Home ସମ୍ଯକ୍ ପରିଚୟ ମଧୁସୂଦନ ପାଢୀ, ଆଇ ଏ ଏସ୍

ମଧୁସୂଦନ ପାଢୀ, ଆଇ ଏ ଏସ୍

90
0

ଓଡିଶାର ଭଦ୍ରକରେ ଅକ୍ଟୋବର ୨, ୧୯୬୨ରେ ଜନ୍ମିତ ମଧୁସୂଦନ ପାଢୀ ସୈନିକ ସ୍କୁଲ, ଭୁବନେଶ୍ୱରରୁ ପଢିବା ପରେ ରିଜିଓନାଲ ଇଞ୍ଜିନିୟରିଂ କଲେଜ, ରାଉରକେଲାରୁ ମେଟାଲର୍ଜିରେ ସ୍ନାତକ କରିଛନ୍ତି । ଆମେରିକାର ସିରାକସ ବିଶ୍ୱବିଦ୍ୟାଳୟରୁ ସେ ସାଧାରଣ ପ୍ରଶାସନରେ ଶିକ୍ଷାଲାଭ କରିଛନ୍ତି ।

୧୯୯୧ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିବା ମଧୁସୂଦନ ବାଲିଗୁଡା ଉପଜିଲ୍ଲାପାଳ, ମୟୂରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, କନ୍ଧମାଳ, ବଲାଙ୍ଗୀର, କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି । ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ଶିକ୍ଷା, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସଚିବ, ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସମ୍ପର୍କ, ସୂଚନା ପ୍ରଯୁକ୍ତି ବିଭାଗର କମିଶନର ତଥା ସଚିବ ଭାବେ ମଧ୍ୟ ସେ କାମ କରିଛନ୍ତି ।

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବାବେଳେ ସେ ରାଜଭବନରୁ ଇ-ଡେସପାଚ ସେବା ଆରମ୍ଭ କରିଥିଲେ । ଉଚ୍ଚଶିକ୍ଷା ସଚିବ ଭାବେ ଅନଲାଇନରେ ନାମଲେଖା ପାଇଁ ସାମ୍ସ ପ୍ରକଳ୍ପ ଆରମ୍ଭ କରିଥିଲେ ।

ଲନଟେନିସ ଖେଳିବାକୁ ପସନ୍ଦ କରୁଥିବା ମଧୁସୂଦନ ଏବେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ କାମ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here