Home କବିତା କଣ୍ଟା ବି ପୀରତି ବାଣ୍ଟେ

କଣ୍ଟା ବି ପୀରତି ବାଣ୍ଟେ

17
0

ସଂକଳ୍ପ ଟେ ଦୃଢ ହେଲେ
ପାଣିରେ ବି ଗାର ପଡେ
ବାଟ ଛାଡିଦେଇପାରେ
ଉଛୁଳା ଯମୁନା

ମଞ୍ଚ ତେଜେ କଂସାସୁର
ଇନ୍ଦ୍ର ବନ୍ଦଇ ପୟର
ଶ୍ରାରଙ୍ଗା ଚରଣେ ପ୍ରୀତି ଥିଲେ ଏତେ ସିନା !

କି ସୁନ୍ଦର ଫୁଲ ଫୁଟେ
କଣ୍ଟା ବି ପୀରତି ବାଣ୍ଟେ
ସଂକଳ୍ପ ସୁନ୍ଦର ହେଲେ
ମଧୁମୟ ହୋଇଯାଏ
ସଂସାର ଧାରା

LEAVE A REPLY

Please enter your comment!
Please enter your name here