Home ୨୪ ଘଣ୍ଟା ୨୪ ଖବର କାର୍ତ୍ତିକ ମାସ ପାଇଁ କରୋନା କଟକଣା: ପୁରୀକୁ ହବିଷ୍ୟାଳୀଙ୍କ ଆସିବା ଉପରେ ଲାଗିଲା ରୋକ୍

କାର୍ତ୍ତିକ ମାସ ପାଇଁ କରୋନା କଟକଣା: ପୁରୀକୁ ହବିଷ୍ୟାଳୀଙ୍କ ଆସିବା ଉପରେ ଲାଗିଲା ରୋକ୍

24
0

୧୨ ସେପ୍ଟେମ୍ବର ୨୦୨୦, ବର୍ଷର ୨୫୬ତମ ଦିବସ ୩୭ତମ ଶନିବାର

୧) ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ।

୨) ପରଲୋକରେ ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନିବେଶ।

୩) ରାମ ମନ୍ଦିର ଭିତ୍ତିପ୍ରସ୍ତର ପାଇଁ ଖନନ କାର୍ଯ୍ୟ ଆରମ୍ଭ, ୨୪ ଘଣ୍ଟାରେ ନିର୍ମାଣ ହେବ ଗୋଟିଏ ଖମ୍ବ।

୪) ଚେଲ୍ଲାକୁମାର କଂଗ୍ରେସର ଓଡ଼ିଶା ପ୍ରଭାରୀ, ଭକ୍ତଙ୍କୁ ମିଜୋରାମ ଦାୟିତ୍ୱ।

୫) ୨୦୨୧ ଫେବୃୟାରୀରେ ହେବ ଏସିଆର ସର୍ବବୃହତ ଏରୋ ଶୋ, ଟିକେଟ ବୁକିଂ ପାଇଁ ଖୋଲିଲା ୱେବସାଇଟ।

୬) ସଫେଇ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ‘ଗରିମା’ କାର୍ଯ୍ୟକ୍ରମ – ୫୦ କୋଟିର କର୍ପସ ପାଣ୍ଠି, ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିଶନ ଗଠନ କରାଯିବ – ମୁଖ୍ୟମନ୍ତ୍ରୀ।

୭) ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନଥିବା ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ।

୮) ଭୁବନେଶ୍ୱର: ନିଟ୍ ପରୀକ୍ଷା ପାଇଁ କାଲି ୪ଟି ସ୍ପେଶାଲ ଟ୍ରେନ ଚଲାଇବ ରେଳ ବିଭାଗ ।

୯) କାର୍ତ୍ତିକ ମାସ ପାଇଁ କରୋନା କଟକଣା: ପୁରୀକୁ ହବିଷ୍ୟାଳୀଙ୍କ ଆସିବା ଉପରେ ଲାଗିଲା ରୋକ୍।

୧୦) ରସାୟନିକ ଦୁର୍ଘଟଣା ପାଇଁ ପାରାଦ୍ୱୀପରେ ଉଦଘାଟିତ ହେଲା ଆପାତ-କାଳୀନ ସହାୟକ କେନ୍ଦ୍ର।

୧୧) ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୦୦ କୋଟି ଟଙ୍କାର ସହାୟତା ଘୋଷଣା।

୧୨) କରୋନା ବ୍ୟାପିବା ଭୟରେ କିମ୍ ଜୋଙ୍ଗଙ୍କ ଅଜବ ନିର୍ଦ୍ଦେଶ, ଚୀନ ପଟୁ ଯିଏ ଆସୁଛି ଗୁଳି ମାର।

୧୩) ରାଜ୍ୟସଭା ନିର୍ବାଚନ: ସରିଲା ପ୍ରାର୍ଥୀପତ୍ର ଦାଖଲ: ହୁଇପ୍ ଜାରି କଲେ ନବୀନ।

୧୪) ଟ୍ରେନ୍‌ ଚଳାଚଳ ଉପରେ କରୋନାର ପ୍ରଭାବ, କମୁଛି ଯାତ୍ରୀଙ୍କ ସଂଖ୍ୟା‌।

୧୫) ସୋମବାର ସଂସଦର ମୌସୁମୀ ଅଧିବେଶନ, ଉପସ୍ଥାପିତ ହେବ ୨୩ ନୂଆ ବିଧେୟକ‌।

୧୬) ମାସିକ ରାଜସ୍ୱ ନିଅଣ୍ଟ ଅନୁଦାନର କିସ୍ତି ଭାବରେ ୧୪ ଟି ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କଲା କେନ୍ଦ୍ର।

୧୭) ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନକରୁଥିବା ଅଭିଯୋଗ: ଓଡ଼ିଶା ସମେତ ୪ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ।

୧୮) ଭାରତୀୟ ଯବାନ ଖୋଲିଲେ ରହସ୍ୟ: ଆତଙ୍କବାଦୀଙ୍କ ଲାଗି ପାହାଡ଼ ଉପରୁ ଅସ୍ତ୍ରଶସ୍ତ୍ର ଫିଙ୍ଗୁଛି ପାକ୍ ସେନା।

୧୯) ନିଟ୍ ପରୀକ୍ଷା ପାଇଁ ୧୩ ତାରିଖରେ ୟୁନିଟ୍-୧ ମାର୍କେଟ୍ ବନ୍ଦ ରହିବ।

୨୦) ଗେଟ ପରୀକ୍ଷା ୨୦୨୧: ଖୋଲିଲା ଆଡମିଶନ ପୋର୍ଟାଲ, ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ ଅନଲାଇନ ଆବେଦନ।

୨୧) ଏବେ ବ୍ୟାଙ୍କଗୁଡିକରେ ନିଯୁକ୍ତ ହେବେ ଚିଫ୍ କମ୍ପ୍ଲିୟାନସ ଅଫିସର, ଜାରି ହେଲା ଆରବିଆଇଙ୍କ ଗାଇଡଲାଇନ୍।

୨୨) ହସ୍ପିଟାଲରେ ଥିବା କୋଭିଡ ରୋଗୀମାନଙ୍କୁ ଅକ୍ସିଜେନ ଯୋଗାଇବା ଦାୟିତ୍ଵ ରାଜ୍ୟର: କେନ୍ଦ୍ର ସ୍ଵାସ୍ଥ୍ୟ ବିଭାଗ।

୨୩) କଂଗ୍ରେସରେ ବଡ଼ ପରିବର୍ତ୍ତନ, ସାଧାରଣ ସମ୍ପାଦକ ପଦରୁ ହଟିଲେ ଗୁଲାମ ନବୀ ଆଜାଦଙ୍କ ସମେତ ୪ ନେତା ।

୨୪) ମାଲକାନଗିରି: ଭେରମଗଡରେ ରେଞ୍ଜରଙ୍କ ଗଳାକାଟିଲେ ମାଓବାଦୀ, ଘଟଣାର ତଦନ୍ତ ଆରମ୍ଭ ।

LEAVE A REPLY

Please enter your comment!
Please enter your name here