Home କଥା ଗୁରୁ ବନ୍ଧନ

ଗୁରୁ ବନ୍ଧନ

112
1

* ସଞ୍ଜୟ ନାୟକ

ଏହା କାହାଣୀ ଟିଏ ମାତ୍ର । ଯାହାକୁ ପଢିଲେ ଆପଣମାନଙ୍କୁ ନିଶ୍ଚୟ ବହୁତ ଖୁସି ଲାଗିବ ।

ରାଜକୁମାରୀ ବୈରାଗ୍ୟବତୀ ଜଣେ ବିଷ୍ଣୁ ଭକ୍ତ ଥିଲେ। ବିଷ୍ଣୁଙ୍କୁ ପୂଜା କରୁଥିଲେ । ପ୍ରତିଦିନ ମନ୍ଦିର କୁ ଯାଇ ଭଜନ ଗାଉ ଥିଲେ। ଦିନେ ଭଜନ ଗାଉଥିବା ସମୟରେ ମନ୍ଦିର ପଛପଟେ ଜଣେ ଚୋର ମନ୍ଦିର ଭିତରେ ପଶି ଚୋରି କରିବାକୁ ଯୋଜନା କରୁଥିବା ବେଳେ ରାଜକୁମାରୀ ବୈରାଗ୍ୟବତୀଙ୍କ ଭଜନ ତାଙ୍କ କାନକୁ ଶୁଣା ଗଲା।

ଭଜନ ଶୁଣି ଚୋର ଟି ଭାବିଲା ଏ ରାଜକୁମାରୀ ଯେ କି ଭଗବାନ ଙ୍କ ପ୍ରତି ବହୁତ ଆସ୍ଥା ରଖିଛି ୟାକୁ ବହୁତ ସହଜରେ ଠକେଇ ହେବ। ଏଣୁ ସେ ସାଧୁବେଶଧାରୀ ବାବା ହୋଇ ଚାଲିଲା ରାଜକୁମାରୀ ପାଖକୁ।

ରାଜକୁମାରୀ ବୈରାଗ୍ୟବତୀ ସାଧୁବାବା ଙ୍କୁ ଦେଖି ପ୍ରଣାମ କଲେ ଓ କହିଲେ ” ସାଧୁମହାରାଜ ଆପଣ ଜଳ ପିଇବେ?

ସାଧୁବେଶଧାରୀ ଚୋର ଟି କହିଲା ନିଶ୍ଚୟ ପିଇବି।

ତେଣୁ ରାଜକୁମାରୀ ଜଳ ଆଣି ପିଇବାକୁ ଦେବାକୁ ଉଦ୍ୟତ ହୁଅନ୍ତେ ସାଧୁ ବାବା କହିଲେ ” ରୁହ ବାଳିକେ ,, ତମେ ଏଥି ପୂର୍ବରୁ କେଉଁଠି ଦୀକ୍ଷା ନେଇଛ?

ରାଜକୁମାରୀ ବୈରାଗ୍ୟବତୀ କହିଲେ ” ନା ମହାରାଜ ମୁଁ ଏପର୍ଯ୍ୟନ୍ତ କାହା ପାଖରୁ ଦୀକ୍ଷା ଗ୍ରହଣ କରି ନାହିଁ”।

ସାଧୁବେଶଧାରୀ ଚୋର କହିଲା ” ତା ହେଲେ ମୁଁ ତୁମ ହାତରୁ ଜଳ ଗ୍ରହଣ କରିବି ନାହିଁ କାହିଁକି ନା ମୁଁ କୌଣସି ଦୀକ୍ଷା ନ ନେଇଥିବା ନାରୀଙ୍କ ଠାରୁ ଜଳ ଗ୍ରହଣ କରେ ନାହିଁ”।

ଏହା କହି ସାଧୁମହାରାଜ ଫେରିଯିବାକୁ ଉଦ୍ୟତ ହୁଅନ୍ତେ ରାଜକୁମାରୀ କହିଲେ ” ରୁହନ୍ତୁ ମହାରାଜ, ଆପଣ ମୋତେ ଦୀକ୍ଷା ଦେଇ ଦିଅନ୍ତୁ ଓ ମୋ ଠାରୁ ଜଳ ଗ୍ରହଣ କରନ୍ତୁ”।

