* ଦୀପକ୍ କୁମାର୍ ଦେ
ପ୍ରଫୁଲ୍ଲିତ ମନେ ତରଙ୍ଗାୟିତ ତନୁବସନ ଇନ୍ଦୁ,
କାନ୍ତିମାନ ଅବୟବେ ସୁରଞ୍ଜିତ ଚଂଦ୍ରାବଳୀ ବିନ୍ଦୁ।
ମଧୁ ଗୁଞ୍ଜନେ ନୀଳାମ୍ବରା ନୟନେ ଅପୂର୍ବ ସରମ ,
ମିଳିତ ଅନୁରାଗେ ଶାନ୍ତ ଶୀତଳ ଉଷୁମିତ ପ୍ରେମ।
ଅସୀମ ଆବେଗେ ନିନାଦିତ ନବଦିଗନ୍ତ ସଂକଳ୍ପ
ରଙ୍ଗତୂଳୀ ସ୍ପର୍ଶେ ଯଉବନଭରା ସରସ ଆଳାପ;
ଉନ୍ମୁକ୍ତ ଅଙ୍ଗନେ ଭାଷୁଥାଏ ମମତା-ମୁକୁତା ଡୋରି,
ସ୍ବର୍ଣ୍ଣମୂଖୀ ଚିତ୍ରପଟେ ପୁଷ୍ପଓଠ ଧାରେ ଚମ୍ପାଗୋରୀ।
କୁଙ୍କୁମ ଚର୍ଚ୍ଚିତ ନିଶିଗନ୍ଧା ଆସେ ଅପୂର୍ବ ଆହ୍ଲାଦେ,
ଆତ୍ମୀୟତା ଜାଗେ ମଧୁ ଯାମିନୀର ଆନମନା ହୃଦେ।
ଶତଦଳ ବିଛୁରାଇ ଚପଳାକ୍ଷି ଦିଏ ଜୀବନ୍ୟାସ,
ପ୍ରସ୍ଫୁଟିତ ଜୋଛନା ବିଧୌତ, ତୃଷ୍ଣାସିକ୍ତ ଉପନ୍ୟାସ।
ସଲାଜ ପରଶେ ହରସ ଆଭାସେ ଇନ୍ଦ୍ରନୀଳପୁର
ଅମୃତ ଆଞ୍ଜୁଳିରେ,ସ୍ବପ୍ନିଳ ଆଖିରେ ଶ୍ୟାମଳତର ।
©®
