Home ଖୋଲା ବିଚାର ପୋଖରୀରେ ବୁଡି ମରିବ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ୍

ପୋଖରୀରେ ବୁଡି ମରିବ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ୍

62
0

ଖୋଲା ବିଚାର

Thanks to Naveen Patnaik’s effort to obtain 232 cr Green Climate Fund per year under UNFCCC ( United Nations Framework Convention on Climate Change ) for Odisha. It will be implemented through Water Resources Dept.

ଜଳ ସମ୍ପଦ ବିଭାଗକୁ ପାଣି ମାଗିଲେ ସେମାନେ ଚଟ୍ କରି କୁହନ୍ତି ଆମ କଂଟ୍ରାକ୍ଟରକୁ ହଜାରେ କୋଟି ଦିଅ, ଆମେ ସିଣ୍ଡୋଲ୍ କରିବୁ, ସେଥିରୁ ନାଳ ଚିରି ତୁମ ଚାଷ ଜମିକୁ ପାଣି ଦେବୁ । ଟଂକାଏ ବି ପିସି ନେବୁନି, ସି ଏମ୍ ମନା କରିଛନ୍ତି ।

ଲୋକେ ବଡ ଡ୍ଯାମ୍ କଥା ଶୁଣିଲେ ବିସ୍ଥାପନ, ପିସି ଭୟରେ ଧଡା କାଢୁଛନ୍ତି । ତେଣୁ ଜଳ ସମ୍ପଦ ବିଭାଗ ମରୁଡି ମୁକାବିଲା ପାଇଁ ସିଣ୍ଡୋଲ୍ କୁ ଦଶ ହଜାର ଭାଗ କରି ପୋଖରୀ ସାଇଜ୍ କରି ଦେଇଚନ୍ତି । ଜିସିଏଫ୍ ପଇସାରେ ୧୦ ହଜାର ପୋଖରୀ ଖୋଳିବେ ପାଂଚ ବର୍ଷରେ, ଖର୍ଚ ହେବ ୧୨୦୦ କୋଟି, ପିସି ନେବେନି, ନବୀନ ମନା କରିଛନ୍ତି ।

ବର୍ଷାଜଳ କୁଆଡେ ସବୁ ପୋଖରୀରେ ରହିଯିବ ।
ଏ ଧରମ ଛଡା ମାନଂକୁ କ’ଣ ବୁଝେଇବି ବୁଝି ହେଉନି ।

ଆଜ୍ଞା
ମନେକରାଯାଉ ଗୋଟାଏ ଗାଁର ପରିସୀମା ୫ ବର୍ଗ କିମି, ଏହା ଉପରେ ପ୍ରତି ବର୍ଷ ବର୍ଷିବ ୧୫୦୦ ମିମି ବା ଦେଢ ମିଟର ଉଚ୍ଚର ପାଣି ।ଏବେ ଜଳ ସମ୍ପଦ ବିଭାଗ ହିସାବ କରି କହୁ, ଗୋଟେ ଗାଁର ବର୍ଷା ପାଣି ପରିମାଣ କେତେ ହେଲା, ଗୋଟାଏ ପୋଖରୀରେ କେତେ ପାଣି ରହିପାରିବ, ଆଉ ଏତେକ ବର୍ଷା ପାଣିକୁ ସାଇତିବାକୁ ସେ ଗାଁରେ କେତେଟା ପୋଖରୀ ଦରକାର ହେବ, ଚାଷପାଇଁ କେତେ ଜମି ବଳିବ, ଜଣେ ଚାଷୀର ଦିଗୁଣ୍ଠିଆ ପ୍ଲଟ୍ ଟେ ଥିଲେ, ସେଥିରେ ସେ କେତେବଡ ପୋଖରୀଟାଏ ଖୋଳିବ, କାହା ଜମିର ପାଣି ସେ ପୋଖରୀରେ କେଉଁବାଟେ ଆସି ପଶିବ, ମରୁଡି ସମୟକୁ ସେ ପୋଖରୀରେ କେତେ ପାଣି ଥିବ, ମରୁଡି ସମୟରେ କାହା ଜମିକୁ ସେ ପୋଖରୀରୁ ପାଣି ମଡାହେବ ଓ କାହାର ଫସଲକୁ ମରୁଡିରେ ମରିବା ପାଇଁ ଛାଡି ଦିଆଯିବ ?