ଏହାଶୁଣି ସାଧୁବେଶଧାରୀ ଚୋରଟି କହିଲା ” ଦୀକ୍ଷା ଏଠି ସେଠି ଦିଆ ଯାଏନି, ଦୀକ୍ଷା ନେବାକୁ ହେଲେ ଘୋର ଜଙ୍ଗଲ କୁ ଯିବାକୁ ପଡ଼ିବ। ତମେ ମୋ ସହିତ ଯିବାକୁ ରାଜି ?

ରାଜକୁମାରୀ କହିଲେ ମହାରାଜ ଯଦି ମୋର ଏଥିରେ କଲ୍ୟାଣ ହେବ ତ କାହିଁକି ମୁଁ ଆପଣଙ୍କ ସହିତ ଜଙ୍ଗଲକୁ ଦୀକ୍ଷା ନେବାକୁ ନ ଯିବି !!

ସାଧୁମହାରାଜ କହିଲେ ” ଠିକ୍ ଅଛି ବାଳିକେ,ତମେ ତୁମର ସବୁ ଆଭୂଷଣ, ଅଳଙ୍କାର, ପଇସା ଯାହା ଅଛି ସବୁ ନେଇ କରି ମୋ ସହିତ ଜଙ୍ଗଲକୁ ଆସ”।

ସାଧୁମହାରାଜ ସହିତ ରାଜକୁମାରୀ ଜଙ୍ଗଲକୁ ଚାଲିଲେ, ଜଙ୍ଗଲରେ ସାଧୁବେଶଧାରୀ ଚୋର ଟି ରାଜକୁମାରୀଙ୍କୁ ଏକ ଗଛରେ ରସିରେ ବାନ୍ଧି ଦେଇ କହିଲେ – “ଏ ହେଉଛି ଗୁରୁଙ୍କ ବନ୍ଧନ,ମୁଁ ଯାଉଛି ସାତ ଦିନପରେ ଫେରିବି,ଏ ବନ୍ଧନକୁ ତୁ କେବେ ବି ଫିଟାଇବୁ ନାହିଁ ।

ଏହା କହି ଚୋରଟି ସବୁ ଆଭୂଷଣ, ଗହଣା, ପଇସା ନେଇ ଚାଲିଗଲା। ଆଉ ସେ ଚୋର କାହିଁକି ବା ଫେରିବ !
ଏପଟେ ରାଜ୍ୟରେ ରାଜା ଝିଅ ନ ଫେରିବାରୁ ଲୋକ ପଠାଇ ଖୋଜା ଖୋଜି କଲେ କିନ୍ତୁ ରାଜକୁମାରୀଙ୍କୁ କେହି ପାଇଲେ ନାହିଁ ।

ରାଜା ନିଜେ ଚାଲିଲେ ଜଙ୍ଗଲ ଆଡେ, ଜଙ୍ଗଲଭିତରକୁ ଯାଆନ୍ତେ ରାଜକୁମାରୀଙ୍କୁ ଦେଖି ପାରିଲେ ଓ ତା ପାଖରେ ପହଞ୍ଚିଗଲେ ଓ ଗଛରେ ବନ୍ଧା ହୋଇ ଥିବାର ଦେଖି ରାଜା ପଚାରିଲେ କେଉଁ ଦୃଷ୍ଟ ତୋତେ ଗଛରେ ବାନ୍ଧିଛି କହ ମୋତେ ?

