୯ ସେପ୍ଟେମ୍ବର ୨୦୨୦, ବର୍ଷର ୨୫୩ତମ ଦିବସ ୩୭ତମ ବୁଧବାର
୧) ନିଯୁକ୍ତି ଶୂନ୍ୟ ମୁହାଁ ଦେଶ, ମାତ୍ର ତିନି ପ୍ରତିଶତ କମ୍ପାନୀଙ୍କ ନୂଆ ନିଯୁକ୍ତି ଯୋଜନା, ଯୁବ ପିଢୀ ହତାସ, 2 କୋଟି ନିଯୁକ୍ତି ପ୍ରତିଶ୍ରୁତିକୁ କରୋନା ଢାଙ୍କୁଣି
୨) ମହାରାଷ୍ଟ୍ର ବିଧାନ ପରିଷଦରେ ଅର୍ଣ୍ଣବ ଗୋସ୍ୱାମୀ ଏବଂ କଙ୍ଗନାଙ୍କ ବିରୋଧରେ ପ୍ରସ୍ତାବ ଗୃହୀତ, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅସମ୍ମାନ ଏବଂ ମୁମ୍ବାଇ ବିରୋଧରେ ମନ୍ତବ୍ୟ ଅଭିଯୋଗକୁ ଗ୍ରହଣ କଲେ ବାଚସ୍ପତି
୩) ଆରମ୍ଭ ହେଲା +3 ପାଇଁ ଅନ ଲାଇନ ଆବେଦନ, www.samsodisha.gov.in କୁ ଲଗ ଇନ୍ କରି ସେପ୍ଟେମ୍ୱର 22 ତାରିଖ ରାତି 11ଟା 45 ସୁଦ୍ଧା କରିବାକୁ ହେବ ଆବେଦନ
୪) ଘୁଞ୍ଚିଲା ଓଜେଏସ ପରୀକ୍ଷା ତାରିଖ, ଅକ୍ଟୋବର 6 ତାରିଖ ପରିବର୍ତ୍ତେ ନଭେମ୍ୱର 3 ତାରିଖରୁ ଆରମ୍ଭ ହୋଇ ନଭେମ୍ୱର 6 ତାରିଖରେ ସରିବ
୫) ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜୀକରଣରେ ୧୩ ପ୍ରତିଶତ ବୃଦ୍ଧି
୬) ମାଲକାନଗିରି: ଗଞ୍ଜେଇ ଚୋରାଚାଲାଣ ଜନିତ ହୋମଗାର୍ଡ ହତ୍ୟା ମାମଲାରେ ୩୬ ଅଭିଯୁକ୍ତ ଗିରଫ
୭) “ଫିଲ୍ମ ଅଭିନେତ୍ରୀ ରିୟା ଗିରଫ” – ବହୁ ଖବର କାଗଜର ପ୍ରଥମ ପୃୃଷ୍ଠାର ପ୍ରଥମ ଖବର, ଦିଗହରା ସାମ୍ୱାଦିକତାର ଗତି ଓ ମତି
୮) ୧୩ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳରେ ଲଘୁଚାପ ସମ୍ଭାବନା
୯) ସେପ୍ଟେମ୍ବର ୧୦ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
୧୦) ଝାରସୁଗୁଡା: ଫେଥ ଆଉଟରିଚ ସଂସ୍ଥାର ସମ୍ପାଦକ ଜନ ବ୍ରିଜ ବିରୋଧରେ ଯୌନ ନିର୍ଯ୍ୟାତନା ମାମଲାର ତଦନ୍ତ ଆରମ୍ଭ କଲେ ରାଜ୍ୟ ଶିଶୁ ଅଧିକାର କମିଶନ।
୧୧) ବେରୋଜଗାରୀ ପ୍ରଭାବରୁ ସହରରେ ବଢୁଛି ଚୋରୀ, ଡକାୟତି ଓ ଲୁଟପାଟ୍, ଲୋକେ ଆତଙ୍କିତ, ପୋଲିସ ପାଇଁ ପାଲଟିଛି ଚିନ୍ତାର କାରଣ