ଜଳ ସମ୍ପଦ ବିଭାଗ , ଜଂଗଲ ବିଭାଗ ସଚିବ ସୁରେଶ ମହାପାତ୍ରଂକଠାରୁ ଶିଖୁ, ବର୍ଷାଜଳ କେମିତି ସାଇତାଯାଏ , କେମିତି ପରିଚାଳନା କରାଯାଏ, ସେ ବରଂ ଏ ସମ୍ପର୍କରେ କିଛି କିଛି ଜାଣିଛନ୍ତି ଓ କରୁଛନ୍ତି ।
ନହେଲେ ମୁଁ ୩୩୬ ପୃଷ୍ଠାର ବହି ଗୋଟାଏ ଛାପିଛି, ସେଟାକୁ ପଢନ୍ତୁ, କହିବେତ ଖଣ୍ଡେ ଫ୍ରି ଦେବି ।

A New Rain Water Management Model to Eradicate Drought and Flood ( Odia & English )

ସେ ବହିରେ ସର୍ବମୋଟ ସାତ ପଦ କଥା ଲେଖା ଯାଇଛି-

୧. ସବୁ ଜମିର ମାଲିକ ମୋଟ୍ ୫ ଜଣ
ଜଂଗଲ ବିଭାଗ – ଜଂଗଲଜମି, ରାଜସ୍ୱ ବିଭାଗ – ଦଣ୍ଡା ଗୋଚର, ଚାଷୀ – ଚାଷ ଜମି, ଶିଳ୍ପ ଅନୁଷ୍ଠାନ – ଶିଳ୍ପାଂଚଳ ଜମି, ଘର ମାଲିକ – ଛାତ ଓ ଅଗଣା

୨. ଯାହା ଜମିରେ ଇଂଦ୍ର ବର୍ଷିଲା , ସେ ପାଣିକୁ ସାଇତିବା ମାଟି ତଳକୁ ଭେଦେଇବା ଦାୟିତ୍ୱ ସେ ଜମି ମାଲିକର

୩. ବର୍ଷା ପାଣି ଜମି ଉପରେ ଗଡିଲେ ଘଣ୍ଟାକୁ ୬ କିମି ବେଗରେ ସମୁଦ୍ରକୁ ଗଡିଯାଏ, ସପ୍ତାହେ ନଷ୍ଟ ଭ୍ରଷ୍ଟ କରି ନଈ ଖାଲି, ଦି ମାସ ପରେ ମରୁଡି

୪. ବର୍ଷା ପାଣି ଯେଉଁଠି ବର୍ଷିଲା , ତାକୁ ସେଇଠି ଯଦି ଅଟକାଇ ଦିଆଯାଏ, ତା ହେଲେ ୪୮ ଘଣ୍ଟା ମଧ୍ଯରେ ସବୁ ପାଣି ମାଟି ତଳକୁ ଭେଦିଯିବ । ମାଟି ତଳେ ତଳେ ବହିବ, ଜମିରୁ ନାଳ, ନାଳରୁ ନଈ, ନଈରୁ ସମୁଦ୍ର,
ଘଣ୍ଟାକୁ ମାତ୍ର ୭୫ ମିଲି ମିଟର ବେଗରେ ।
ଅର୍ଥାତ୍ ଗାଁ ଜମିତଳକୁ ଭେଦିଥିବା ପାଣି , ଗାଁ କୁଅ ପୋଖରୀ ନାଳ ନଈଦେଇ ବାହାରିଯିବାକୁ ସାଢେ ଏଗାର ମାସ ଲାଗିବ । ତେଣୁ ଖରାଦିନେ କୁଅ ପୋଖରୀ ନଈ ଶୁଖିବନି, ବର୍ଷାଦିନେ ବନ୍ଯା ହେବନି ।

୫. ଚାଷୀ କ’ଣ କରିବ –
ଚାଷୀ ବା ଜମି ମାଲିକ ତା ଜମି ଚାରିକଡେ ଦୁଇଫୁଟ ଚଉଡା ଦୁଇଫୁଟ୍ ଉଚ୍ଚା ହିଡଟିଏ ଦେବ । କୌଣସି ସମୟରେ ଏକ କାଳୀନ ଦୁଇଫୁଟ୍ ବା ୬୦୦ମିମି ବର୍ଷା ହୁଏନି ।ବାକି କାମ ପ୍ରକୃତି କରିବ । ପାଣି ନଗଡିଲେ ବନ୍ଯା ହେବନି, ମାଟିକୁ ଭେଦିଗଲେ ଦଶ ଫୁଟ ତଳେ ପାଣି ରହିବ, ମାଟିରେ ବର୍ଷ ସାରା ବତର ( soil moisture ) ରହିବ, ମରୁଡି ହେବନି

