Home କୁହ ସରକାର ଗଞ୍ଜେଇ ମାଫିଆ ନା ଗଞ୍ଜେଇ ଚାଷୀ ?

ଗଞ୍ଜେଇ ମାଫିଆ ନା ଗଞ୍ଜେଇ ଚାଷୀ ?

150
0

ଭାରତର ବିଭିନ୍ନ ପ୍ରଦେଶରେ ଗଞ୍ଜେଇ ଚାଷ କରାଯାଏ, ଓଡିଶାରେ ମଧ୍ୟ କରାଯାଏ । ଚୋରା ରେ | କାରଣ ଭାରତୀୟ ଆଇନ ଗଞ୍ଜେଇ ଚାଷକୁ ଅନୁମତି ଦିଏନି |

ବିଲାତି ସରକାରଙ୍କ ବିଦେଶୀ ମଦ ଓ ସିଗାରେଟ୍ ପାଇଁ ବଜାର ସୃଷ୍ଚି କରିବାକୁ ଗଞ୍ଜେଇ ଓ ମହୁଲ ଉପରେ ଏପରି ପ୍ରତିବନ୍ଧକ ଲଗାଯାଇଥିଲା ବୋଲି ଗଞ୍ଜେଇ ଚାଷୀମାନେ କୁହନ୍ତି , ହେଲେ ତାଙ୍କ କଥାକୁ କୌଣସି ସରକାର ଆଜିଯାଏ ବିଶ୍ୱାସ କରୁ ନାହାନ୍ତି |

ଗଞ୍ଜେଇ ଏକ ଲାଭଜନକ ଚାଷ | ଏକରକୁ ଲାଭ ପ୍ରାୟ ଦଶ ଲକ୍ଷ ଟଙ୍କା | ବ୍ୟୟ ନାମକୁ ମାତ୍ର | ଗଞ୍ଜେଇର ବିଭିନ୍ନ ପ୍ରକାର ଔଷଧିୟ ତଥା ଅନ୍ୟାନ୍ୟ ବ୍ୟବହାର ମଧ୍ୟ ହୁଏ | ତେଣୁ ବଜାରରେ ଏହାର ଚାହିଦା ବେଶି |

ଓଡିଶାରେ ତିନି ପ୍ରକାର ଗଞ୍ଜେଇ ଚାଷୀ ଥାଆନ୍ତି ବୋଲି ଶୁଣାଯାଏ |

ପ୍ରଥମ : କିଛି ପ୍ରଭାବଶାଳୀ ନେତାଳିଆ ଲୋକ | ସେମାନେ ଗଞ୍ଜେଇ ବିଲକୁ ଯଆନ୍ତିନି | ବଣ ପାହାଡ ଘେରା ଦୁର୍ଗମ ଅଞ୍ଚଳର , ବିଶେଷକରି ଅଭୟାରଣ୍ୟ ରିଜର୍ଭ ଜଂଗଲ ଅଞ୍ଚଳର କିଛି ଚାଷୀଙ୍କୁ ସେମାନେ ଏକର ପିଛା 10 ହଜାର ଟଙ୍କା ଓ ବସ୍ତାଏ ୟୁରିଆ କିମ୍ୱା ଗ୍ରୋମର ସାର ଯୋଗାଇ ଦିଅନ୍ତି, ଚାଷୀ ଲୋକଙ୍କୁ ଲୁଚେଇକି ଚାଷକରିବ , କାଟିକି ଭାରରେ ବୋହିକରି ନେଇ ବେପାରୀଙ୍କ ପାଖରେ ପହଞ୍ଚେଇ ଦେବ, ମାଲିକ ବେପାରୀ ଠିକ୍ କରି ବେପାର କରିବ, ଜଂଗଲ ବାବୁ ପୁଲିସି ବାବୁ ଏକସାଇଜ ବାବୁଙ୍କ ଠାରୁ ସୁରକ୍ଷା ମଧ୍ୟ ଯୋଗାଡ କରିବ |

