Home ସବୁ ଖବର ୨୪ ଘଣ୍ଟା ୨୪ ଖବର

୨୪ ଘଣ୍ଟା ୨୪ ଖବର

25
0

୨୦ ଅଗଷ୍ଟ ୨୦୨୦ ବର୍ଷର ୨୩୩ତମ ଦିବସ, ୩୪ତମ ଗୁରୁବାର

୧) ରାସାୟନିକ ସାରର ଆବଶ୍ୟକତା, ସୁଷମ ବଣ୍ଟନ ଓ ବ୍ୟବହାରକୁ ନେଇ ସରକାରଙ୍କ ତନାଘନା, ୧୨୨୦ ଜଣ ସାର ବିକ୍ରେତାଙ୍କୁ ବିଭିନ୍ନ ଅନିୟମିତତା ପାଇଁ କାରଣ ଦର୍ଶାଅ ନୋଟିସ

୨) ନୁଆଁଖାଇ ପାଇଁ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ : ୨୩ରେ ପାଳନ ହେବ ନୁଆଁଖାଇ

୩) ରାମ ମାଧବ, ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ମଣିପୁର କଂଗ୍ରେସର ୫ ପୂର୍ବତନ ବିଧାୟକ, ଥମିବା ନାଁ ଧରୁନି ନେତା ଚଳନ ଧାରା, ଆଜି ରାନିପାଲ୍ କାଲି ଟିନୋପାଲ୍, ନା ନୀତି ନାଁ ଆଦର୍ଶ,

୪) ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ ମନୋନିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର “ଆଜାଦ”

୫) କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଜମ୍ମୁ-କଶ୍ମୀରରୁ ପ୍ରତ୍ୟାହାର ହେବେ ୧୦ ହଜାର ସୁରକ୍ଷାକର୍ମୀ

୬) ବଢିଲା ହୋମଗାର୍ଡଙ୍କ ଭତ୍ତା, ୫୩୩ଟଙ୍କାକୁ ବୃଦ୍ଧି ସହ ପିଛିଲା ଭାବେ ଜାନୁଆରୀ ୨୦୨୦ରୁ ଲାଗୁ ପାଇଁ ନିର୍ଦ୍ଦେଶ

୭) Covid-19 ଯୋଗୁ ରୋଜଗାର ହରାଇଛନ୍ତି ୪୧ଲକ୍ଷ ଯୁବ ଭାରତୀୟ: ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ILO), ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ADB) ଯୁଗ୍ମ ରିପୋର୍ଟ

୮) କାରୋନା: ଦେଶରେ ପ୍ରତି ମିନିଟରେ ସାମ୍ନାକୁ ଆସୁଛି ୪୫ ପଜିଟିଭ ମାମଲା, ପ୍ରତି ଘଣ୍ଟାରେ ୪୬ ଜଣଙ୍କ ମୃତ୍ୟୁ

୯) ଅଦାଲତ ଅବମାନନା ମାମଲା : ଦଣ୍ଡବିଧାନକୁ କିଛିଦିନ ପାଇଁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ପ୍ରଶାନ୍ତ ଭୂଷଣଙ୍କ ଆବେଦନ

୧୦) ମହଙ୍ଗା ହେବ ସିଗାରେଟ, ପାନ ମସଲା, ମୃଦୁ ପାନୀୟ

୧୧) ଏଣିକି ବ୍ୟାଙ୍କ ଓ କେନ୍ଦ୍ରୀୟ ଚାକିରି ପାଇଁ ଗୋଟିଏ ପରୀକ୍ଷା

୧୨) ବିପଦ ଟଳିଲା : ଭାରତ ମହାସାଗର ଉପର ଦେଇ ଅତିକ୍ରମ କଲା କ୍ଷୁଦ୍ର ଗ୍ରହ

୧୩) ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଅଗଷ୍ଟ ୨୪ ତାରିଖ ସୁଦ୍ଧା ଅନ୍ୟ ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା। ପ୍ରଭାବରେ ଅଗଷ୍ଟ ୨୩ ରୁ ୨୬ ତାରିଖ ମଧ୍ୟରେ ମହାନଦୀର ଲୋୟର୍ ଓ ଅପର କ୍ୟାଚ୍ମେଂଟ ତଥା ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଏବଂ ବ୍ରାହ୍ମଣୀ ନଦୀର କ୍ୟାଚମେଣ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା

୧୪) କେନ୍ଦ୍ରର ବଡ ନିଷ୍ପତ୍ତି: ବର୍ତ୍ତମାନ ସରକାରୀ ଚାକିରି ପାଇଁ ହେବ ଏକ ସ୍ୱତନ୍ତ୍ର ପରୀକ୍ଷା (CET), ଜାତୀୟ ନିଯୁକ୍ତି ଏଜେନ୍ସି (NRA)ପରୀକ୍ଷା କରିବ।

୧୫) ଗଞ୍ଜାମରେ କରୋନା ଆରୋଗ୍ୟଙ୍କ ପୁଣି ଥରେ ହେବ ସ୍ୱାସ୍ଥ୍ୟ ପରୀକ୍ଷା

୧୬) ଦେଶରେ ପ୍ରଥମ ଥର କରୋନା ରୋଗୀଙ୍କର ହେଲା ପୋଷ୍ଟମର୍ଟମ, ରିସର୍ଚ୍ଚରୁ ମିଳିପାରିବ ଗୁରୁତ୍ବପୂର୍ଣ୍ଣ ତଥ୍ୟ

୧୭) କୋଭିଡ଼ ହସ୍ପିଟାଲ ବୁଲି ତଦାରଖ କରିବେ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍

୧୮) କଥା ଶିଳ୍ପୀ ମନୋଜ ଦାସ ଓ ଅନ୍ୟ ୫ଜଣଙ୍କୁ ‘ରୁଚି ସମ୍ମାନ’, ୨୦ରେ ଭର୍ଚୁଆଲ୍‌ ଉତ୍ସବ

୧୯) ୭ ବର୍ଷୀୟା ଓଡିଆ କୁନି ଝିଅଙ୍କ କବିତା ଇଂଲଣ୍ଡରେ ପ୍ରକାଶିତ, ବ୍ରିଟିଶ୍ ଲାଇବ୍ରେରୀରେ ରହିବାକୁ ହେଲା ଯୋଗ୍ୟ ବିବେଚିତ

୨୦) ୨୫ ଯାଏଁ ଯାଜପୁର ବିରଜା ମନ୍ଦିର ଚତୁଃପାର୍ଶ୍ଵରେ ଲାଗିଲା ୧୪୪ ଧାରା

୨୧) ୨୭ରେ ଜିଏସ୍‌ଟି ପରିଷଦ ବୈଠକ, ରାଜ୍ୟ ରାଜସ୍ଵ କ୍ଷତି ଉପରେ ହେବ ଆଲୋଚନା

୨୨) ନୀତିଶକୁମାରଙ୍କ ସହ ହାତ ମିଳାଇଲେ ଲାଲୁ ଯାଦବଙ୍କ ସମୁଦି ଚନ୍ଦ୍ରିକା ରାୟ, ନୀତିଶଙ୍କୁ ପ୍ରଧାନମନ୍ତ୍ରୀ କରେଇବା ଚନ୍ଦ୍ରିକାଙ୍କର ସୁପ୍ତ ଇଚ୍ଛା

୨୩) କରୋନା ମହାମାରୀ ପ୍ରଭାବ; ବିଶ୍ବ ବ୍ୟାଙ୍କ ଆକଳନ ଚଳିତ ଆର୍ଥିକବର୍ଷରେ ଅଭିବୃଦ୍ଧି ୩.୨% ଖସିବ

୨୪) କରୋନା ଆକ୍ରାନ୍ତଙ୍କ ଲାଗି ଭୁବନେଶ୍ୱରରେ ଦେୟଯୁକ୍ତ ଆଇସୋଲେସନ୍‌ ବ୍ୟବସ୍ଥା: ବିଏମ୍‌ସି

LEAVE A REPLY

Please enter your comment!
Please enter your name here