୬. ସରକାର କ’ଣ କରିବେ –
ଚାଷୀକୁ କହିବେ ସବୁ ଜମିରେ ଚାରି ବର୍ଗଫୁଟ ହିଡ ବାଧ୍ଯତା ମୂଳକ । ଚାଷୀ ମାର୍ଚ ରୁ ଜୁନ୍ ନିଜ ଜମି ହିଡ ନିଜେ ବାଗେଇବ, ସରକାର ତାକୁ ମନରେଗାରୁ ମଜୁରୀ ଦେବେ । ରଜକୁ ଚାଷ ଆରମ୍ଭ କଲାବେଳକୁ ୧୦୦ ଦିନ x ୩୦୦/-=୩୦,୦୦୦/- ଚାଷୀ ବ୍ଯାଂକ୍ ଖାତାରେ ଥିବ, ଚାଷୀ ଋଣ କରିବନି ମଜୁରୀ ଦେବାକୁ, ସାର କିଣିବାକୁ । ହିଡ ଥିବା ଯୋଗୁ ତା ଜମି ସାର ଖତ ଧୋଇଯିବନି । ଭଲ ଫସଲ ହେବ ।

ଗ୍ରୀନ କ୍ଲାଇମେଣ୍ଟ ଫଣ୍ଡ ବା ଅନ୍ଯାନ୍ଯ ସୂତ୍ରରୁ ପଇସା ଠୁଳେଇ,
ଯିଏ ଚାହିଁବ ସରକାର ତାକୁ ତା ଜମିରେ ଚାରିଫୁଟ ଗୋଲେଇ , ୨୦ ଫୁଟ୍ ଗଭୀର ସିମେଣ୍ଟ ନନ୍ଦଦିଆ କୁଅଟେ ଖୋଳିଦେବେ, ବଳକା ପାଣି କୁଅରେ ପଶିବ, ମରୁଡି ବେଳେ ଖରାଟିଆ ଫସଲକୁ ପାଣି ବି ଦେବ ।

ତାକୁ ପମ୍ପ୍ ସେଟ୍ ଟିଏ ମାଗଣା ଦେବେ, ସେଥିରେ ମାଗଣା ସୋଲାର ପାୱାର ଖଂଜି ଦେବେ । ବାକି ବୁଦ୍ଧି ଚାଷୀକୁ ଜଣା ।

୭. ଆଉ କ’ଣ କରିବେ ସରକାର –
ଶିଳ୍ପକୁ କହିବେ Compensatory Water Conservation କଥା । ଶିଳ୍ପଯେତେ ପାଣି ନେବ, ତାର ଦଶଗୁଣ ବର୍ଷା ପାଣି ସଂରକ୍ଷଣ କରିବ ।

ଶିଳ୍ପକୁ ଏଥିପାଇଁ ବେଶି ଖର୍ଚ କରିବାକୁ ପଡିବନି, କାରଣ ପଇସା ମନରେଗାରୁ ମିଳିବ,
ଶିଳ୍ପକୁ ଆଦୌ ପରିଶ୍ରମ କରିବାକୁ ପଡିବନି, କାରଣ ଲକ୍ଷ ଲକ୍ଷ ଏନ୍ ଜିଓ ହାତ ଗୋଡ ଯୋଡି ବସିଛନ୍ତି, ସେମାନେ ଏ କାର୍ଯ୍ଯ ସଂଚାଳନର ନେତୃତ୍ୱ ନେବେ, ଶିଳ୍ପ ଗୋଷ୍ଠିକୁ କେବଳ ଏନ୍ ଜିଓ ପିଲାଂକ ଦରମା ଯୋଗାଡ କରିବାକୁ ପଡିବ, ସରକାର ଉଦାର ହେଲେ CSR fund ରୁ ମଧ୍ଯ ଏ ଖର୍ଚ ଭରଣା କରାଯାଇ ପାରିବ।

ଲକ୍ଷ୍ମୀଧର ନାୟକ
୨୨.୦୮.୨୦୧୮
ଏ ଫାଲତୁ କଥା ଲେଖି ବେଳ ଯାଉଛି, କବିତା ଲେଖିବି କେତେବେଳେ ??

LEAVE A REPLY

Please enter your comment!
Please enter your name here