା ଆଦାୟ କରାଯିବ । ସିଟର ଉଭୟ ପାଖରେ ହ୍ୟାଣ୍ଡେଲ ରହିବା ବାଧ୍ୟତାମୂଳକ। ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନୂଆ ନିୟମ କରାଯାଇଛି। ପଛରେ ବସିଥିବା ଲୋକଙ୍କ ପାଇଁ ଫୁଟ ଷ୍ଟାଣ୍ଡ ବାଧ୍ୟତାମୂଳକ, ଗାଡିରେ ମାଲ ଥିଲେ ଆଉ କେହି ନ ବସିବାକୁ କୁହାଯାଇଛି।

୧୯) ନକଲି ଖଦୀ ଉତ୍ପାଦ ବିକ୍ରୟ ବନ୍ଦ କରିବାକୁ ଫ୍ଲିପ୍‌କାର୍ଟ, ଆମାଜନ, ସ୍ନାପ୍‌ଡିଲ୍‌କୁ କେନ୍ଦ୍ର ସରକାରଙ୍କ ତାଗିଦ।

୨୦) ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମରେ ବଜ୍ରପାତରେ ୨ ମୃତ ଜଣେ ଗୁରୁତର।

୨୧) କରୋନାରେ ପ୍ରଭାବିତ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ତାମିଲନାଡୁ କେବଳ ଦେଶର ମୋଟ ମାମଲାର ୬୦ ପ୍ରତିଶତ। ଏହି ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ରହିଛି। ଗତ ମାସକ ରିପୋର୍ଟକୁ ଦେଖିଲେ ଦେଶରେ କରୋନାର ୧୦ ଅଧିକ ସଂକ୍ରମିତ ରାଜ୍ୟ ମଧ୍ୟରେ ଓ଼ଡ଼ିଶା ରହିଛି।

୨୨) ପାକିସ୍ତାନରୁ ହେଉଥିବା ଅନୁପ୍ରବେଶ ରୋକିବା ପାଇଁ ଏଲଓସିରେ ୩୦୦୦ ଅତିରିକ୍ତ ସୈନିକ ମୁତୟନ।

୨୩) ଓଡିଶା ସରକାର ବଦଳାଇଲେ ଇପିଏଫ ନିୟମ। ଭୁଲ ଆକାଉଣ୍ଟ ନମ୍ବର କିମ୍ବା ଅନ୍ୟ କୌଣସି ଆକାଉଣ୍ଟ ନମ୍ବର ଦେଲେ, ଆକାଉଣ୍ଟଧାରୀଙ୍କ KYC ସଂପୂର୍ଣ୍ଣ ହୋଇ ନଥିଲେ କିମ୍ବା ଭୁଲ ଥିଲେ, EPFOରେ ରେକର୍ଡ ହୋଇଥିବା ଜନ୍ମ ତାରିଖ ଏବଂ ନିଯୁକ୍ତିଦାତାଙ୍କ ରେକର୍ଡରେ ଜନ୍ମ ହୋଇଥିବା ତାରିଖ ଭିନ୍ନ ହୋଇଥିଲେ, ୟୁଏଏନ ସହ ଆକାଉଣ୍ଟ ଲିଙ୍କ ନଥିଲେ ଆବେଦନ ରିଜେକ୍ଟ ହୋଇପାରେ।

୨୪) ଶିକ୍ଷାଦାନରେ ଆଗ୍ରହୀ ଥିବା ସରକାରୀ ଅଧିକାରୀ ଏଣିକି ଆଦର୍ଶ ବିଦ୍ୟାଳୟ ପିଲାଙ୍କୁ ଶିକ୍ଷାଦାନ କରିପାରିବେ। ଏଥିପାଇଁ ଓଡ଼ିଶା ସରକାରଙ୍କ ବିଭିନ୍ନ ସଂସ୍ଥାରେ କାମ କରୁଥିବା ଅଧିକାରୀମାନଙ୍କଠାରୁ ଆବେଦନ ଆହ୍ୱାନ କରାଯାଇଛି।

LEAVE A REPLY

Please enter your comment!
Please enter your name here