ଚଣ୍ଡିଗଡରେ ମାର୍ଚ୍ଚ ୨୨, ୧୯୬୩ରେ ଜନ୍ମିତ ଡ. ମୋନା ଶର୍ମା ଏମବିବିଏସ ଡିଗ୍ରୀ ହାସଲ କରିବା ପରେ ୧୯୮୯ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।
ଉପଜିଲ୍ଲାପାଳ ଭାବରେ କାମ ଆରମ୍ଭ କରି ସେ କେନ୍ଦ୍ରାପଡା, ବରଗଡ ଓ ସୁନ୍ଦରଗଡ ଜିଲ୍ଲାପାଳ ଦାୟିତ୍ୱ ତୁଲାଇଥିଲେ । ହସ୍ତତନ୍ତ ଓ ବୟନଶିଳ୍ପ, ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ଓ ସଂସ୍କୃତି, ସମବାୟ, କୃଷି ଆଦି ବିଭାଗର କମିଶନର ତଥା ସଚିବ ଦାୟିତ୍ୱ ତୁଲାଇଥିବା ମୋନା ଶର୍ମା ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି ।
ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଭାବେ ଓଡିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପରିଚିତି ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହା ସହିତ ରାଜସ୍ୱ ଓ ବିପର୍ଯୟ ପ୍ରବନ୍ଧନ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏବେ ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱରେ ଅଛନ୍ତି । ଏହାସହିତ ଅତିରିକ୍ତ ଭାବେ ଓଡିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି ।
