ଆମେ ନିମ୍ନ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଥିଲାବେଳେ ପ୍ରକ୍ରୃତି ପାଠ ବୋଲି ଗୋଟେ ବିଷୟ ଥିଲା ।
ଖାତାରେ ଦିନକୁ ଚାରି ଥର ,ସକାଳ ,ଦ୍ବିପ୍ରହର, ଅପରାହ୍ନ ଓ ରାତ୍ରିରେ ପାଗ କେମିତି ତାକୁ ଚିହ୍ନ ଦେଇ ଛୋଟ ବର୍ଗକ୍ଷେତ୍ର ଭିତରେ ରଖୁଥିଲୁ । ଯେମିତି ବର୍ଷା ପାଇଁ ଛତାର ଚିତ୍ର ,ଟାଣ ଖରା ପାଇଁ ଗୋଲ(ସୂର୍ଯ୍ୟ)ଚିହ୍ନ ।
କୁହୁଡି ହେବାର ୧୮୦ ଦିନ ପରେ ବର୍ଷା ହେବ ବୋଲି ଆମେ ଅନୁମାନ କରୁଥିଲୁ ।
ଏ ପାଠ ପାଠ୍ୟକ୍ରମରୁ ଆମ ସମୟରେ ହିଁ ଅଚଳ ହୋଇଗଲା । ଏ ପ୍ରକ୍ରୃତି ପାଠର କିଏ ଜନକ ହୋଇଥିବେ ? ଜଣାନାହିଁ ।
ତେବେ ସେପ୍ଟେମ୍ବର 6 ତାରିଖ ଜଣେ ବୈଜ୍ଞାନିକଙ୍କ ଜନ୍ମଦିନ ଯିଏ ଏ ପ୍ରକ୍ରୃତି ପାଠର ଅନନ୍ୟ ଅଗ୍ରଜ ବୋଲି ନିଃସନ୍ଦେହ ରେ କୁହାଯିବ ।
ସେ ହେଉଛନ୍ତି ଜନ ଡାଲଟନ । ୧୭୬୬ ମସିହା ସେପ୍ଟେମ୍ବର ୬ ତାରିଖରେ ଭୂମିଷ୍ଠ ହୋଇ ସେ ୮୦ବର୍ଷ ବୟସରେ ୨୭.୭.୧୮୪୪ରେ ସ୍ବର୍ଗାରୋହଣ କରିଥିଲେ।
ପାଣିପାଗ ପର୍ଯ୍ୟବେକ୍ଷଣରେ ସେ ଅତ୍ୟନ୍ତ ଆଗ୍ରହୀ ଥିଲେ । ୨୧ ବର୍ଷ ବୟଷରୁ ସେ ରୀତିମତ ପାଣିପାଗ ନୋଟ କରୁଥିଲେ ଏବଂ ଏଥିରେ ୨,୦୦,୦୦୦ ଟିପ୍ପଣୀ ଥିଲା। ପାଣିପାଗ ପର୍ଯ୍ୟବେକ୍ଷଣ ନିମିତ୍ତ ସେ ପାହାଡପର୍ବତ ,ବଣବୁଦା ବୁଲୁଥିଲେ, ମାପଚୁପ କରୁଥିଲେ।
ପ୍ରଖ୍ୟାତ ପରିବେଶବିତ୍, ପାଣିପାଗ ବିଞ୍ଜାନୀ ହୋଇଥିଲେ ବି ସେ ତାଙ୍କର ରସାୟନ ଓ ପଦାର୍ଥ ବିଞ୍ଜାନ ଉଦ୍ଭାବନ ପାଇଁ ବିଶ୍ବ ବିଖ୍ୟାତ୍ । ସେ atomic theory ର ଉଦ୍ଭାବକ ।
ତା ଛଡା ସେ colour blindness ବା daltonism , law of partial pressure, law of multiple pressures ଇତ୍ୟାଦି ସକାଶେ ଆଧୁନିକ ବିଞ୍ଜାନ ର ଭୀଷ୍ମ ପିତାମହ ସଦୃଶ ।
ତେବେ ଆଧୁନିକ ବିଞ୍ଜାନର ଏ ଧର୍ମପଦ ନିତାନ୍ତ ଦରିଦ୍ର ପରିବାରରୁ ସମ୍ଭୂତ । ସେ ଆନୁଷ୍ଠାନିକ ଅଧ୍ୟୟନରୁ ବଞ୍ଚିତ । ତଥାପି ସେ ସେ ପାଣିପାଗ, ପଦାର୍ଥ ବିଦ୍ୟା ଓ ରସାୟନ ଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ ହାସଲ କରିଥିଲେ ।
ପ୍ରଥମେ ତାଙ୍କ ଗ୍ରାମର ଜଣେ ବଇଦ ତାଙ୍କୁ ଅଧ୍ୟୟନ ରେ ସାହାଯ୍ୟ କରିଥିଲେ । ପରେ ଆଜନ୍ମ ଅନ୍ଧ ଅସାମାନ୍ୟ ବିଦ୍ବାନ ଜନ ଗଫ ହିଁ ତାଙ୍କୁ ଅଣ ଆନୁଷ୍ଠାନିକ ଶିକ୍ଷାରେ ଉନ୍ନତିର ଉତ୍ତୁଙ୍ଗ ଶିଖରକୁ ଉଠାଇଥିଲେ।
୨୩ବର୍ଷ ବୟସରେ ସେ ବିଶ୍ବବିଦ୍ୟାଳୟରେ ଆଇନ ଓ ପ୍ରାକ୍ରୃତିକ ଦର୍ଶନ ପଢିବାକୁ ମନ କରିଥିଲେ । କିନ୍ତୁ ସେ ଆଶା ଆଶାରେ ହିଁ ରହିଗଲା ।
ଅଣଆନୁଷ୍ଠାନିକ ଶିକ୍ଷା ବଳରେ ସେ ଗୋଟେ ଘରୋଇ କଲେଜ ଅଧ୍ୟାପକ ହେଲେ । ମାତ୍ର ସେ ଦରିଦ୍ର କଲେଜରୁ ବେତନ ମିଳିଲାନି, ପରେ କଲେଜ ବନ୍ଦ ହୋଇଗଲା । ହାୟ ,ୟେ କରନ୍ତି କ’ଣ ! ଘରୋଇ ଟିଉସନ ମାଷ୍ଟର ହେଲେ ।
ତେବେ ବିଞ୍ଜାନ ସାଧନାରୁ ସେ ଦୂରେଇ ନଥିଲେ । ବରଂ ବହୁପଠିତ ପଣ୍ଡିତ ହିସାବରେ the ladies ‘diary, the gentleman’s diaryରେ ପାଠକମାନଙ୍କ ବହୁବିଧ ପ୍ରଶ୍ନର ଉତ୍ତର ଦେଉଥିଲେ।
ତତ୍କାଳୀନ ଇଲଂଣ୍ଡ ରେ ବୈଜ୍ଞାନିକ ଓ ଦାର୍ଶନିକ ହିସାବରେ ପ୍ରବଳ ସମ୍ମାନର ଅଧିକାରୀ ହୋଇ ତାଙ୍କ ଅବସ୍ଥା ଵଦଳିଯାଇଥିଲା । ମାତ୍ର ସେ ବଦଳିନଥିଲେ ।ଗାଉଁଲି ।
- Hullasa Behera

Hullasa Behera picks