୨୪ ଘଣ୍ଟା ୨୪ ଖବର
୨୫ ଅଗଷ୍ଟ ୨୦୨୦, ବର୍ଷର ୨୩୮ତମ ଦିବସ, ୩୪ତମ ମଙ୍ଗଳବାର
୧) ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ ଆଲୋଚନା, ଓଡ଼ିଶାରେ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲୁ ଷ୍ଟିଲ ।
- ଧନ୍ୟବାଦ ସରକାର, ଖାଲି କୁହ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡିବ
2) ବଜାରରେ ମହଙ୍ଗା ମାଡ : ୩୫ରେ ପହଞ୍ଚିଲା ଆଳୁ ଦର ।
- 20 ବର୍ଷ ପରେ ବି କଟୁନି ସରକାରଙ୍କ ଆଳୁ ଦୋଷ, ଓଡିଶା ହୋଇପାରୁନି ଆଳୁରେ ଆତ୍ମନିର୍ଭର
- ୩) କରୋନା ବିରୋଧରେ ବିଏମସିର ସଂଗ୍ରାମ, ସହରାଞ୍ଚଳ ଆଶ୍ରୟସ୍ଥଳୀରେ ହେଲା କୋଭିଡ୍ ପରୀକ୍ଷା।
- ଲଗେ ରହୋ ମୁନ୍ନା ଭାଇ, ଗୋଟିଏ ବି କୋଭିଡ୍ ହସ୍ପିଟାଲ୍ ସିଟ୍ ଯେମିତି ଫାଙ୍କା ନରୁହେ
୪) ମୋଟର ଯାନ କାଗଜପତ୍ର ବୈଧତା ଚଳିତ ବର୍ଷ ଡିସେମ୍ବର ୩୧ ଯାଏ ସମ୍ପ୍ରସାରଣ।
- ଦୁଃଖଦ , ପୁଲିସି ଆରଟିଓଙ୍କ ପିସି ଉତ୍ପାଦନ ଗୁରୁତର ବାଧା ପ୍ରାପ୍ତ ହେବା ଆଶଙ୍କା
୫) ମହାରାଷ୍ଟ୍ର: ୫ ମହଲା କୋଠା ଭୁଶୁଡ଼ି ୧ ମୃତ, ୭୦ ଫସିରହିଛନ୍ତି।
- ପ୍ଲାନ ଆପ୍ରୁଭାଲ ଗୋଟେ ଆଡମିନିଷ୍ଟ୍ରେଟିଭ୍ ଅର୍ଡର ନୁହେଁ , ଏହା ଏକ ବୈଷୟିକ ଅନୁମୋଦନ , ଇଞ୍ଜିନିୟରିଂ ପାଠ, ଧ୍ୟାନ ଦିଅନ୍ତୁ ସରକାର
୬) ସେପ୍ଟେମ୍ବରରେ ଖୋଲିପାରେ ସିନେମା ହଲ୍: ସୁରକ୍ଷା ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ।
- ସରକାରଙ୍କର ସେଇଟା ଗୋଟାଏ ବହୁତ ବଡ ଦାୟିତ୍ୱ, କରୋନାକୁ ଖୁବ୍ ସୁନ୍ଦର ସହଯୋଗ କରିବ ସରକାରଙ୍କ ଏ ଅତି ସୁନ୍ଦର ନିୃଷ୍ପତ୍ତି
୭) ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ -୧୯ ପରୀକ୍ଷଣ ଅଭିଯାନ: ରାଉରକେଲାରେ ଗଡ଼ିଲା ସଞ୍ଜିବନୀ ରଥ ।
- ଏହା ଏକ ଦୁଇ ଧାରିଆ ଅସ୍ତ୍ର, ସାହାଯ୍ୟ କରିବ କମ୍ , ଡରେଇବ ଅଧିକା, କୋଭିଡ୍ ହସ୍ପିଟାଲ ସଞ୍ଜିବନୀ ଗାଡିଟା ବରିଷ୍ଠଙ୍କୁ ମୁନିସିପାଲିଟି ଷଣ୍ଢ ଧରା ଗାଡି ପରି ଦିଶିପାରେ
୮) ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ, ହସ୍ପିଟାଲରେ ଭର୍ତ୍ତି।
- କଲ୍ୟାଣମସ୍ତୁ
୯) ଅନଲକ-୪ : ଆରମ୍ଭ ହୋଇପାରେ ମେଟ୍ରୋ ଟ୍ରେନ ସେବା, ବନ୍ଦ ରହିବ ସ୍କୁଲ-କଲେଜ, ଶୀଘ୍ର ଜାରି ହୋଇପାରେ ଗାଇଡଲାଇନ୍।
- ହଁ ସେଇଆ କର, ମଠ ମନ୍ଦିର ମସଜିଦ୍ ଗୀର୍ଜା ପୁରା ମେଲା କରିଦିଅ, ଇସ୍କୁଲରେ ପରମାନେଣ୍ଟ ତାଲା ପକେଇ ଦିଅ, ଧରମ ପ୍ରିୟ ସରକାର ହିଁ ଏପରି ସୁନ୍ଦର ନିଷ୍ପତ୍ତି ନେଇ ପାରିବେ, ଭାଗବତ କହିଲେ ମୁଁ ଯାକୁ ହୁଅଇ ସଦୟ, ଜ୍ଞାନ ତା ହୃଦରୁ ଉଦୟ, ଭଗବାନ ଆଲ୍ଲା ଯୀଶୁ ମହାବୀର କରୁଣା କରନ୍ତୁ ବିନା ପାଠ ପଢାରେ ବି ସବୁ ଭାରତୀୟ ପିଲାଙ୍କର ଡାଇରେକ୍ଟ ଜ୍ଞାନ କଅଁଳି ଯାଉ
୧୦) ଭାରତ ସହ ଶତ୍ରୁତା ବେଳେ ପାକିସ୍ଥାନକୁ ବିମାନବାହୀ ଅତ୍ୟାଧୁନିକ ଯୁଦ୍ଧପୋତ ଦେଲା ଚୀନ।
- ତାଙ୍କେ ସେଗୁଡା ଚଲେଇ ଶିଖିଚନ୍ତି ତ !
