Home ସବୁ ଖବର ୨୪ ଘଣ୍ଟାର ୨୪ ଖବର

୨୪ ଘଣ୍ଟାର ୨୪ ଖବର

64
0

ଆଜି ୧୮ ଅଗଷ୍ଟ ୨୦୨୦ ବର୍ଷର ୨୩୧ତମ ଦିବସ, ୩୩ତମ ମଙ୍ଗଳବାର, ଭାଦ୍ରବ ମାସ, ଚତୁର୍ଦ୍ଦଶୂ ତିଥି |

୧. କରୋନା : ସୁସ୍ଥତା ହାର ୭୨.୫୧ , ସୁସ୍ଥତା ହାରକୁ ଶତ ପ୍ରତିଶତ କରିବା ଲକ୍ଷ୍ୟରେ ସରକାର, ଶୀଘ୍ର ଚିହ୍ନଟ – ଶୀଘ୍ର ଚିକିତ୍ସା ଲକ୍ଷ୍ୟରେ ସରକାର ବ୍ୟାପକ କଲେ ନମୁନା ପରୀକ୍ଷା; ଆଜି ୨୨୪୪ ଆକ୍ରାନ୍ତ ଚିହ୍ନଟ, ୧୫୦୩ ସୁସ୍ଥ

୨) ବୁଧବାର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ , ୩୧ ପୂର୍ବରୁ ପ୍ରକାଶ ପାଇବ କଳା ଫଳାଫଳ

୩) ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଉପଲବ୍ଧ ହେଲା ଓଡ଼ିଆ ଭାଷା

୪) ଭାରତୀୟ ରେଳ ବିଭାଗ ଦ୍ଵାରା ଦୀର୍ଘ ୪ ହଜାର କିଲୋମିଟର ସ୍ଵତନ୍ତ୍ର ମାଲବାହୀ ରେଳଟ୍ରାକ୍ ନିର୍ମାଣ କରାଯିବ। ଏହା ଓଡ଼ିଶା ଓ ଆନ୍ଧ୍ରର ବିଭିନ୍ନ ବନ୍ଦରକୁ ଦେଶର ପ୍ରମୁଖ ଶିଳ୍ପାଞ୍ଚଳ ସହ ଯୋଡ଼ିବ

୫) କଶ୍ମୀର : ସୁରକ୍ଷା ବାହିନୀ ଗୁଳିରେ ଲସ୍କରର ବରିଷ୍ଠ କମାଣ୍ଡର ସଜ୍ଜାଦ ନିହତ

୬) ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଡ ଧରଣର ବନ୍ୟା ଆଶଙ୍କା , କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲା ଜଳମୟ, ହୀରାକୁଦରେ ଖୋଲିଲା ୨୦ଟି ଗେଟ୍; ୨୨ ତାରିଖରେ ବ୍ରାହ୍ମଣୀରେ ଆସିପିରେ ପ୍ରଳୟଙ୍କରୀ ବନ୍ୟା

୭) ୧୯ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ; ୨୨ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

୮) ଉତ୍ତରକୋରିଆରେ ଖାଦ୍ୟ ସଙ୍କଟ: ଦେଶର ସବୁ କୁକୁରଙ୍କୁ ହତ୍ୟା ଲାଗି କିମ୍ ଜଙ୍ଗଙ୍କ ନିର୍ଦେଶ

୯) ଝଲସିବ ଏକାମ୍ର କ୍ଷେତ୍ର, ୨ ଲକ୍ଷ ଭକ୍ତ ଏକାଠି ଦେଖିପାରିବେ ପ୍ରଭୁ ଲିଙ୍ଗରାଜଙ୍କ ଶିବରାତ୍ରି, ଏକ ବର୍ଷରେ ସରିବ କାମ

୧୦) ନୂଆଖାଇ ପର୍ବ ପାଳନ ନିମନ୍ତେ ଅଗଷ୍ଟ ୨୨ ଓ ୨୩ ତାରିଖ ଦୁଇ ଦିନ ପାଇଁ ସମ୍ବଲପୁର ସଟ ଡାଉନ ନିର୍ଦ୍ଦେଶନାମା ପ୍ରତ୍ୟାହାର

୧୧) ଆମେରିକାର ଡେଥ୍ ଭ୍ୟାଲିର ତାପମାତ୍ରା, ୧୦୭ ବର୍ଷର ରେକର୍ଡ ଭାଙ୍ଗିଲା- ୧୩୪ ଡିଗ୍ରୀ ଫାରେନହାଇଟ ରେକର୍ଡ: ରଏଟର୍ସ ରିପୋର୍ଟ

୧୨) ବ୍ୟାଙ୍କଗୁଡିକର ଗୃହ ଋଣ ପୁନର୍ଗଠନ ଯୋଜନା, ଇଏମ୍‌ଆଇ ପଇଠ ଉପରେ ଗ୍ରାହକଙ୍କୁ ମିଳିପାରେ ଅଧିକ ମହଲତ

