Home ୨୪ ଘଣ୍ଟା ୨୪ ଖବର ବିନା ଭକ୍ତରେ ଅନୁଷ୍ଠିତ ହେବ ମାଣିକେଶ୍ୱରୀଙ୍କ ଛତର୍‍ ଯାତ୍ରା

ବିନା ଭକ୍ତରେ ଅନୁଷ୍ଠିତ ହେବ ମାଣିକେଶ୍ୱରୀଙ୍କ ଛତର୍‍ ଯାତ୍ରା

12
0

୧୭ ସେପ୍ଟେମ୍ବର ୨୦୨୦, ବର୍ଷର ୨୬୧ତମ ଦିବସ, ୩୮ତମ ଗୁରୁବାର

୧) ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ; ୨୦ ଓ ୨୧ରେ ଅତି ପ୍ରବଳ ବର୍ଷା ସମ୍ଭାବନା, ସତର୍କ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ।

୨) ବାବରି ମସଜିଦ ଭଙ୍ଗା ଘଟଣା: ସେପ୍ଟେମ୍ବର ୩୦ରେ ମାମଲାର ଶୁଣାଣି, ବିଜେପିର ବରିଷ୍ଠ ନେତା ସମେତ ୩୨ ଜଣଙ୍କ ଉପରେ ରାୟ ଶୁଣାଇବେ ଅଦାଲତ।

୩) ଭାରତ ଏକ ଅନନ୍ୟ ସଂସଦୀୟ ଗଣତନ୍ତ୍ର, ଯେଉଁଠାରେ ପ୍ରଶ୍ନ ପଚାରିବାର ଅଧିକାର ନାହିଁ: ଚିଦାମ୍ବରମ।

୪) ଯୋଶିହିଡେ ସୁଗା ହେଲେ ଜାପାନର ପ୍ରଧାନମନ୍ତ୍ରୀ: ଶୁଭେଚ୍ଛା ଜଣାଇଲେ ମୋଦି।

୫) ନବରଙ୍ଗପୁର ଆଟିଗାଁରେ ବ୍ୟାପିଛି ଅଜଣା ରୋଗ, ଦେଢ ମାସରେ ନେଲାଣି ୧୮ ଜୀବନ।

୬) ଏଣିକି କଟକ, ଭୁବନେଶ୍ୱର ଆସିପାରିବେନି ବାହାରର କରୋନା ରୋଗୀ।

୭) ଆଟଲାଣ୍ଟିକ ମହାସାଗରରେ ୫ ସାମୁଦ୍ରିକ ଝଡ ସୃଷ୍ଟି।

୮) ରାଜ୍ୟ ସରକାର ରୋଗୀଙ୍କ କଟକ ଏବଂ ଭୁବନେଶ୍ୱରକୁ ଯିବା ଉପରେ ପ୍ରତିବନ୍ଧକ ଲଗାଇ ନାହାନ୍ତି : ମୁଖ୍ୟଶାସନ ସଚିବ।

୯) ବିନା ଭକ୍ତରେ ଅନୁଷ୍ଠିତ ହେବ ମାଣିକେଶ୍ୱରୀଙ୍କ ଛତର୍‍ ଯାତ୍ରା।

୧୦) ମୋଟ କର ସଂଗ୍ରହ ୨୨.୫ ପ୍ରତିଶତ ହ୍ରାସ, ସେପ୍ଟେମ୍ବର ୧୫ ସୁଦ୍ଧା ଆଦାୟ ହୋଇଛି ୨ଲକ୍ଷ ୫୩ ହଜାର ୫୩୨ କୋଟି ଟଙ୍କା।

୧୧) ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କ ହତ୍ୟା ମାମଲାରେ, ୩ ଗିରଫ: ପଞ୍ଜାବ ପୋଲିସ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଇନା।

୧୨) ଶ୍ରମିକଙ୍କ ପାଇଁ ଖୁସି ଖବର, ଗାନ୍ଧି ଜୟନ୍ତୀରୁ ବ୍ୟାଙ୍କ୍ ଖାତାକୁ ଯିବ ମଜୁରୀ।

୧୩) ରାଜସ୍ଥାନର କୋଟା ଚମ୍ବଲ ନଦୀରେ ନୌକା ଓଲଟି ୧୪ ମୃତ।

୧୪) ବୈଜ୍ଞାନିକଙ୍କ ନୂଆ ଆବିଷ୍କାର: ଶୁକ୍ରରେ ଥାଇପାରନ୍ତି ଜୀବ।

୧୫) ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌।

୧୬) ସ୍କୁଲ-କଲେଜ ଖୋଲିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଜାରି କଲେ ନୂଆ ଗାଇଡ୍‌ ଲାଇନ୍‌, ବନ୍ଦ ରହିବ ପ୍ରାର୍ଥନା ସଭା ଓ ଶାରୀରିକ ଶିକ୍ଷାଦାନ।

୧୭) ଚିନ୍ତା ଖାଉଟି: ପନିପରିବା ପରେ ମହଙ୍ଗା ହେଲା ଡାଲି।

୧୮) ସଫେଇ କର୍ମଚାରୀଙ୍କ ଧମକ, ଦାବି ନମାନିଲେ ଇସଲାମ ଧର୍ମ ଗ୍ରହଣ କରିବୁ।

୧୯) ନୀଳାଚଳ ଇସ୍ପାତ ନିଗମର କର୍ମଚାରୀମାନଙ୍କ ସହ ଆଲୋଚନା କଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ।

୨୦) ବାଦାମବାଡ଼ି ବସ୍‌ଷ୍ଟାଣ୍ଡ୍‌ରେ ପୁଣି ଦାଦାବଟି ଆଦାୟ ଅଭିଯୋଗ: ଦୁର୍ଦ୍ଦାନ୍ତ କାଳିନ୍ଦୀ ଖୁଣ୍ଟିଆ ସମେତ ୭ ଗିରଫ।

୨୧) ଲୁଧିଆନା: ଟମାଟୋ ଚୋରି କରି ଦୁଇ ପୋଲିସ କର୍ମୀ ନିଲମ୍ବିତ।

୨୨) ଉତ୍କଟ ଦାରିଦ୍ର୍ୟ କବଳରେ ୩ କୋଟି ୭୦ ଲକ୍ଷ ; ୨୦ ବର୍ଷରେ ହୋଇଥିବା ଅଗ୍ରଗତି ଅଟକିଲା: ରିପୋର୍ଟ।

୨୩) କେଉଁ ବୈଜ୍ଞାନିକ ଆଧାରରେ ଲକଡାଉନ୍ ସଂକ୍ରମଣ ହ୍ରାସ କରିଛି ବୋଲି ହର୍ଷବର୍ଦ୍ଧନଙ୍କୁ ଆନନ୍ଦ ଶର୍ମାଙ୍କ ପ୍ରଶ୍ନ ।

୨୪) ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଶୋଧିତ ଗାଇଡଲାଇନ୍: ପ୍ରାର୍ଥୀ ଛାପିବେ ଅପରାଧ ପୃଷ୍ଠଭୂମି।

LEAVE A REPLY

Please enter your comment!
Please enter your name here