୧୨) ଆମେରିକାର ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ମତଦାତାଙ୍କ ଭୋଟ ନେଇପାରେ ନିର୍ଣ୍ଣାୟକ ଭୁମିକା, ଏବେ ଆମେରିକା ଲୋକ ସଂଖ୍ୟାର ପ୍ରାୟ ଏକ ପ୍ରତିଶତ ହୋଇଗଲେଣି ଭାରତୀୟ ବଂଶୋଦ୍ଭବ
୧୩) ରାଜ୍ୟସଭା ଉପ-ସଭାପତି ନିର୍ବାଚନ: ଏକଜୁଟ ହେଲେ ବିରୋଧୀ, ମିଳିତ ପ୍ରାର୍ଥୀ ଆଣିବାକୁ ପ୍ରସ୍ତୁତି
୧୪) ଲକ୍ଷଣଯୁକ୍ତ ନେଗେଟିଭ ବ୍ୟକ୍ତିଙ୍କ RT-PCR ଟେଷ୍ଟ ଜରୁରୀ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
୧୫) ରାଜ୍ୟ ଅର୍ଥ ନିଗମର ଋଣ ଆଦାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ ରାଜ୍ୟ ସରକାର
୧୬) ୟୁ ଏ ଇ ରେ ଆସନ୍ତା 19 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇ ପି ଏଲ୍ ମ୍ୟାଚ ପାଇଁ ମୁମ୍ୱାଇ ଇଣ୍ଡିଆନ ଦଳ ସହ ଯୋଗ ଦେଲେ ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ କ୍ରିସ ଲିନ୍
୧୭) କରୋନା ନିୟମ ନ ମାନିଲେ ଏଣିକି ହେବ କଡ଼ା କାର୍ଯ୍ୟାନୁଷ୍ଠାନ
୧୮) ବର୍ଷାରେ ଭୁଶୁଡିପଡିଲା ଜିତେନ୍ଦ୍ରୀୟ ହରିପାଲଙ୍କ ଘର, ଅସ୍ଥାୟୀ ବାସସ୍ଥାନ ପାଇଁ କଲେ ନିବେଦନ
୧୯) ପରିବା ଦର ଆକାଶଛୁଆଁ: କ୍ରେତା ବିକ୍ରେତା ଉଭୟ ଅସନ୍ତୁଷ୍ଟ
୨୦) ଓପିଏସସି କରିବ ବିଶ୍ୱବିଦ୍ୟାଳୟର ସମସ୍ତ ନିଯୁକ୍ତି, ଅବଗତ କରାଇଲା ଉଚ୍ଚଶିକ୍ଷା ବିଭାଗ
୨୧) ବଦଳୁଛି ପାଗ: ଆହୁରି ୬-୭ ଦିନ ଅନୁଭୂତ ହେବ ଗରମ
୨୨) କରୋନା ଶେଷ ମହାମାରୀ ନୁହେଁ, ଆଗାମୀ ଦିନ ପାଇଁ ପ୍ରସ୍ତୁତ ରହିବାକୁ ହେବ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
୨୩) ଏଲଏସିରେ ବଢିଲା ବିବାଦ: ୪୫ ବର୍ଷ ପରେ ପ୍ରଥମ ଥର ଭାରତ-ଚୀନ ସୈନିକଙ୍କ ଭିତରେ ଗୁଳିକାଣ୍ଡ
୨୪) ଦେଶରେ ଶତ ପ୍ରତିଶତ ସାକ୍ଷରତା ସରକାରଙ୍କ ପ୍ରାଥମିକତା: କେନ୍ଦ୍ର ଶିକ୍ଷାମନ୍ତ୍ରୀ