୧୩) ମହାରାଷ୍ଟ୍ର ପାଲଘରସ୍ଥିତ ରସାୟନ କାରଖାନାରେ ଭୀଷଣ ବିସ୍ଫୋରଣ, କମ୍ପିଲା ୧୦ କିଲୋମିଟର ଅଞ୍ଚଳ

୧୪) ଜି ଏସ ଟି ଠକେଇ ମାମଲାରେ ମଧୁମିତା ଷ୍ଟିଲ କମ୍ପାନୀ ନିର୍ଦେଶକ କାଶ୍ମୀର ଅଗ୍ରୱାଲ ଗିରଫ, ୭୧୨ କୋଟି ଟଙ୍କାର ନକଲି ବିଲ୍ କରି ୧୨୯ କୋଟି ଟଙ୍କାର ଇନପୁଟ୍ କ୍ରେଡିଟ୍ ହାତେଇଥିବା ଅଭିଯୋଗ

୧୫) ପୁରୁଣା ସୁନା ଗହଣା ବିକ୍ରି ଉପରେ ଏଣିକି ଲାଗିବା ଜିଏସଟି

୧୬) କାରୋନା ଭୂତାଣୁଠାରୁ ୧୦ ଗୁଣ ଅଧିକ ବେଗରେ ସଂକ୍ରମିତ ହେଉଥିବା ଆଉ ଏକ ଭୂତାଣୁ ମାଲେସିଆରେ ଠାବ , ଜୈବ ଦୁର୍ବିପାକ ଆଗରେ ଅସହାୟ ମୁଦ୍ରାରେ ଛିଡା ହୋଇଛି ମାନବ ସଭ୍ୟତା

୧୭) ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ୫ଟି ପ୍ରମୁଖ ସହରରେ “ନଗର ବନ ଯୋଜନା”ରେ ୧୩ କୋଟି ୮୪ ଲକ୍ଷ ଟଙ୍କା ବିନିଯୋଗରେ ହେବ ବ୍ୟାପକ ବନୀକରଣ

୧୮) ଯେତେ ଦିନ ଚାହିଁବେ ଚେନ୍ନାଇ ସୁପରକିଙ୍ଗ୍ ପାଇଁ ଖେଳିପାରିବେ ଧୋନୀ, ଭାବ ବିହ୍ୱଳ ହୋଇ କହିଲେ ଚେନାଇ ସୁପର କିଙ୍ଗ ସି ଇ ଓ, ଧୋନୀ ଚେନ୍ନାଇ ସୁପର କିଙ୍ଗକୁ ତିନିଥର ଆଇ ପି ଏଲ୍ ଚମ୍ପିୟନ କରାଇଛନ୍ତି

୧୯) ୧୫ ଦିନ ମଧ୍ୟରେ ‘ପ୍ରୋଜେକ୍ଟ ଡ଼ଲଫିନ୍: ନଦୀ ଓ ସମୁଦ୍ରରେ ଡଲ୍‌ଫିନ ସଂରକ୍ଷଣ ଏବଂ ସୁରକ୍ଷା ଯୋଜନା

୨୦) ୧୦୦୦ କୋଟି ହାୱାଲା କାରବାର ଅଭିଯୋଗରେ ଚୀନ ନାଗରିକ ଲୁଓ ସାଙ୍ଗ୍ ଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦେଶାଳୟର ମାମଲା ରୁଜୁ

୨୧) ଗଞ୍ଜାମ ଜିଲ୍ଲାର ଭେଙ୍କଟାୟପୁର ଗ୍ରାମ ଓ ଜଗତ୍ସିଂହପୁର ଜିଲ୍ଲା ଏରସମା ବ୍ଲକର ନୋଳିଆସାହି ଗ୍ରାମକୁ ସୁନାମି ମୁକାବିଲା ପାଇଁ ୟୁନେସ୍କୋ ପକ୍ଷରୁ ମାନ୍ୟତା

୨୨) ଜେଇଇ ମେନ୍‍ ଆଡମିଟ୍‍ କାର୍ଡ ଡାଉନ୍‌ଲୋଡ୍‌ ପାଇଁ ଏନ୍‌ଟିଏର ବିଜ୍ଞପ୍ତି ପ୍ରକାଶ

୨୩) ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ହେଲ୍‌ଥ ଏଣ୍ଡ ନ୍ୟୁଟ୍ରିସନ ପୋର୍ଟାଲ ‘ସ୍ୱାସ୍ଥ୍ୟ’ ଉଦ୍‌ଘାଟିତ – ଉନ୍ମୋଚିତ ହେଲା ନ୍ୟାସନାଲ ଓଭରସିଜ୍‌ ଓ ଟ୍ରାଇବାଲ ଫେଲୋସିପ୍‌ ପୋର୍ଟାଲ

୨୪) ଲୋ-ନିନା ପ୍ରଭାବ: ସେପ୍ଟେମ୍ବରରେ ପ୍ରବଳ ବର୍ଷା ସମ୍ଭାବନା।

LEAVE A REPLY

Please enter your comment!
Please enter your name here