Home ସବୁ ଖବର ଚୀନ୍ ପଡି ଯିବକି ଆଉ !

ଚୀନ୍ ପଡି ଯିବକି ଆଉ !

112
0

୨୪ ଘଣ୍ଟା ୨୪ ଖବର

୨୪ ଅଗଷ୍ଟ ୨୦୨୦, ବର୍ଷର ୨୩୭ତମ ଦିବସ, ୩୪ତମ ସୋମବାର

୧) ଘୃଣ୍ୟ ମାନସିକତା : ସବର୍ଣ୍ଣ ମହିଳା ଗାଧୋଉଥିବା କେନାଲ ତୁଠରେ ଦଳିତ ମହିଳା ଗାଧୋଇବାରୁ ମାଡ଼, ଢେଙ୍କାନାଳ ଜିଲ୍ଲା ବଳରାମପ୍ରସାଦ ଗାଁ ର ଘଟଣା, ଥାନାରେ ଅଭିଯୋଗ , ବିଶ୍ବଗୁରୁ ଭାରତ ନା ବର୍ବର ଭାରତ !

୨) ଶୋଇଛନ୍ତି ସରକାର : ଓଡ଼ିଶାରେ ମିଳୁନି କାମଧନ୍ଦା, ଅନ୍ୟ ରାଜ୍ୟ ମୁହାଁ ପ୍ରବାସୀ

୩) ଚଞ୍ଚଳ ଚିନ୍ତା : ଶିଳ୍ପସଂସ୍ଥାକୁ ଚଳଚଞ୍ଚଳ କରିବା ଆଳରେ , କୋବିଦ ବିପତ୍ତି ବେଳେ ଶ୍ରମିକଙ୍କ ମୁହଁରେ ଖୁଦ ମୁଠାଏ ଦେଇନଥିବା ଶିଳ୍ପପତିଙ୍କୁ 65 ହଜାର କୋଟି ଟଙ୍କା ଅଜାଡି ଦେବାକୁ କେନ୍ଦ୍ର ସରକାରଙ୍କ ମସୁଧା, ପ୍ରସ୍ତୁତ ହେଉଛି 65 ହଜାର କୋଟିର ନ୍ୟାସନାଲ ମାଷ୍ଟର ପ୍ଲାନ୍

୪) କାହାର ସର୍ବନାଶ କାହାର ପୁଷମାସ : ସୀମା ଟପୁଛି କରୋନା, ଭୁବନେଶ୍ୱରରେ କଟକଣା ମାନୁନି କରୋନା , ସବୁ ରେକର୍ଡ ଭାଙ୍ଗି ଆଜି ଖୋର୍ଧା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୬୦୬; ବଢିଲା ଚିନ୍ତା, ପଇସା ଦେଇ ଦେଇ ବେହାଲ ସରକାର, ଅବଶ୍ୟ କୋଭଡ ହସପିଟାଲ ମାଲିକଙ୍କ ପାଇଁ ଏଟା ଗୋଟେ ଖୁସି ଖବର, କାରଣ ସେମାନଙ୍କୁ ମିଳିବ ଅଧିକ ସେବା ସୁଯୋଗ

୫ ) ହଉ ଭଲ କଥା : ହରିଆଣାରେ ଖୋଲିବ ଗଧ ଦୁଗ୍ଧର ଫାର୍ମ, ମୂଲ୍ୟ ୧ ଲିଟରକୁ ୭୦୦୦ ଟଙ୍କା

୬ ) ଗୁରୁତ୍ୱପୂର୍ଣ୍ଣ ଜାତୀୟ ଚିନ୍ତା : ବିହାରରେ ଏକାଠି ନିର୍ବାଚନ ଲଢ଼ିବେ ବିଜେପି, ଜେଡିୟୁ ଓ ଏଲଜେପି । ଲାଲୁ ନ ହଟିବା ପର୍ଯ୍ୟନ୍ତ ଶାନ୍ତିରେ ନିଶ୍ୱାସ ନେବା ବି କଷ୍ଟ

୭ ) କଲ୍ୟାଣମସ୍ତୁ : ଆର୍‌ଜେଡି ନେତା ଲାଲୁଙ୍କୁ ନେଇ ଚିନ୍ତା ବଢ଼ିଲା, ସୁରକ୍ଷାରେ ଥିବା ୯ ଯବାନ୍‌ କରୋନା ପଜେଟିଭ୍