ନା ପିତାମହାରାଜ ମୋତେ ମୋ ଗୁରୁ ବାନ୍ଧିଛନ୍ତି ।

ଆ ମୁଁ ତୋତେ ବନ୍ଧନରୁ ମୁକ୍ତ କରି ଦେଉଛି। କୌଣସି ଗୁରୁ ଏପରି କାର୍ଯ୍ୟ କରି ପାରେନି। ରାଜା କହିଲେ।

ନା ପିତା ଜି ଆପଣଙ୍କୁ ପ୍ରଣାମ। ଏ ହେଉଛି ଗୁରୁଙ୍କ ବନ୍ଧନ, ଏ ବନ୍ଧନ କୁ ନା ଆପଣ ନା ମୁଁ କେହି ହେଲେବି ଖୋଲି ପାରିବେ ନାହିଁ। କେବଳ ଗୁରୁ ହିଁ ଖୋଲିପାରିବେ। ରାଜକୁମାରୀ କହିଲେ।

ରାଜା ଫେରି ଗଲେ। ତିନି ଦିନ ଏଥିମଧ୍ୟରେ ଅତିକ୍ରାନ୍ତ ହୋଇ ଗଲାଣି, ଭକ୍ତଙ୍କ ପ୍ରତି ଆଘାତ ଲାଗିଲେ ଭଗବାନଙ୍କ ଆସନ ହଲି ବାକୁ ଲାଗେ ।

ଏପଟେ ବୈକୁଣ୍ଠ ପୁରରେ ବିଷ୍ଣୁ ଙ୍କ ସିଂହାସନ ହଲି ବାକୁ ଲାଗିଲା। ନାରଦ ଙ୍କୁ କହିଲେ ଯାଇ ଦେଖ ତ ନାରଦ କଅଣ ଅସୁଭିଧା ଅଛି ମର୍ତ୍ତ୍ୟରେ।

ନାରାୟଣ ନାରାୟଣ କହି ଦେବର୍ଷି ନାରଦ ଯାଇ ପହଁଚି ଗଲେ ରାଜକୁମାରୀ ବୈରାଗ୍ୟବତୀଙ୍କ ପାଖରେ ଓ କହିଲେ ବେଟି ମୋତେ ତୁ ଚିହ୍ନି ପାରୁଛୁ ?

ଆପଣଙ୍କୁ ପ୍ରାଣାମ, ଆପଣ ହେଉଛନ୍ତି ଦେବର୍ଷି ନାରଦ, ମୋ ଭଗବାନ ଙ୍କ ପ୍ରିୟ ଭକ୍ତ।

ରାଜକୁମାରୀ କହିଲେ। ଆ ବେଟି ମୁଁ ତୋତେ ଏ ବନ୍ଧନ ରୁ ମୁକ୍ତ କରିଦିଏ। ନାରଦ କହିଲେ।

ନା ଦେବର୍ଷି ନାରଦ,ଏ ହେଉଛି ଗୁରୁଙ୍କ ବନ୍ଧନ ଏକୁ ଆପଣ ଖୋଲି ପାରିବେ ନାହିଁ, ରାଜକୁମାରୀ କହିଲେ।

ଏ ଗୁରୁ ନୁହେଁ ଜଣେ ମହା ଠକ, ଚୋର । ନାରଦ କହିଲେ।

ନା ଦେବର୍ଷି ନାରଦ ସେ ପରି କୁହନ୍ତୁ ନାହିଁ, ହେଇ ଦେଖନ୍ତୁ ମୋ ଗୁରୁଙ୍କ ମହିମା , ମୋ ଗୁରୁ ମୋତେ ବାନ୍ଧି ନ ଥିଲେ ଆପଣଙ୍କ ଦର୍ଶନ ମିଳି ନଥାନ୍ତା।

ଏତକ ଶୁଣି ନାରଦ ପରାଜିତ ହୋଇ ଚାଲିଲେ ସିଧା ନାରାୟଣଙ୍କ ପାଖକୁ ଓ ସବୁ ବୃତାନ୍ତ କହିଗଲେ ଓ ବିଷ୍ଣୁ ଙ୍କୁ କହିଲେ ଚାଲନ୍ତୁ ଏବେ ଆପଣ ସେଠାକୁ।

ଭଗବାନ ଚାଲିଲେ ରାଜକୁମାରୀଙ୍କ ପାଖକୁ ନାରଦ ସହିତ ସ୍ମିତ ସ୍ମିତ ହସ ବଦନରେ।

ଆ ବେଟି ମୁଁ ତୋତେ ଏ ବନ୍ଧନ ରୁ ମୁକ୍ତ କରିଦେବି । ସବୁ ପୂଜା, ଅର୍ଚନା, ଭକ୍ତି ତ ମୋରି ପାଖରେ ଶେଷ ହୋଇ ଥାଏ। ବିଷ୍ଣୁ କହିଲେ।

