Home ବିଶ୍ବ ହେଉ ମଧୁମୟ ବିଶ୍ବ ହେଉ ମଧୁମୟ

ବିଶ୍ବ ହେଉ ମଧୁମୟ

24
0

ସନ୍ଥକବି ଭୀମଭୋଇଙ୍କ ସ୍ତୁତି ଚିନ୍ତାମଣି
ଷୋଡ଼ଶ ବୋଲି

ଦ୍ରୌପଦୀ ପରାୟ କଷଣ ଦେଉଛି
କଳି କାଳ ମିଥ୍ୟା ପାପ ,
ଯାଉଅଛି ଭେଦି ପକାଅନା ଛେଦି
ଅକଳ୍ପନା ଶ୍ରୁତି ଜପ ।

ଜାରାସନ୍ଧ ବୀର ଲକ୍ଷେ ରାଜା ବନ୍ଦୀ
ଅଗ୍ନି ରେ ଦହିଲା ବେଳେ ,
ଅନ୍ତର୍ଯ୍ୟାମୀ ପ୍ରଭୁ ଅନ୍ତର୍ଗତେ ଜାଣି
ଉଦ୍ଧରିଲ ଅବହେଳେ ।

ଲୋଭ ମୋହ କାମ କ୍ରୋଧ ଅହଙ୍କାର
ନିରନ୍ତର ଲାଗି ବାଦୀ ,
ଦାନବ ପରାୟେ ହୋଇ ଏ ସମସ୍ତେ
ଧରି ମାରୁଛନ୍ତି ସାଧି ।

ସୁରଭିତ ନାରୀ କାରୁଣ୍ୟରେ ଘାରି
ସୁର ପ୍ରୀତିରେ ଆକୁଳ ,
ମୂର୍ତ୍ତିକି ଲଭଇ ପତିରେ ବିଳୋହି
ସଙ୍ଗେ ଦାରିଦ୍ର୍ୟ ଫେଡିଲ ।

            collected by :     Mr. Banamali Patra, Ex SSP, CTC

LEAVE A REPLY

Please enter your comment!
Please enter your name here