Home ସବୁ ଖବର ଜିଲ୍ଲାପାଳ ମାନଙ୍କୁ ତାଗିଦ୍ କଲେ କେନ୍ଦ୍ର ଗୃହ ସଚିବ : କହିଲେ ଲୋକଙ୍କ ଯାତାୟତ ଉପରେ...

ଜିଲ୍ଲାପାଳ ମାନଙ୍କୁ ତାଗିଦ୍ କଲେ କେନ୍ଦ୍ର ଗୃହ ସଚିବ : କହିଲେ ଲୋକଙ୍କ ଯାତାୟତ ଉପରେ ରୋକ୍ ଲଗାଇବା ଆଇନ ବିରୋଧୀ

449
0

22 ଅଗଷ୍ଟ 2020 : କେନ୍ଦ୍ର ଗୃହ ସଚିବ ଆଜି ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ମାନଙ୍କୁ କଡା ଭାଷାରେ ଏକ ଚିଠି ଲେଖି କହିଛନ୍ତି ଯେ, କେନ୍ଦ୍ର ସରକାର ୩ ନମ୍ୱର ତାଲା ଖୋଲିବା ପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରମାନେ ଲୋକ ମାନଙ୍କ, ଆନ୍ତ ଜିଲ୍ଲା, ଆନ୍ତ ରାଜ୍ୟ ଚଳପ୍ରଚଳ ଉପରେ ଲଗାଉଥିବା ପ୍ରତିବନ୍ଧକ ସମ୍ପୂର୍ଣ୍ଣ ଆଇନ ବିରୋଧି | ଏହା ବିପର୍ଯ୍ୟୟ ପରିଚାଳନା ଆଇନ 2005 ର ନିୟମକୁ ଉଲ୍ଲଂଘନ କରୁଛି |

ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରମାନେ ଜନସାଧାରଣ ଏବଂ ଜିନିଷପତ୍ରର ଆନ୍ତଜିଲ୍ଲା ଓ ଆନ୍ତରାଜ୍ୟ ଚଳପ୍ରତଳ ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ନ ଲଗାଇବାକୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଆଜି ଚିଠି ଲେଖି ଏକଥା ଜଣାଇ ଦେଇଛନ୍ତି |

ରାଜ୍ୟ ସରକାର , ତାଙ୍କ ଜିଲ୍ଲା ଜିଲ୍ଲାପାଳ ଓ ତାଙ୍କ ପଞ୍ଚାୟତ ଜିଲ୍ଲାପାଳମାନେ କେନ୍ଦ୍ର ଗୃହ ସଚିବଙ୍କ ଏ ଚିଠିର କିପରି ଅର୍ଥ କରୁଛନ୍ତି କାଲି ସୁଦ୍ଧା ଜଣା ପଡିଯିବ ବୋଲି ଆଶା କରାଯାଉ |

Copy of the D.O . letter issued by the home secretary, Govt of India on 22 Aug. 2020

LEAVE A REPLY

Please enter your comment!
Please enter your name here