ଦ୍ୱିତୀୟ : ଏମାନେ ନାମ ମାତ୍ର ଗଞ୍ଜେଇ ଚାଷୀ | ଏମାନେ ନକ୍ସଲଙ୍କ ଭରସାରେ କିମ୍ୱା ସହଯୋଗରେ ପ୍ରଭାବଶାଳୀ ଗଞ୍ଜେଇ ନେତାଙ୍କ କବଳରୁ ମୁକୁଳି ନିଜେ କିଛି ଚାଷ କରି ବିକି ଦେବ , ଗରୀବ ଚାଷୀଟି ଯାହା ହେଲେ ଭଲ ଦୁଇ ପଇସା ପାଇବ ମଧ୍ୟ |

ତୃତୀୟ : ଏମାନେ ସରକାର ସପକ୍ଷବାଦୀ ଓ ନକ୍ସଲ ବିରୋଧି କିନ୍ତୁ ଏମାନେ ବି ଚୋରାରେ କିଛି କିଛି ଚାଷ କରିଥାଆନ୍ତି, ହେଲେ ବିକିବା ଅସୁବିଧା, ୟାଙ୍କୁ କେହି ପ୍ରୋଟେକସନ ଦେବାକୁ ନଥାନ୍ତି |

ଏମିତି ପ୍ରତି ବର୍ଷ ଓଡିଶାରେ ଗଞ୍ଜେଇ ଚାଷ ହେଉଛି, ସବୁ ବିକିରି ହେଉଛି, ଅଳପ କିଛି ଫଟୋ ଉଠେଇବା ପାଇଁ, ଆଇନକୁସମ୍ମାନ ଦେବାପାଇଁ ପୋଡା ହେଉଛି ମଧ୍ୟ | କିଛି ଗରୀବ ଗଞ୍ଜେଇ ଚାଷୀ ବନ୍ଧା ମଧ୍ୟ ହୁଅନ୍ତି |

ଗରୀବ ଗଞ୍ଜେଇ ଚାଷୀର ଯୁକ୍ତି ହେଲା – ଭାତରୁ ମଧ୍ୟ ହାଣ୍ଡିଆ ପ୍ରସ୍ତୁତ ହୁଏ, ତାହେଲେ ସେଥିପାଇଁ କଣ ଧାନ ଚାଷ ବନ୍ଦ କରିଦିଆ ଯିବ କି ?

ବିଶ୍ୱର ବହୁ ଦେଶରେ ଗଞ୍ଜେଇ ଚାଷ ଆଇନ ସମ୍ମତ, ସେମାନଙ୍କ ଚାଷୀମାନେ ଗଞ୍ଜେଇ ଚାଷକରି ବହୁତ ଲାଭବାନ ହେଉଛନ୍ତି, ଗଞ୍ଜେଇରୁ ସେମାନେ ବିଭିନ୍ନ ପ୍ରକାର ଜିନିଷ ଯଥା ଔଷଧ, କାଗଜ, କପଡା ଇତ୍ୟାଦି ଉତ୍ପାଦନ କରୁଛନ୍ତି,

ଆମ ଦେଶର ଉତ୍ତରାଖଣ୍ଡ ସରକାର ମଧ୍ୟ ଗଞ୍ଜେଇ ଚାଷକୁ ଅନୁମତି ଦେଇ ସାରିଲେଣି,
ବାବା ରାମଦେବଙ୍କ କମ୍ପାନୀ ମଧ୍ୟ କହୁଚି ଗଞ୍ଜେଇଚାଷ ଉପରୁ ଆଇନଗତ କଟକଣା ଉଠାଇ ଦିଆଯିବା ଜରୁରୀ,

କିନ୍ତୁ ଆମ ସରକାର କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇଛନ୍ତି, ପ୍ରତି ବର୍ଷ ଗଞ୍ଜେଇ ବେପାରକୁ ନେଇ ଅନେକ କର୍ମଚାରୀ ଓ ଲୋକ ଧରପଗଡ ବେଳେ ମୃତାହତ ହେଉଛନ୍ତି |

ସରକାର ତୁରନ୍ତ ରାଜ୍ୟ ପାଇଁ ଏକ ଗଞ୍ଜେଇ ଚାଷ ନୀତି ପ୍ରଣୟନ କରିବା କଥା ସେମାନେ କହୁଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରୁ ନାହାନ୍ତି |

LEAVE A REPLY

Please enter your comment!
Please enter your name here