Home ସମ୍ଯକ୍ ପରିଚୟ ତୁହିନକାନ୍ତ ପାଣ୍ଡେ IAS

ତୁହିନକାନ୍ତ ପାଣ୍ଡେ IAS

143
0

ଭୁବନେଶ୍ଵର , 16 ସେପ୍ଟେମ୍ବର 2020 : ପଞ୍ଜାବର ହୋସିଆରପୁରରେ ଜୁଲାଇ ୮, ୧୯୬୫ରେ ଜନ୍ମିତ ତୁହିନକାନ୍ତ ପାଣ୍ଡେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଓ ବର୍ମିଂହାମ ବିଶ୍ୱବିଦ୍ୟାଳୟ, ଲଣ୍ଡନରୁ ଏମବିଏ କରିବା ପରେ ୧୯୮୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।

ସମ୍ବଲପୁର ଜିଲ୍ଲାପାଳ, ଓଡିଶା ରାଜ୍ୟ ଅର୍ଥ ନିଗମ, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମରେ ସେ କାମ କରି ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି । ଭୂ-ରାଜସ୍ୱ, ସ୍ୱାସ୍ଥ୍ୟ, ପରିବହନ, ବାଣିଜ୍ୟିକ କର, ସାଧାରଣ ପ୍ରଶାସନ, ଅର୍ଥ ସଚିବ ଭାବେ ମଧ୍ୟ ସେ କାମ କରି ସାରିଛନ୍ତି ।

ଶିଳ୍ପ ବିକାଶ, ଆର୍ଥିକ ପ୍ରବନ୍ଧନ ଓ ଅର୍ଥ ବିଭାଗରେ ବ୍ୟାପକ ସଂସ୍କାର ଆଣିବା ସହ ନୂତନ ନୀତି ଓ ବ୍ୟବସ୍ଥା ପ୍ରଣୟନ କରି ସେ ଅର୍ଥନୀତି ବିଶାରଦ ପ୍ରଶାସକ ଭାବେ ପରିଚିତି ହାସଲ କରିଛନ୍ତି । ଯୋଜନା କମିଶନର ଯୁଗ୍ମ ସଚିବ ଭାବେ ପାଞ୍ଚ ବର୍ଷ କାମ କରିଥିବା ତୁହିନକାନ୍ତ କେନ୍ଦ୍ରୀୟ ସଚିବାଳୟରେ ମଧ୍ୟ କାମ କରି ସାରିଛନ୍ତି ।

ଏବେ ସେ କେନ୍ଦ୍ର ସରକାରଙ୍କ ବିନିବେଶ ଓ ଲୋକ ସମ୍ପତ୍ତି ପ୍ରବନ୍ଧନ ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ।

ଏହି ସମୟରେ ବିଜୁ ପଟ୍ଟନାୟକଙ୍କ ସ୍ବପ୍ନ ଓ ସ୍ବାଭିମାନର ପ୍ରତୀକ ଓଡିଶାର ନିଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ଓ ବିକ୍ରୟ ପାଇଁ ଯେଉଁ ମସୁଧା ଚାଲିଛି ସେ ପ୍ରକ୍ରିୟାରେ ତୁହୀନଙ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here