Home ଧନ୍ୟବାଦ ସରକାର ବିନା ଦର୍କାରେ ନ ହଲନ୍ତି ସର୍କାର ଦେବତା

ବିନା ଦର୍କାରେ ନ ହଲନ୍ତି ସର୍କାର ଦେବତା

47
0

ପାଞ୍ଚ ବର୍ଷ ପରେ ମିଳିଲା ମୋ କୁଡିଆ ଯୋଜନାର ଶେଷ କିସ୍ତି


ଜଗତସିଂହପୁର, ଅଗଷ୍ଟ ୨୭: ପୋସ୍କୋ ଇସ୍ପାତ ପ୍ରକଳ୍ପ ନିର୍ମାଣକୁ ସମର୍ଥନ କରିବାରୁ ବାସନ୍ଦ ହୋଇଥିବା ୫୨ଟି ପରିବାରକୁ ଜିଲ୍ଲା ପ୍ରଶାସନ ମୋ କୁଡିଆ ଯୋଜନାର ଶେଷ କିସ୍ତି ପ୍ରଦାନ କରିଛି ।


ପୋସ୍କୋ ପ୍ରକଳ୍ପକୁ ସମର୍ଥନ ଦେଇଥିବାରୁ ପାଟଣା ଗାଁର ୫୨ଟି ପରିବାର ଶିଳ୍ପ ବିରୋଧୀ କର୍ମକର୍ତ୍ତାଙ୍କ ଦ୍ୱାରା ବାସନ୍ଦ ହୋଇ ଗାଁ ଛାଡିଥିଲେ ।


ସେମାନଙ୍କ ଘରଦ୍ୱାର ପୋଡ଼ି ଦେବା ସହ ପାନବରଜ, ପ୍ରାୟ ୧୫୦ ଏକର ଚାଷଜମି ଭଳି ସ୍ଥାବର ସମ୍ପତ୍ତି ଶିଳ୍ପାୟନ ବିରୋଧୀ ଅକ୍ତିଆର କରି ନେଇଥିଲେ । ଏହି ପରିବାରଗୁଡିକୁ ପୋସ୍କା ଟ୍ରାନଜିଟ୍ କଲୋନୀରେ ଜୁନ ୨୬, ୨୦୦୭ରେ ଥଇଥାନ କରା ଯାଇଥିଲା । ପୋସ୍କା ପ୍ରକଳ୍ପ ସ୍ଥାପନ ନିଷ୍ପତ୍ତିରୁ ଓହରିଯିବା ପରେ ୨୦୧୩ରେ ପରିବାରଗୁଡ଼ିକ ଗାଁକୁ ଫେରିଥିଲେ ।


ଜିଲ୍ଲା ପ୍ରଶାସନ ଘର ନିର୍ମାଣ ପାଇଁ ସେମାନଙ୍କୁ ମୋ କୁଡିଆ ଯୋଜନାରେ ୭୦ ହଜାର ଓ ଏମଜିଏନଆରଇଜିଏସରେ ୧୫, ୬୦୦ ଟଙ୍କା ମଞ୍ଜୁର କରିଥିଲେ । ହେଲେ ବ୍ଲକ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ମୋ କୁଡିଆ ଯୋଜନାର ଶେଷ କିସ୍ତି ୧୦ ହଜାର ଟଙ୍କା ଦେଉନଥିଲେ ।


ସେହି ସ୍ଥାନରେ ଜେଏସଡବ୍ଲୁ ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ ଆଗ୍ରହୀ ହେବା ପରେ ପ୍ରଶାସନ ତତ୍ପରତା ପ୍ରଦର୍ଶନ କରି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଉପସ୍ଥିତିରେ ୫୨ଟି ପରିବାରକୁ ବକେୟା ରାଶି ପ୍ରଦାନ କରିଛନ୍ତି ।
୧୫ଦିନ ମଧ୍ୟ ଏମଜିଏନଆରଇଜିଏସ ବକେୟା ରାଶି ପ୍ରଦାନ କରିବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଛି ବୋଲି ହିତାଧିକାରୀ ଚନ୍ଦନ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here