Home ଖାଦ୍ୟ ଓ ସ୍ୱାସ୍ଥ୍ୟ କେବେ ବି ଶାରୀରୀକ ଅସୁସ୍ଥ ହୋଇ ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ଏହା ପଛର ବିଜ୍ଞାନ

କେବେ ବି ଶାରୀରୀକ ଅସୁସ୍ଥ ହୋଇ ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ଏହା ପଛର ବିଜ୍ଞାନ

167
0

ଭାରତର ପ୍ରଧାନ ମନ୍ତ୍ରୀ ମୋଦୀ ଜଣେ ଶାକାହାରୀ |
ସେ ପ୍ରତିଦିନ ଭୋର 4 ଟାରେ ଉଠନ୍ତି | ଖାଲି ପାଦରେ କିଛି ସମୟ ବୁଲାବୁଲି କରନ୍ତି |

ପ୍ରତ୍ୟେକ ଦିନ ବିଶ୍ବନିୟନ୍ତାଙ୍କୁ କିଛି ସମୟ ନିଶ୍ଚୟ ଧ୍ୟାନ କରନ୍ତି |
ଯେଉଁ ଅନନ୍ତ ଶକ୍ତି ବଳରେ ସଚରାଚର ବିଶ୍ୱ ପରିଚାଳିତ ହୁଏ, ସେ ମଧ୍ୟ ସେହି ଅନନ୍ତ ଶକ୍ତିର ଅନ୍ୟତମ ସ୍ବରୂପ ବୋଲି ହୃଦୟଙ୍ଗମ କରି ନିଜର ଚିରାଚରିତ କାର୍ଯ୍ୟ ଆରମ୍ଭ କରନ୍ତି |

ସେ ପ୍ରାୟତଃ ପ୍ରତିଦିନ ଯୋଗ ମାଧ୍ୟମରେ ଶାରୀରୀକ ବ୍ୟାୟାମ ମଧ୍ୟ କରନ୍ତି | ତାଙ୍କର ସରଳ ଓ ସିମୀତ ବୋଧଶକ୍ତି ବି ତାଙ୍କର ଅନ୍ୟତମ ରକ୍ଷା କବଚ ପରି କାର୍ଯ୍ୟକରେ |

ସେ ଥରେ ଯାହା ବୁଝିଲେ ତାହା ହିଁ ସଂସାରର ସର୍ବୋତ୍କୃଷ୍ଟ ଶେଷ୍ଠ ବିଚାର ବୋଲି ନିଜ ମନରେ ଏକ ଦୃଢ ଧାରଣା ଜନ୍ମାଇ ସେ କେବଳ ସେହି ଏକକ ଚିନ୍ତାରେ ମଜ୍ଜି ରୁହନ୍ତି | ଫଳରେ ବିବିଧ ଚିନ୍ତାରେ ତାଙ୍କ ମନ ଭାରାକ୍ରାନ୍ତ ହେବାର ଖୁବ୍ କମ୍ ଅବକାଶ ମିଳିଥାଏ ତାଙ୍କୁ |

କୁହାଯାଏ ମନର ମୂଳେ ଏ ଜଗତ | ଏହା ଏକ ଆଧ୍ୟାତ୍ମିକ ବାଣୀ ହୋଇଥିଲେ ବି ଏହା ଏକ ବିଜ୍ଞାନ ମଧ୍ୟ | ସୀମିତ ଚିନ୍ତା ଚେତନାରେ ସର୍ବଦା ବୁଡି ରହୁଥିବା ମନ ଶରୀରକୁ ଅନ୍ୟାନ୍ୟ ମାନସିକ ଚାପ ଜନିତ ରାସାୟନିକ କ୍ରିୟା ପ୍ରକ୍ରିୟାରୁ ମୁକ୍ତ ରଖୁଥିବାରୁ ସେପରି ମଣିଷମାନଙ୍କ ପାଖରେ ସୁସ୍ଥତା ଦୀର୍ଘସ୍ଥାୟୀ ହୋଇଥାଏ |

ମୋଦୀଜୀଙ୍କର ଏହି ମହତ୍ତ୍ବପୂର୍ଣ୍ଣ ସରଳତା ଓ ଏକନିଷ୍ଠ ଚିନ୍ତା ଚେତନା ତାଙ୍କୁ ଦୀର୍ଘ ନିରାମୟ ରଖିବାରେ ସହାୟକ ହେବା ସ୍ୱାଭାବିକ୍ | ସେଥିପାଇଁ ବୋଧହୁଏ ସେ ନାନା ବିବିଧତାପୂର୍ଣ୍ଣ ଏତେବଡ ବିଶାଳ ଦେଶର ପ୍ରଧାନ ମନ୍ତ୍ରୀ ହୋଇ ମଧ୍ୟ ନିଜ ମନକୁ ଚାପମୁକ୍ତ ରଖି ପାରନ୍ତି ଓ ପ୍ରଧାନମନ୍ତ୍ରୀ ହେବାପରଠୁ ସେ କେବେ ଶାରୀରୀକ ଭାବେ ଅସୁସ୍ଥ ହୋଇଥିବା କଥା ଶୁଣା ନାହିଁ |

ସେ ଆଜି 70 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଓ ଆଜି ମଧ୍ୟ ଯୁବ ସୁଲଭ ଚପଳତା ତାଙ୍କ ପାଖରେ ପରିଲିକ୍ଷିତ ହେଉଛି |

ଦେଶର ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ସ୍ଥିତି ଓ ତାର ହା ହା କାର ତାଙ୍କ ଅବିଚଳିତ ମନକୁ ପ୍ରଭାବିତ ନକରୁ ଏବଂ ସେ ସର୍ବଦା ଚିନ୍ତାମୁକ୍ତ ରୁହନ୍ତୁ, ଦେଶର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏ କାମନା କରିବା ସହ ତାଙ୍କର ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରନ୍ତି ଦେଶବାସୀ |

ସୁ ଦିନ ହେଉ ତବ ଜନ୍ମଦିନ
ଈଶ୍ୱର ଦିଅନ୍ତୁ ତୁମକୁ ସୁ ମନ
ତବ ଜନ୍ମଦିନେ ସୁମନାସ ଘେନ
ସର୍ବେ ସନ୍ତୁ ନିରାମୟ
ସର୍ବେ ଭବନ୍ତୁ ସୁଖୂନଃ

LEAVE A REPLY

Please enter your comment!
Please enter your name here