Home ସମ୍ଯକ୍ ପରିଚୟ ପ୍ରଦୀପ କୁମାର ଜେନା, IAS

ପ୍ରଦୀପ କୁମାର ଜେନା, IAS

54
0

ଢେଙ୍କାନାଳ ଜିଲ୍ଲାରେ ଜାନୁୟାରୀ ୧, ୧୯୬୪ରେ ଜନ୍ମିତ ପ୍ରଦୀପ କୁମାର ଜେନା ଉତ୍କଳ ବିଶ୍ୱବିଦ୍ୟାଳୟରୁ ଜିଓଲଜିରେ ସ୍ନାତକୋତ୍ତର କରିବା ପରେ କିଛିଦିନ ଓଏନଜିସିରେ କାମ କରିଥିଲେ ।

୧୯୮୯ରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।

ଉପଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିବା ପରେ କେନ୍ଦ୍ରାପଡା, କଳାହାଣ୍ଡି ଓ କଟକ ଜିଲ୍ଲାପାଳ, କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ମିଶନର ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ବାଣିଜ୍ୟିକ କର କମିଶନର, ପରିବହନ କମିଶନର ଭାବେ କାମ କରିବା ସହ ୨୦୦୫ରୁ ୨୦୦୮ ଯାଏଁ ୟୁଏନଡିପି, ଭାରତରେ ଟିମ ଲିଡର ଭାବେ କାମ କରିଛନ୍ତି ।

ଶକ୍ତି, ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକ ସମ୍ପର୍କ, ବିଜ୍ଞାନ ଓ କାରିଗରୀ କୌଶଳ, ପଞ୍ଚାୟତିରାଜ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ଭାବେ ସେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି ।

ଇଡକୋ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ, ପିପିପିର ସ୍ୱତନ୍ତ୍ର ସଚିବ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ସୁରୁଖୁରୁରେ ରଥଯାତ୍ରା ପରିଚାଳନା କରି ସେ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି ।

ଜଣେ ଚିନ୍ତାଶୀଳ, ମିଷ୍ଟଭାଷୀ ତଥା ଦକ୍ଷ ପ୍ରଶାସକ ଭାବେ ପରିଚିତ ପ୍ରଦୀପ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇବା ସହ ସ୍ୱତନ୍ତ୍ର ରିଲିଫ କମିଶନର ଓ ଓଡିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here