Home ସବୁ ଖବର ୨୪ ଘଣ୍ଟା ୨୪ ଖବର

୨୪ ଘଣ୍ଟା ୨୪ ଖବର

81
0
  • ୨୪ ଘଣ୍ଟା ୨୪ ଖବର *
    ୧୭।୦୮।୨୦୨୦, ସୋମବାର

୧) ୧୭ ଅଗଷ୍ଟ ୨୦୨୦ ବର୍ଷର ୩୩ତମ ସୋମବାର

୨) କୋରପୁଟ, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ମୟୁରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ୟେଲୋ ଓ୍ଵାର୍ଣ୍ଣିଂ ଜାରି। ୧୯ରେ ଆଉ ଏକ ଲଘୁଚାପ।

୩) ୬୦ ହଜାର ଟପିଲା ରାଜ୍ୟର କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ରାଜ୍ୟରୁ ସର୍ବାଧିକ ୨୯୨୪ ପଜିଟିଭ୍ ଚିହ୍ନଟ।

୪) କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ ନିଜେ କରୋନା ପୀଡ଼ିତ।

୫) ଆଗାମୀ ୫ ବର୍ଷରେ ଏମଏସଏମଇ କ୍ଷେତ୍ର ୫ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ।

୬) ଭାରତମାଳା ଯୋଜନାରେ ଓଡିଶାରେ ପୁରୀର ସାତପଡାଠାରୁ ବାଲେଶ୍ୱର ଦୀଘା ପର୍ଯ୍ୟନ୍ତ ନିର୍ମାଣ ହେବାକୁଥିବା ଜାତୀୟ ରାଜମାର୍ଗ ଯୋଜନାକୁ ଜୈବବିବିଧତା ପ୍ରଭାବିତ ହେବା ଆଳ ଦେଖାଇ କେନ୍ଦ୍ର ପର୍ଯ୍ୟାବରଣ କମିଟିର ନା, ଓଡିଶାବାସୀଙ୍କ ଆଶାରେ ଧୂଳି

୭) ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ଓଡ଼ିଶାରୁ ତାରା ଓ ବବି ସ୍ଥାନ ପାଇଛନ୍ତି।

୮) ଦେଶର ୧୦୯ ରୁଟ୍ ରେ ଘରୋଇ କମ୍ପାନୀ ଚଳାଇବେ ରେଳ , ସେମାନେ ସ୍ଥିର କରିବେ ରହଣି ସ୍ଥଳ, ମନକୁ ମନ ଅକାମି ହୋଇଯିବ ଚାକିରୀରେ ସଂରକ୍ଷଣ ବ୍ୟବସ୍ଥା

୯) ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କୋଲ ଗ୍ରାମର ପଣ୍ଡାସାହିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୮ ବଖରା ଘର ପୋଡ଼ି ପାଉଁଶ, ତୈଳକମ୍ପାନୀ ମାନେ ଏଭଳି ଦୁର୍ଘଟଣା ପାଇଁ ନେଉ ନାହାନ୍ତି ଉତ୍ତର ଦାୟିତ୍ୱ, ଠିକ୍ ଠିକ୍ ଯାଞ୍ଚ ହେଉନି ସିଲିଣ୍ଡରର ଗୁଣମାନ

୧୦) ସେପ୍ଟେମ୍ବର ୩୦ ପୂର୍ବରୁ ଓଡ଼ିଶା ବିଧାନସଭା ଅଧିବେଶନ: ସୂର୍ଯ୍ୟ ନାରାୟଣ ପାତ୍ର

୧୧) ଫେସବୁକ ଓ ହ୍ଵାଟ୍ସଆପକୁ ବିଜେପି-ଆରଏସଏସ ନିୟନ୍ତ୍ରଣ କରନ୍ତି: ରାହୁଲ ଗାନ୍ଧୀଙ୍କ ଅଭିଯୋଗ

୧୨) କାରୋନା ପାଇଁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ପ୍ରଥମ କରି ଲାଗୁ ହେବ ଅନେକ କଟକଣା

୧୩) ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ନିକଟରେ ଚଳନ୍ତା ଟ୍ରକରେ ନିଆଁ ଲାଗି ବିସ୍କୁଟ ବୋଝେଇ ଟ୍ରକ ଜଳିଗଲା

୧୪) ସୁଧୁରୁଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ଵାସ୍ଥ୍ୟାବସ୍ଥା

୧୫) ଭୁବନେଶ୍ଵର: ତାଲାବନ୍ଦରେ ଖୁଲମ୍‌ଖୁଲା ବିକ୍ରି, ସିଲ ହେଲା ହୋଟେଲ ଉତ୍କଳ ଇନ୍‌

୧୬) ଖୋର୍ଦ୍ଧା ଜିଲା ବେଗୁନିଆ ଥାନା କଣ୍ଟାବାଡ଼ ଗ୍ରାମରେ ବାଣ ବିସ୍ଫୋରଣ ଘଟି ଭୁଶୁଡି ପଡିଲା ଘର

୧୭) ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କ 71 ବର୍ଷ ବୟସରେ ପରଲୋକ

୧୮) ଡିସେମ୍ବର ୨୦୨୦ ପାଇଁ ଯୋଜନା କରାଯାଇଥିବା ମାନବରହିତ ମହାକାଶ ଅଭିଯାନ ‘ଗଗନଯାନ’ ଉତ୍‌କ୍ଷେପଣ ବିଳମ୍ବ ସମ୍ଭାବନା

୧୮) ରାଜଧାନୀ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ଟପିଲା , କଟକ ଜିଲ୍ଲାରେ ସୁସ୍ଥତା ହାର ୭୨ %

୧୯) ନମୂନା ପରୀକ୍ଷଣ କରିବାରେ ରାଜ୍ୟସରକାରଙ୍କ ରେକର୍ଡ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭,୮୮୭ କରୋନା ନମୂନା ପରୀକ୍ଷଣ

୨୦) ମେକ୍ ଇନ୍ ଓଡିଶାର ତୃତୀୟ ସଂସ୍କରଣ ଡ଼ିସେମ୍ବରରେ: ପ୍ରସ୍ତୁତି ଆରମ୍ଭ, ବିଶ୍ୱର ବଡ ବଡ ଶିଳ୍ପପତିଙ୍କୁ ଯୋଡିବାକୁ ପ୍ରୟାସ

୨୧) ଆରମ୍ଭ ହେଲା ଟ୍ୟାକ୍ସର ନୂଆ ପ୍ଲାଟ୍‌ଫର୍ମ, ୨୦ ହଜାର ଟଙ୍କାରୁ ଅଧିକ ଲେଣ ଦେଣ ହେଲେ ଆୟକର ବିଭାଗକୁ ମିଳିଯିବ ଖବର

୨୨) ଜାତିସଙ୍ଘ ଜଳବାୟୁ ଯୁବ ଉପଦେଷ୍ଟା ଗୋଷ୍ଠୀର ପ୍ରଥମ ବୈଠକ; ଓଡ଼ିଆ ଝିଅ ଅର୍ଚ୍ଚନାଙ୍କ ପ୍ରସ୍ତାବକୁ ମିଳିଲା ସମର୍ଥନ

୨୩) ଆରମ୍ଭ ହେବ ‘ଶିକ୍ଷା ସମ୍ପର୍କ’ ଯୋଜନା: ଗାଁ ଗାଁ ଯାଇ ପିଲାଙ୍କୁ ପାଠ ପଢ଼ାଇବେ ଶିକ୍ଷକ

୨୪) ବ୍ରିଟେନରେ ଲୋକପ୍ରିୟ ହେଉଛି ଗୋଠ ଯୋଗ,
ଗାଈ ଗୋଠରେ ଗାଈଙ୍କ ମେଳରେ ଯୋଗକଲେ ଲୋକଙ୍କ ମାନସିକ ଚାପ କମ୍ ହେଉଛି ବୋଲି ବିଶ୍ୱାସ କରୁଛନ୍ତି ଲଣ୍ଡନର କେତେକ ଯୋଗ ଶିକ୍ଷକ, ତେଣୁ ଦିନକୁ ଦିନ ଲଣ୍ଡନରେ ଲୋକ ପ୍ରିୟ ହେଉଛି କାଓ ଯୋଗ

LEAVE A REPLY

Please enter your comment!
Please enter your name here