ଦିନେ ରାତିରେ ଖୁଟୁ ଆଜ୍ଞା ଆଉ ମୁଁ ଫେରୁଥାଉ ସିନାପାଲିରୁ। ହୃଷିକେଶ ମେହେର ସିନାପାଲି ଥାନା ଅଧିକାରୀ; ଭେଟ ପଡ଼ିଲୁ ବାଟରେ। ରାତିରେ ପୁଲିଆ ଉପରେ ବସିଲୁ। ସାମ୍ବାଦିକ ଓ ପୋଲିସ ରହିଲୁ ଅନେକ ସମୟ। କବିତା ଶୁଣିଲୁ।

କାଲି ରିତେଶ ସାର ଓ ମୁଁ ନଦୀଗାଁରେ ରହିଲୁ ଖୁଟୁ ଆଜ୍ଞାଙ୍କ ଘରେ। ଝଡର ଆକାଶ, ପଢ଼ିଲି ରାତିରେ। କେତୋଟି କବିତା ଦୁଇ ତିନିଥର ବି ପଢ଼ିଲି। ଭଲ ପାଇ ବସିଲି ବହିକୁ।

ଧନ୍ୟବାଦ ହୃଷିକେଶ ଆଜ୍ଞା, ପାଠକଙ୍କୁ ସୁନ୍ଦର ବହିଟିଏ ଦେଇ ଥିବାରୁ।