ଆପଣ ଭଗବାନ ବିଷ୍ଣୁ ଅଟନ୍ତି। ମୁଁ ଆପଣଙ୍କୁ କୋଟି କୋଟି ପ୍ରଣାମ କରୁଛି। ମୋ ଗୁରୁଜୀ ମୋତେ ବାନ୍ଧି ନଥିଲେ ଆପଣଙ୍କ ଦର୍ଶନ ଏ ଜନ୍ମ ରେ କଅଣ ସାତ ଜନ୍ମରେ ବି ମିଳି ନଥାଅନ୍ତା। ମୋ ଗୁରୁଜୀ ଙ୍କ ମହିମାରୁ ଆପଣଙ୍କ ଦର୍ଶନ ହୋଇ ଗଲା। ଆପଣ ଏ ବନ୍ଧନ ଖୋଲି ପାରିବେନି ମୋ ଗୁରୁଜୀ ଆସିବେ ନିଜେ ମୋତେ ଏ ବନ୍ଧନରୁ ମୁକ୍ତ କରିବେ। ରାଜକୁମାରୀ କହିଲେ।

ଯାଅ ନାରଦ ଗୁରୁଜୀଙ୍କୁ ଖୋଜି ଆଣ । ନାରାୟଣ ନାରାୟଣ ମୁଁ କେଉଁଠି ଗୁରୁଜୀ ଙ୍କୁ ପାଇବି ? ନାରଦ କହିଲେ।

ଦେଖ କେଉଁଠି ଚୋରି ଚୁରା କରୁଥିବ। ବିଷ୍ଣୁ କହିଲେ।

ନାରଦ ଚାଲିଲେ ଗୁରୁଙ୍କୁ ଖୋଜିବାକୁ। ଦୈବାତ୍ ଚୋର ଟି ଜଣଙ୍କ ଘରେ ଚୋରିକରିବାକୁ ଯୋଜନା କରୁଥିବା ବେଳେ ନାରଦଙ୍କ ଭେଟ ହୋଇ ଗଲା।

ନାରାୟଣ ନାରାୟଣ, ଚାଲନ୍ତୁ ଗୁରୁଜୀ ଭଗବାନ ଡାକୁଛନ୍ତି।

” ସାରା ଜୀବନ ପାପ କରିଛି,, ଚୋରି କରିଛି ମୋତେ ପୁଣି ଭଗବାନ ଡାକୁଛନ୍ତି ???? ଚୋର କହିଲା।

ଯେଉଁଠି ଶିଷ୍ୟ|କୁ ବାନ୍ଧି କରି ଆସିଛ ଭଗବାନ ସେଠି ଠିଆ ହୋଇ ଛନ୍ତି , ଚାଲ ଶିଷ୍ୟ|କୁ ମୁକ୍ତ କର।

ଚୋରଟି ମଥାକୁ ତଳକୁ କରି ଆସି ଭଗବାନଙ୍କୁ ପ୍ରଣାମ କଲା

ଭଗବାନ କହିଲେ “ଗୁରୁଦେବ ଯାଅ ଏବେ ଶିଷ୍ୟାକୁ ବନ୍ଧନରୁ ମୁକ୍ତି କର।

ଚୋରଟି ସରମେ ସରମେ ଯାଇ ରାଜକୁମାରୀଙ୍କ ବନ୍ଧନ ଖୋଲି ଦେଲା।

ବନ୍ଧନ ଖୋଲିଯିବା ଦ୍ୱାରା ବୈରାଗ୍ୟବତୀ ହାତ ଯୋଡ଼ି ଦେଲେ ।
କାହା ଆଡ଼କୁ ?
ଭଗବାନ ଙ୍କ ଆଡ଼କୁ ??

