Home ସ୍କରଣୀୟମ୍ ବାଘା ଯତୀନ

ବାଘା ଯତୀନ

16
0

ଓଡ଼ିଆ ରେ କହନ୍ତି ତୁଳସୀ ଦୁଇ ପତ୍ରରୁ ବାସେ ,ବିଛୁଆତି କୁଣ୍ଡାଇ ହୁଏ । ଅନ୍ୟ ଭାଷାରେ ସେମିତି ଥିବ । ଇରାଂଜୀରେ କହନ୍ତି morning shows the day ୱର୍ଡସ୍ୱର୍ଥ କହିଛନ୍ତି child is the father of man .ୟେ ତ ସତ କଥା । ଅନେକ କ୍ଷେତ୍ରରେ ଏହା ଅକ୍ଷରେ ଅକ୍ଷରେ ସତ୍ୟ । କିନ୍ତୁ ବେଳେ ବେଳେ ଏହା ର ବିସ୍ମୟକର ବ୍ୟତିକ୍ରମ ହୋଇଯାଏ।


୫ ବର୍ଷ ବେଳୁ ବାପା ଚାଲିଗଲେ । ମା ପୁଅକୁ ନେଇ ବାପ ଘରେ ରହିଲେ । ବାପଛେଉଣ୍ଡ ପିଲାଟି ଖୁବ ସୁଧାର ।ଦେଖିବାକୁ ଯେମିତି ହ୍ରୃଷ୍ଟପୁଷ୍ଟ , ସେମିତି ଦୟାଳୁ ,ଦାନୀ । ଥଟ୍ଟାମଜାରେ ଯେମିତି ଓସ୍ତାଦ, ଅଭିନୟ କରିବାରେ ସେମିତି ଧୁରନ୍ଧର। ନାଟକରେ ଅଭିନୟ କଲାବେଳେ ସେ ଧ୍ରୁବ,ପ୍ରହ୍ଲାଦ, ହନୁମାନ, ଶ୍ରବଣ କୁମାର, ଦାନବୀର ହରିଶ୍ଚନ୍ଦ୍ର ଆଦି ଭୂମିକାରେ ବାହାରିବ ।ଆଉ ତା ଅଭିନୟରେ ସମସ୍ତେ ମୁଗ୍ଧ ।କାରଣ ପିଲାଟି ସବୁ ସୁଗୁଣର ଆଧାର ।
ୟେ ପିଲା ବଡ ହେଲେ କ’ଣ ହୋଇଥିବ ?


ଶିକ୍ଷକ, ସମାଜସେବୀ,ଧର୍ମ ପ୍ରଚାରକ, ସନ୍ନ୍ୟାସୀ ,ସାଧୁ …
ଧେତ୍
ସେ ହୋଇଥିଲା ଭୟଙ୍କର ବିପ୍ଳବୀ, ବିଦ୍ରୋହୀ
ଯେତେବେଳେ ଭାରତରେ କେହି ଗରିଲା ଯୁଦ୍ଧ କ’ଣ ବହିରେ ସୁଦ୍ଧା ପଢିନଥିଲେ , ୟେ ସେତେବେଳେ ବ୍ରିଟିଶ ସେନା ବିରୁଦ୍ଧରେ ଗରିଲା ଯୁଦ୍ଧରେ ମାତିଥିଲେ ।
ହାୟ, ସେ ଧ୍ରୁବ ,ପ୍ରହ୍ଲାଦ ଅଭିନୟ କୁଆଡେ ଗଲା !


ସବୁ ଥିଲା । ଜୀବନର ଶେଷ ଯାଏ ଥିଲା । କେବଳ ଭାରତର ସ୍ବାଧୀନତା, ଭାରତୀୟମାନଙ୍କ ସ୍ବାଭିମାନ, ସମ୍ମାନ ପାଇଁ ୟେ ନ୍ରୃଶଂସ ଫିରିଙ୍ଗି ସେନା ,ଅଧିକାରୀ ଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧକୁ ଓଲ୍ହାଇଥିଲେ ।
ଏ ମହା ପୁରୁଷ, ଏହି ଅନିର୍ବାଣ ଦୀପଶିଖା ହେଉଛନ୍ତି ବାଘା ଯତୀନ ।
ଘରେ ପୁଅ,ଝିଅ, ଭାରିଜା ଛାଡି ୟେ ଗୋଡାଉଥିଲେ ବ୍ରିଟିଶ ଅଧିକାରୀ, ସୈନ୍ୟ ଙ୍କୁ ହତ୍ୟା କରିବାକୁ ।
ମାତ୍ର ୧୮୯୧୫ ସେପ୍ଟେମ୍ବର ୯ତାରିଖରେ ବୁଢାବଳଙ୍ଗ କୂଳ ଚଷାଖଣ୍ଡ ଗାଁ ବୁଦୁବୁଦିଆ ଜଙ୍ଗଲରେ ବିଲାତି ସୈନ୍ୟ ଓ ପୁଲିସ ଘେରରେ ପଡିଗଲେ ବାଘା । ସାଥୀମାନେ ବାରମ୍ବାର ଅନୁରୋଧ କଲେ ଲୁଚି ପଳାଇବାକୁ ।ୟେ କିନ୍ତୁ ନାରାଜ । ଗଲେ ସମସ୍ତେ ଯିବା ,ମଲେ ସମସ୍ତେ ମରିବା । ୭୫ ମିନିଟ ଘମାଘୋଟ ଲଢାଇରେ କ୍ଷତବିକ୍ଷତ ବାଘା ଧରାପଡିଲେ ।ଡାକ୍ତରଖାନାରେ ଚିକିତ୍ସାଧୀନ ରହିଲେ । ମାତ୍ର ତା ପରଦିନ ବ୍ୟାଣ୍ଡେଜ ଛିଣ୍ଡାଇ ପ୍ରବଳ ରକ୍ତସ୍ରାବରେ ପ୍ରାଣତ୍ୟାଗ କଲେ ।
ବାଘା ଯତୀନଙ୍କ ସହିଦ ହେବାର ୧୦୬ ତମ ବର୍ଷ ।

  • HULLASA BEHERA, Former Addl Secy to Govt of Odisha

Hullasa Behera picks

LEAVE A REPLY

Please enter your comment!
Please enter your name here