Home ସ୍କରଣୀୟମ୍ ଚିର ନମସ୍ଯ ମହାତ୍ମା ସଦାଶିବ ତ୍ରିପାଠୀ

ଚିର ନମସ୍ଯ ମହାତ୍ମା ସଦାଶିବ ତ୍ରିପାଠୀ

15
0

ଓଡ଼ିଶାର ରାଜସ୍ବ ମନ୍ତ୍ରୀ ଭାବେ ଜମିଦାରୀ ଉଚ୍ଛେଦ ଓ ଭୂ ସଂସ୍କାର ଆଇନ ପ୍ରଣୟନ କରି ନିଜର ଶହେ ଏକର ଜମି ଯିଏ ଭୂମିହୀନ ଗରିବ ଓ ପେଟ ଭରି ଖାଇବାକୁ ପାଉନଥିବା ଲୋକଙ୍କୁ ବାଣ୍ଟି ଇତିହାସ ସୃଷ୍ଟି କରିଥିବା ଏବଂ ନିଜେ ଅର୍ଥାଭାବ ରୁ ସଠିକ୍ ଚିକିତ୍ସା ନପାଇ ମୃତ୍ୟୁ ବରଣ କରିଥିବା ମହାନ୍ ଆଦର୍ଶ ଜନ ନାୟକ, ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଚିର ବନ୍ଦିତ ମହାତ୍ମା ସଦାଶିବ ତ୍ରିପାଠୀ ଙ୍କ ଆଜି ୪୦ ତମ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ।

ବାସ୍ତବରେ ସେ ଥିଲେ ଏକାଧାରରେ ଜଣେ ମହାନ୍ ଦେଶପ୍ରେମୀ, ସ୍ଵାଧୀନତା ସଂଗ୍ରାମୀ,ସୁଦକ୍ଷ ସଙ୍ଗଠକ,ଜନମଙ୍ଗଳାକାଂକ୍ଷୀ ଦକ୍ଷ ପ୍ରଶାସକ, ଅହଙ୍କାର ଵିଵର୍ଜିତ ରାଜନେତା, ଅତ୍ୟନ୍ତ ସରଳ, ନିରାଡମ୍ବର, ସମ୍ବେଦନଶୀଳ ଅମାୟିକ ବ୍ୟକ୍ତିତ୍ଵ ର ଅଧିକାରୀ ।

ଶିକ୍ଷକତା ରୁ ସ୍ବାଧୀନତା ସଂଗ୍ରାମ ରେ ଝାସ ଦେଇ ବହୁବାର କାରାବରଣ କରିଥିଲେ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ପ୍ରଥମ ନିର୍ବାଚନ ୧୯୩୭,୧୯୪୬,୧୯୫୨,୧୯୫୭,୧୯୬୧ ଓ ୧୯୬୭ ମସିହାରେ ବିଧାନସଭା କୁ ନିର୍ବାଚିତ ହୋଇଥିଲେ ଏବଂ ଡ଼ଃ ହରେକୃଷ୍ଣ ମହତାବ,ରାଜର୍ଷୀ ନବକୃଷ୍ଣ ଚୌଧୁରୀ,ବିଜୁ ପଟ୍ଟନାୟକ ଓ ବୀରେନ ମିତ୍ର ଙ୍କ ମନ୍ତ୍ରିମଣ୍ଡଳରେ ଦୀର୍ଘ ୧୨ ବର୍ଷ ଧରି ରାଜସ୍ୱ ବିଭାଗ ର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ ।

୧୯୬୫ ମସିହା ଫେବୃଆରୀ ରୁ ୧୯୬୭ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସେ ଥିଲେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ । ୧୯୬୮ ମସିହାରେ ବିରୋଧୀ ଦଳ ର ନେତା ହୋଇଥିଲେ ।

  • ପ୍ରଦ୍ଯୂମ୍ନ ଶତପଥୀ

Pradyumna Satpathy picks

LEAVE A REPLY

Please enter your comment!
Please enter your name here