ନା, ଗୁରୁଦେବଙ୍କ ଆଡ଼କୁ ହାତ ଯୋଡି ଦେଲେ ଓ କହିଲେ –
ଗୁରୁ, ଗୋବିନ୍ଦ ଦୋ ହି ଖଡେ
କା କେ ଲାଗୁ ପାଓ
ବଲିହାରି ଗୁରୁ ଆପନେ
ଗୋବିନ୍ଦ୍ ଦିଓ ମିଲାଏ

ତେଣୁ ବନ୍ଧୁଗଣ ଭଗବାନଙ୍କ ଦର୍ଶନ କେମିତି ହୁଏ ଆସ୍ଥା ଦ୍ୱାରା। ଯଦି ଗୁରୁଙ୍କ ପ୍ରତି ଠିକ୍ ଆସ୍ଥା ଥିବ ଗୁରୁ କିପରି ବି ହୁଅନ୍ତୁ ଗୁରୁ ହିଁ ଅଟନ୍ତି ।

ଗୁରୁଦେବଙ୍କ ପ୍ରତି ସଚ୍ଚୋଟ ଆସ୍ଥାରେ ଭଗବାନଙ୍କ ଦର୍ଶନ ପ୍ରାପ୍ତି ହୋଇ ଥାଏ ଓ ଜୀବନ ଧନ୍ୟ ହୋଇ ଯାଇ ଥାଏ।
ତେଣୁ ଗୁରୁଙ୍କ ହାତ ଧରିବା ନାହିଁ, ତାଙ୍କୁ ଆମ ହାତ ଧରେଇ ଦେବା।
ଏହି କଥାରେ ମୋର ଆଉ ଗୋଟେ କାହାଣୀ ମନେ ପଡୁଛି,

ଏକ ନଦୀ ପାର ହେଉଥିଲେ ବାପ ଝିଅ। ନଦୀ ଟି ବହୁତ ଭରା ଓ ଖରସ୍ରୋତା ଥିଲା। ବାପ ଟି ଝିଅ କୁ କହିଲା ବେଟି ତୁ ମୋ ହାତ ଧରେ, ଯେମିତି କି ପାଣିରେ ଭାସି ନ ଯାଉ ।

ଝିଅ ଟି ହସି ହସି କହିଲା ” ବାପା ଆପଣ ମୋ ହାତ ଧରି ନିଅନ୍ତୁ”।

ବାପ ଟି କହିଲା ” କଅଣ ଫରକ ପଡିବ, ତୁ ମୋ ହାତ ଧରେ କିମ୍ବା ମୁଁ ତୋ ହାତ ଧରେ ।

ଝିଅ ଟି କହିଲା ” ଫରକ ପଡିବ ବାପା,
ମୁଁ ଆପଣଙ୍କ ହାତ ଧରି ନେଲି ଓ ନଦୀର ସ୍ରୋତ ପ୍ରଖର ହେଲା ତ ପୁରା ସମ୍ଭାବନା ଅଛି ମୁଁ ଆପଣଙ୍କ ହାତ ଛାଡି ଦେବାର,
କିନ୍ତୁ ଆପଣ ମୋ ହାତ ଧରିଥିଲେ ନଦୀର ସ୍ରୋତ ଯେତେ ପ୍ରଖର ହେଲେବି ଆପଣ ମୋ ହାତକୁ କେବେ ଛାଡିବେ ନାହିଁ”।

ତେଣୁ ଗୁରୁଜନଙ୍କ ହାତ ଧରିବା ନାହିଁ, ଆମ ହାତକୁ ତାଙ୍କୁ ଧରାଇ ଦେବା।
simple philosophy.

# ଯାଜପୁରଟାଉନ, ଓଡ଼ିଶା
( ଏବେ଼ ୟେମେନରେ କାର୍ଯ୍ୟରତ )

1 COMMENT

  1. ଶାସ୍ତ୍ର କହେ :-

    ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର
    ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମେଇ ଗୁରବେ ନମଃ..

    ଅର୍ଥାତ ଗୁରୁ ହିଁ ଶ୍ରେଷ୍ଠ ଓ ପୂଜ୍ୟ…

LEAVE A REPLY

Please enter your comment!
Please enter your name here