Home ସବୁ ଖବର କିଟ୍ ରେ ମେଗା ଡିଜିଟାଲ ଏଚଆର କନକ୍ଲେଭ ଆୟୋଜିତ

କିଟ୍ ରେ ମେଗା ଡିଜିଟାଲ ଏଚଆର କନକ୍ଲେଭ ଆୟୋଜିତ

27
0


ଭୁବନେଶ୍ୱର, ଅଗଷ୍ଟ ୨୯: କିଟ୍ ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ‘ବର୍ତ୍ତମାନଠାରୁ ଭବିଷ୍ୟତ ପାଇଁ କାର୍ଯ୍ୟସ୍ଥଳୀର ପୁନଃପ୍ରସ୍ତୁତି’ ଶୀର୍ଷକ ଦୁଇଦିନିଆ ମେଗା ଡିଜିଟାଲ ଏଚ ଆର କନକ୍ଲେଭ ଆୟୋଜିତ ହୋଇଯାଇଛି ।
ଏହି ମେଗା କନକ୍ଳେଭର ବିଷୟବସ୍ତୁ ‘ବର୍ତ୍ତମାନ ଠାରୁ ଭବିଷ୍ୟତ ପାଇଁ କାର୍ଯ୍ୟସ୍ଥଳୀର ପୁନଃପ୍ରସ୍ତୁତି’ ରହିଥିବା ବେଳେ ଏହାକୁ କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦଘାଟନ କରିଥିଲେ ।


ବର୍ତମାନ ପରିସ୍ଥିତିରେ ଏଭଳି ବିଷୟବସ୍ତୁର ଯଥାର୍ଥତା ରହିଛି । ମହାମାରୀ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଅନେକ ପ୍ରକାର ପରିବର୍ତନ ଦେଖାଦେଇଛି । କାର୍ଯ୍ୟସ୍ଥଳୀର ପୁନଃପ୍ରସ୍ତୁତି ପ୍ରତିକୂଳ ପରିସ୍ଥିତିରେ ସକରାତ୍ମକତା ପ୍ରଦାନ କରିବ । ଏହି ପରିପ୍ରେକ୍ଷୀରେ କିଟ ଓ କିସର ଉଦାହରଣ ଦେଇ ଡଃ ସାମନ୍ତ କହିଥିଲେ, ବର୍ତମାନ ପରିସ୍ଥିତି ସହ ଖାପ ଖୁଆଇ ଏହି ଦୁଇଟି ଅନୁଷ୍ଠାନ ସବୁ ପ୍ରକାର କାମ ଡିଜିଟାଲ ମାଧ୍ୟମରେ କରୁଛନ୍ତି । ତାଲାବନ୍ଦ ଘୋଷଣା ହେବାଠାରୁ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ଶିକ୍ଷାଦାନ କରିଆସୁଛନ୍ତି ।


କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଲେଖକ ସ୍କଟ ଫ୍ରେଡମାନ, କିଟ୍ କୁଳପତି ଡଃ ହୃଷୀକେଶ ମହାନ୍ତି, ପ୍ରୋ-ଭାଇସ ଚାନ୍ସେଲର ଡଃ ସସ୍ମିତା ସାମନ୍ତ, କିଟ ମ୍ୟାନେଜମେଣ୍ଟ ସ୍କୁଲର ନିର୍ଦ୍ଦେଶକ ସରୋଜ କୁମାର ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ମେଗା ଡିଜିଟାଲ କନକ୍ଲେଭରେ ୫ଟି ମହାଦେଶର ୧୭ଟି ଦେଶରୁ ୨ଶହରୁ ଅଧିକ କର୍ପୋରେଟ ପ୍ରଫେସନାଲଙ୍କ ସମେତ ୩ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଦୁଇଦିନିଆ କନକ୍ଲେଭ ଅବସରରେ ୧୦୦ଟି କର୍ମଶାଳା ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here