୮) ସୁଲଭ ମୋକ୍ଷ : ଭାରତୀୟ ରେଳବିଭାଗର ଚାରିଧାମ ଯୋଜନା, ଗଙ୍ଗୋତ୍ରୀ, ଯମୁନେତ୍ରୀ, ବଦ୍ରିନାଥ ଓ କେଦାରନାଥ ଦର୍ଶନ ହେବ ସହଜ

୯ ) କଟକରେ ସଦଗୁରୁ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ।

୧୦) ଛିଡୁନି ସିଲାବସ୍ ହ୍ରାସ ନିଷ୍ପତି ଅଡୁଆ, ଚିନ୍ତାରେ ସଚିବ, ଦିନ ଗଣୁଛନ୍ତି ଗଣଶିକ୍ଷା ମନ୍ତ୍ରୀ

୧୧) ନୂଆ ଶିକ୍ଷା ନୀତିକୁ ନେଇ ସବୁ ରାଜ୍ୟକୁ ଚିଠି।

୧୨) ଆଜି ଆଉ ଏକ ଲଘୁଚାପ, ୨୬ ଯାଏଁ ପ୍ରବଳ ବର୍ଷା ସମ୍ଭାବନା: ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।

୧୩ ) ରେଙ୍ଗାଲି ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ।

୧୪) ପାକିସ୍ତାନଠାରୁ ସମ୍ପର୍କ କାଟିଲେ ଉଭୟ ଆଫଗାନିସ୍ତାନର ନାଗରିକ ସରକାର ଏବଂ ତାଲିବାନ।

୧୫) ଦୈନିକ ୮ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ଜାରି; ଦେଶରେ ସମୁଦାୟ ନମୁନା ପରୀକ୍ଷା ୩. ୫ କୋଟି ଟପିଲା।

୧୬) କରୋନା କଟକଣାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟ ପୂର୍ବଭଳି ସେପ୍ଟେମ୍ବର ୧୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ହେବ

୧୭) ଚୀନ୍‌କୁ ପୁଣି ଧକ୍କା : ଆସନ୍ତା ୧ରୁ ଆମଦାନି ଖେଳନାର କ୍ୱାଲିଟି ଟେଷ୍ଟିଂ ବାଧ୍ୟତାମୂଳକ, ଚୀନ୍ ଆଣ୍ଠୁମାଡି ପଡି ଯିବ କି ଆଉ !

୧୮) ଡିଜିଟାଲ୍ ଗ୍ରାମ: ୧୦୦୦ ଦିନରେ ୨୦ ଲକ୍ଷ ଚାକିରି; ବଦଳିଯିବ ୪.୫ ଲକ୍ଷ ଗାଁ’ର ଚିତ୍ର, ଦୁଇ କୋଟି ପ୍ରତିଶ୍ରୁତିରୁ ହଠାତ୍ କମିଯିବ କୋଡିଏ ଲକ୍ଷ

୨୦) ଆରୋଗ୍ୟ ସେତୁ ଆପରେ ନୂଆ ଫିଚର, ଏଣିକି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିପାରିବ କମ୍ପାନୀ।

୨୧) ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା: ଚୀନ ଅମାନିଆ ହେଲେ ଆମେରିକା ସବୁଠୁ ବଡ଼ ପ୍ରହାର କରିବ।

୨୨) ୫ ମାସରେ ୧୩୦୦ରୁ ଅଧିକ ପୋଲିସ କର୍ମଚାରୀ କରୋନା ପଜିଟିଭ୍, ଗଲାଣି ୮ କରୋନା ଯୋଦ୍ଧାଙ୍କ ଜୀବନ।

୨୩) ଚୀନ ନାଗରିକଙ୍କ ଉପରେ ଭିସା କଟକଣା ଲଗାଇଲା ଭାରତ।

୨୪ ) ନିରାଡମ୍ୱରରେ ପାଳିତ ହେଲା ନୂଆଖାଇ, ତଥାପି ବାଣ୍ଟିଲା ସୁଖ ଖୁସି ଓ ଆନନ୍ଦ ||

LEAVE A REPLY

Please enter your comment!
Please enter your name here