୧୬ ସେପ୍ଟେମ୍ବର ୨୦୨୦, ବର୍ଷର ୨୬୦ତମ ଦିବସ ୩୭ତମ ବୁଧବାର
୧) ଦେଶରେ ଟ୍ରାଏଲ୍ ଫେଜ୍ରେ ରହିଛି ୩ଟି ଟିକା: ଆଇସିଏମଆର।
୨) ମାଲକାନଗିରି: ସୀମାନ୍ତରେ ଯବାନଙ୍କୁ ଟାର୍ଗେଟ କରି ଲଗାଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର।
୩) ନୂଆଦିଲ୍ଲୀ: ବେତନ କାଟ୍ ବିଧେୟକ ଲୋକସଭାରେ ଗୃହୀତ, ସାଂସଦଙ୍କ କଟିବ ୩୦ ପ୍ରତିଶତ ଦରମା।
୪) ସାରା ଦେଶରେ ସଂକ୍ରମଣ ହାରରେ ଶୀର୍ଷରେ ରହିଛି ଖୋର୍ଦ୍ଧା: ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୧୭ ରୋଗୀ ଚିହ୍ନଟ।


୫) କରୋନା କାଳରେ ବୈଦେଶିକ ପୁଞ୍ଜି ନିବେଶରୁ ୨୦ ବିଲିୟନ ଡ଼ଲାର ପାଇଛି ଭାରତ: ସଚିବ।
୬) ପୁଲୱାମାରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-ବଦରର ୨ ଆତଙ୍କବାଦୀ ଗିରଫ।
୭) ଚନ୍ଦକା ଅଭୟାରଣ୍ୟ ମଧ୍ୟରେ ଥିବା କୁମାରଖୁଣ୍ଟିଠାରେ ହସ୍ତୀ ଥଇଥାନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପିତ।
୮) ଦେଶର ପ୍ରଥମ ୮ଟି ‘ଖେଲୋ ଇଣ୍ଡିଆ ଷ୍ଟେଟ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ’ ତାଲିକାରେ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମ୍।


୯) ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପାଇଁ ଜମି ଯୋଗାଇବାକୁ ସାଂସଦ ସସ୍ମିତ ପାତ୍ରଙ୍କ ଦାବି।
୧୦) ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ପାଇଁ କଂଗ୍ରେସ ରଖିଲା ଦାବି, ଏଥର ଗୃହକାର୍ଯ୍ୟରେ ନୂଆ ନିୟମ।
୧୧) ଚିଲିକା ଲୁଣିପାଣି ମାଡି ଶତାଧିକ ଏକର ଫସଲ ନଷ୍ଟ।
୧୨) ରାଜ୍ୟ କର୍ମଚାରୀଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ଅବଧି ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି।
୧୩) ଜାତୀୟସେବା ଯୋଜନା ସମ୍ମାନ ପାଇବେ ଓଡ଼ିଶାର ୨ ସ୍ଵେଛାସେବୀ।


୧୪) ସେପ୍ଟେମ୍ବର ୧୮ ଏସବିଆଇ ଏଟିଏମରୁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ, ଏଣିକି ଟଙ୍କା ଉଠାଣ ବେଳେ ସାଥିରେ ଏଟିଏମ ସହ ନେବାକୁ ପଡ଼ିବ ରେଜିଷ୍ଟାର୍ଡ ମୋବାଇଲ।
୧୫) ଏଣିକି ଇ-ମୋଷ୍ଟର ରୋଲ ବ୍ୟବସ୍ଥା, ଶ୍ରମିକଙ୍କୁ ଇ-ପେମେଣ୍ଟ ଜରିଆରେ ଟଙ୍କା ଦେବେ ଠିକାଦାର।
୧୬) ଦେଶରେ କୋଭିଡ ଯୋଗୁଁ ପ୍ରାୟ ୨୦ ପ୍ରତିଶତ ହାର୍ଟ ଆଟକ୍ ବୃଦ୍ଧି ପାଇଛି: ରିପୋର୍ଟ।
୧୭) ସେପ୍ଟେମ୍ବର ୨୧ରୁ ଖୋଲିବ ସ୍କୁଲ , ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର’।
୧୮) ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରୀ, ବିଧାୟକଙ୍କ ହେବ କୋଭିଡ ଟେଷ୍ଟ।


୧୯) ଆବ୍ରାହମ୍ ଲିଙ୍କନଙ୍କ କେଶ ଗୁଚ୍ଛ ୮୧ ହଜାର ଡଲାରରେ ନିଲାମ: ପୋଷ୍ଟମର୍ଟମ୍ ସମୟରେ ଲିଙ୍କନଙ୍କ ମୁଣ୍ଡରୁ ବାହାର କରାଯାଇଥିଲା।
୨୦) କରୋନା ଏବଂ ଲକ୍ଡାଉନ୍ ସମୟରେ ଭାରତରେ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ ୬ ପ୍ରତିଶତ ବୃଦ୍ଧି।
୨୧) ରାଜ୍ୟରେ ଆରମ୍ଭ ହେବ ଭର୍ଚୁଆଲ ଆଇସିୟୁ ସେବା, ଜିଲ୍ଲାପାଳ-ସିଡିଏମଓଙ୍କୁ ପତ୍ର ଲେଖିଲେ ସରକାର, ଅନଲାଇନ୍ ପରାମର୍ଶ ଦେବେ ବିଶେଷଜ୍ଞ।
୨୨) ଓଡ଼ିଶା, ହରିଆନା ଓ କର୍ଣ୍ଣାଟକରେ ଯୋଗ ଓ ନେଚରପ୍ୟାଥି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ପାଇଁ ପାଣ୍ଠି ପ୍ରଦାନ।


୨୩) ୬୧ବର୍ଷରେ ଦୂରଦର୍ଶନ।
୨୪) ଲକଡାଉନରେ କର୍ମଚାରୀଙ୍କୁ ଫାଇଦା ଦେବ ଟାଟା ଷ୍ଟିଲ, ୨୦୧୯-୨୦ ଆର୍ଥିକ ବର୍ଷରେ ନିଜ କର୍ମଚାରୀଙ୍କ ପାଇଁ୨୩୫ କୋଟି ଟଙ୍କାର ବୋନସ୍।