Home ସବୁ ଖବର ଘୋଷଣା ହେଲା ଆଇପିଏଲ ଖେଳସୂଚୀ, ଚେନ୍ନାଇ-ମୁମ୍ବାଇ ପ୍ରଥମ ମ୍ୟାଚ

ଘୋଷଣା ହେଲା ଆଇପିଏଲ ଖେଳସୂଚୀ, ଚେନ୍ନାଇ-ମୁମ୍ବାଇ ପ୍ରଥମ ମ୍ୟାଚ

14
0

୭ ସେପ୍ଟେମ୍ବର ୨୦୨୦, ବର୍ଷର ୨୫୧ତମ ଦିବସ ୩୬ତମ ସୋମବାର

୧) ଭୁଲ ଥିଲା ଲକଡାଉନ୍‌ ରଣନୀତି, ଚଳିତବର୍ଷ ଜିଡିପିକୁ ୨୦ ଲକ୍ଷ କୋଟିର କ୍ଷତି।

୨) ପ୍ରଥମ ଦୁଇ ପର୍ଯ୍ୟାୟ ଲକ‌ଡାଉନର ବୁକିଂ ବିମାନ ଟିକଟ ଅର୍ଥ ସମ୍ପୂର୍ଣ୍ଣ ମିଳିବ, ୧୫ ଦିନରେ ହେବ ଫେରସ୍ତ :ଡିଜିସିଏ।

୩) ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବେ ବିରୋଧୀ: ଚଳିତ ସପ୍ତାହରେ ହେବ ଭର୍ଚ୍ୟୁଆଲ ବୈଠକ।

୪) ଗୁଜରାଟ ଦଙ୍ଗା ମାମଲାରୁ ହଟିଲା ମୋଦିଙ୍କ ନାମ, କ୍ଷତିପୂରଣ ଦାବିରେ ବ୍ରିଟିଶ ନାଗରିକ କରିଥିଲେ ମୋକଦ୍ଦମା।

୫) ଗଂଜାମ: ନାବାଳିକାକୁ ବଳି ପକାଇବା ପାଇଁ ଅପହରଣ ଉଦ୍ୟମ ପଣ୍ଡ, ତିନି ଗିରଫ।

୬) ରାଉରକେଲା: ଡିଏସପିଙ୍କ ବୋଲେରୋରେ ଗଞ୍ଜେଇ ଚାଲାଣ, ଦୁଇ ରେଳବାଇ କନଷ୍ଟେବଳ ବହିଷ୍କୃତ।

୭) ଢେଙ୍କାନାଳ: ସାଙ୍ଗଙ୍କ ସହ ଭୋଜି କରିଯିବା ହେଲା କାଳ, ହିନ୍ଦୋଳ ସାପୁଆ ଡ୍ୟାମରେ ବୁଡି ଯୁବକ ମୃତ।

୮) ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଫ୍ ଲାଇନରେ ପରୀକ୍ଷାକୁ ବିରୋଧ କରି ଛାତ୍ର ଆନ୍ଦୋଳନ ଆରମ୍ଭ।

୯) ସଫା ଚାଉଳର ଭାତ ଡାଇବେଟିସ‌ର କାରଣ, ଦକ୍ଷିଣ ଏସିଆରେ ବିପଦ ଅଧିକ: ଗବେଷକ।

୧୦) କାରୋନା ପାଇଁ ସ୍ୱର୍ଗଦ୍ୱାର ପରେ ମହାପ୍ରସାଦ ଉପରେ କଟକଣା।

୧୧) ଚିନ୍ତା ବଢାଇଲା କାରୋନା: ଦେଶରେ ପ୍ରଥମ ଥର ୨୭ବର୍ଷୀୟ ମହିଳା ପୁଣିଥରେ କରୋନା ସଂକ୍ରମିତ।

୧୨) ଘୋଷଣା ହେଲା ଆଇପିଏଲ ଖେଳସୂଚୀ, ଚେନ୍ନାଇ-ମୁମ୍ବାଇ ପ୍ରଥମ ମ୍ୟାଚ।

୧୩) ‘ଫେସ୍ ମାସ୍କ ଏଟିଏମ୍’: ୫ଟଙ୍କିଆ କଏନ୍ ପକାଇ ପାଇପାରିବେ ସୂତା ମାସ୍କ।

୧୪) ସେପଟେମ୍ବର ୧୨ରୁ ଦେଶରେ ଗଡିବ ଅତିରିକ୍ତ ସ୍ପେସାଲ ଟ୍ରେନ୍‌।

୧୫) ଦେବଗଡ: ବୋମା ତିଆରି ବେଳେ ବିସ୍ଫୋରଣ; ୨ ମୃତ।

୧୬) ଭୂମଧ୍ୟସାଗରରେ ଉତ୍ତେଜନା: ତୁର୍କି ଓ ଗ୍ରୀସ୍ ମଧ୍ୟରେ ଯୁଦ୍ଧ ସମ୍ଭାବନା ।

୧୭) କର୍କଟ, ହୃଦରୋଗ ଏବଂ ମଧୁମେହ ଭଳି ରୋଗ ଯୋଗୁଁ ବିଶ୍ଵରେ ପ୍ରତିବର୍ଷ ୪ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି: ରିପୋର୍ଟ।

୧୮) ଦେଶର ୬୯ ହଜାର ପେଟ୍ରୋଲ ପମ୍ପରେ ଲାଗିବ ଇଭି ଚାର୍ଜିଙ୍ଗ କିଓସ୍କ।

୧୯) ପୂର୍ବତନ ସ୍ଵାସ୍ଥ୍ୟ ସଚିବ ପ୍ରୀତି ସୁଦନ ଡବ୍ଲୁଏଚ୍‌ଓର ସ୍ବତନ୍ତ୍ର ଦଳରେ ସାମିଲ।

୨୦) ଦିଲ୍ଲୀ ଏମ୍ସ ମୁଖ୍ୟଙ୍କ ଚେତାବନୀ: ୨୦୨୧ ଯାଏଁ ସକ୍ରିୟ ରହିବ କରୋନା ସଂକ୍ରମଣ।

୨୧) ଅଟୋ ଶିଳ୍ପକୁ ଆଶ୍ୱସ୍ତି: ଗାଡ଼ି ଉପରୁ କମିପାରେ ଜିଏସ୍‌ଟି।

୨୨) ଚଷମା ଦ୍ୱାରା ବ୍ୟାପୀ ପାରେ କରୋନା ଭୂତାଣୁ: ରିପୋର୍ଟ।

୨୩) କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, କନ୍ଧମାଳ, କଳାହାଣ୍ଡି, ନୂଆପଡା ଓ ଗଜପତି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ।

୨୪) ନୀତି ଆୟୋଗର ଦ୍ଵାରା ଚୟନ ୫ଟି ଆକାଙକ୍ଷିତ ଜିଲ୍ଲା ରେଂକିଙ୍ଗରେ ଓଡିଶାର ୨ ଜିଲ୍ଲା : କୃଷି ଓ ଜଳ ସମ୍ପଦରେ ନବରଙ୍ଗପୁର ଜିଲାକୁ ପ୍ରଥମ ସ୍ଥାନ।

LEAVE A REPLY

Please enter your comment!
Please enter your name here