Home ସ୍କରଣୀୟମ୍ ମହାନ୍ ସାରସ୍ଵତ ସାଧକ କବି ବିନୋଦ ଚନ୍ଦ୍ର ନାୟକ

ମହାନ୍ ସାରସ୍ଵତ ସାଧକ କବି ବିନୋଦ ଚନ୍ଦ୍ର ନାୟକ

23
0

ଆଜି ମହାନ୍ ସାରସ୍ଵତ ସାଧକ ତଥା କବି ବିନୋଦ ଚନ୍ଦ୍ର ନାୟକଙ୍କ ୧୦୨ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ।

ବିନୋଦ ଚନ୍ଦ୍ର ନାୟକଙ୍କ ଜନ୍ମ ସୁନ୍ଦରଗଡ଼ ଜିଲ୍ଲାର ତେଲିପାଲିରେ ୧୯୧୯ ମସିହାରେ ଆଜିର ତାରିଖରେ ହେଇଥିଲା । ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର କରିବା ସହ ସେ ଶିକ୍ଷା ସମାପନ କରି ପ୍ରଥମେ ଓଡ଼ିଶା ସରକାରୀ ସେବାରେ ଯୋଗ ଦେଇ ପରେ ସରକାରୀ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ ।

୧୯୭୮ ମସିହାରେ ସେ ଝାରସୁଗୁଡା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରୁ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ । ତା ମଧ୍ୟରେ ସେ କିଛି ବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ତେବେ ଶିକ୍ଷା ଓ ସାହିତ୍ୟ ପ୍ରତି ନିବିଡ ଆକର୍ଷଣ ଯୋଗୁ ସେ ସରକାରୀ ସେବାରୁ ଅବସର ପରେ ଘରେ ବସି ନ ରହି ନୂତନ କରି ଆରମ୍ଭ ହେଇଥିବା ବ୍ରଜରାଜନଗର ମହାବିଦ୍ୟାଳୟରେ ଅଧ୍ୟକ୍ଷ୍ ହୋଇଥିଲେ । ଅଧ୍ୟକ୍ଷ ଦାୟିତ୍ଵ ନିର୍ବାହ କରିବା ସହ ତାଙ୍କର ସାହିତ୍ୟ ସେବା ଜାରି ରଖିଲେ ।

ତତ୍ ପରେ ସେ ଓଡ଼ିଶା ସାହିତ୍ୟ ଆକାଡେମୀର ଉପସଭାପତି ଆସନ ଅଳଙ୍କୃତ କରିଥିଲେ । ଜୀବନର ଅନ୍ତିମ ମୁହୂର୍ତ ଯାଏ ସାହିତ୍ୟ ଓ କବିତାକୁ ନେଇ ମଜ୍ଜି ରହିଥିବା କବି ବିନୋଦ ନାୟକଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ସମ୍ମାନଜନକ ଡ଼ି.ଲିଟ ଉପାଧି ମଧ୍ୟ ମିଳିଥିଲା । ଅଗଣିତ ସାହିତ୍ୟ ପରିଷଦ ଓ ସଂସ୍ଥା ତରଫରୁ ତାଙ୍କୁ ସମ୍ମାନ ମିଳିଥିଲା ।

ସେ ଗ୍ରାମ୍ୟ ଜୀବନର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଦୈନନ୍ଦିନ ଚାଲି ଚଳଣକୁ ନେଇ ତାଙ୍କ କବିତାରେ ସ୍ଥାନିତ କରୁଥିଲେ । ୨୦୦୩ ମସିହାରେ ବିନୋଦ ଚନ୍ଦ୍ରଙ୍କର ତିରୋଧାନ ଘଟିଥିଲା । ପୁନଃ ତାଙ୍କର ଅମୃତ ସ୍ମୃତି ପ୍ରତି କୋଟି ପ୍ରଣାମ ଜଣାଉଛି ।

  • ପ୍ରଦ୍ଯୁମ୍ନ ଶତପଥୀ
Pradyumna Satpathy picks

LEAVE A REPLY

Please enter your comment!
Please enter your name here