୧୧) ବ୍ରହ୍ମପୁତ୍ର ନଦୀରେ ଦେଶର ଦୀର୍ଘତମ ରୋପ୍-ୱେ ଉଦ୍ଘାଟିତ।
-ଆମ ଖଣ୍ଡଗିରି ଉଦୟଗିରି ରୋପ୍ ୱେ ଆଉ ହବ ନା ନାଇଁ, ସେ ଫାଇଲି କୁଆଡେ ଗଲା , ନନ୍ଦନକାନ ରୋପ ୱେ ଟା ଚାଲୁଚି ନା ବନ୍ଦ ହେଇଗଲା ?
୧୨) ଉତ୍ତରକୋରିଆର ସୁପ୍ରିମ ଲିଡର କିମ ଜଙ୍ଗ ଉନ୍ କୋମାକୁ ଚାଲିଯାଇଥିବା ନେଇ ଚର୍ଚ୍ଚା, ଭଉଣୀ କିମ୍ ଜଙ୍ଗ ଜୋଙ୍ଗ ସମ୍ଭାଳିପାରନ୍ତି ଶାସନଭାର।
୧୩) ମୁକ୍ତିଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର ‘ନୂଆଁଖାଇର୍ ଫଏସଲା’।
୧୪) ପୃଥିବୀ ପାଖକୁ ଆସୁଛି ୬.୫ ଫୁଟ ଲମ୍ୱର ଆଷ୍ଟ୍ରୋଏଡ।
୧୫) ବିଶିଷ୍ଟ ଭାଷାବିତ୍ ମହାଜିତଶ୍ୱର ଦାସଙ୍କ ଦେହାନ୍ତ।
୧୬) ବିଶିଷ୍ଟ ଶିକ୍ଷାବିତ ଓ ଲେଖକ ହୀରକ୍ କୁମାର ପ୍ରାମାଣିକଙ୍କ ପରଲୋକ।
୧୭) ନିଟ୍ ପାଇଁ ସ୍ୱତନ୍ତ୍ର ବିମାନରେ ଭାରତ ଆସିବେ ପରୀକ୍ଷାର୍ଥୀ।
୧୮) ଆମାଜନ, ପେଟିଏମ୍ ଏବଂ ଫ୍ଲିପକାର୍ଟକୁ ଟକ୍କର ଦେବାକୁ ଆସୁଛି ଟାଟା ଗ୍ରୁପର ସୁପରଆପ୍।
୧୯) ସିରିୟାରେ ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ: ସାରା ଦେଶ ଅନ୍ଧାର, ଆଇଏସ ଆତଙ୍କୀଙ୍କ ହାତ ଥିବା ସନ୍ଦେହ।
୨୦) କଂଗ୍ରେସର ଅନ୍ତରୀଣ ମୁଖ୍ୟ ହୋଇ ରହିଲେ ସୋନିଆ ଗାନ୍ଧୀ।
୨୧) ଓଡ଼ିଶାରେ ସବୁଜିମା ବୃଦ୍ଧି ପାଇଁ ଯୋଜନା, ମନରେଗା ମାଧ୍ୟମରେ ବ୍ୟୟ ହେବ ୬୦୨କୋଟି: ମୁଖ୍ୟମନ୍ତ୍ରୀ ।
୨୨) କାଲିମେଳାରୁ ମାଓ ଶିବିର ଠାବ, ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ।
୨୩) ରାମ ମନ୍ଦିର ଭୂମିପୂଜନ ପରେ ମନ୍ଦିର ନିର୍ମାଣ ପାଇଁ ଭକ୍ତ ଦାନ କଲେଣି ୬୦ କୋଟି ଟଙ୍କା ସହ ସୁନା ଓ ରୂପା।
୨୪) ପୁଣି ବଢ଼ିବ ବିମାନ ଭଡ଼ା, ସେପ୍ଟେମ୍ବର ୧ରୁ ହେବ ଲାଗୁ।