ତାମିଲନାଡୁର ଝିଅ ଶ୍ଯାମଳା ଗୋପାଲନ୍ଂକ କନ୍ଯା କମଳା ହାରିସ୍ ଏବେ ଡେମୋକ୍ରାଟିକ୍ ପାର୍ଟି ତରଫରୁ ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ ।
କମଳାଂକ ମା’ ଶ୍ଯାମଳା ଗୋପାଳନ୍ ୧୯୩୮ ମସିହାରେ ତତ୍କାଳୀନ ମାଡ୍ରାସ ସହରରେ ଜନ୍ମଗ୍ରହଣ କରିଥିଲେ । ତାଂକ ପିତାଂକ ନାମ ଥିଲା ପି. ଭି. ଗୋପାଲନ୍ ଓ ମାତାଂକ ନାମ ରାଜମ୍ମା ।
ଶ୍ଯାମଳା ଭାରତରେ ତାଂକର କଲେଜ ପଢା ସାରି ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ଯାଳଯରୁ ପିଏଚଡି ଲାଭ କରିଥିଲେ । ସେଠାରେ ସେ ଜାମାଇକା ବଂଶୋଦ୍ଭବ ଡୋନାଲଡ ହାରିସଂକୁ ବିବାହ କରିଥିଲେ । ଡୋନାଲଡ ହାରିସ ଜଣେ ଅର୍ଥନୀତି ପ୍ରଫେସର ଥିଲେ ।
ଶ୍ଯାମଳା ଓ ହାରିସଂକର ଦୁଇଟି କନ୍ଯା ସନ୍ତାନ ଥିଲେ । କମଳା ଓ ମାୟା ।କମଳାଂକ ପିତାମାତାଂକର ବିଶ୍ୱାସ ଥିଲା ଯେ, ତାଂକ କନ୍ଯାର ନାମ ଜଣେ ଭାରତୀୟ ଦେବୀଂକ ନାମ ଅନୁସାରେ ରଖିଲେ ସେ ଭବିଷ୍ଯତରେ ଯଶସ୍ୱୀ ହେବ । ତେଣୁ ସେ ତାଂକର ବଡ ଝିଅର ନାମ ରଖିଥିଲେ କମଳାଦେବୀ ହାରିସ୍ । କମଳା ତାଂକ ଝିଅଂକ ନାମ ମଧ୍ଯ ଭାରତୀୟ ଢାଂଚାରେ ରଖିଛନ୍ତି ମୀନା ।
ଆଗାମୀ ନଭେମ୍ୱର ୩ ତାରିଖରେ ଆମେରିକାରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ସମସ୍ତଂକ ନଜର କମଳା ହାରିସ୍ଂକ ଉପରେ ରହିବ । କମଳାଂକ ମାତା ଜଣେ ଭାରତୀୟ ଓ ପିତା ଜଣେ ଆଫ୍ରିକୀୟ ହୋଇଥିବାରୁ ଏ ଉଭୟ ଦେଶ ବଂଶୋଦ୍ଭବ ଆମେରିକୀୟ ମାନଂକ ଭୋଟ୍ ଡେମୋକ୍ରାଟ ଦଳ ସପକ୍ଷରେ ଯିବ ଏବଂ ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲଡ ଟ୍ରମ୍ପଂକୁ ହରାଇବାରେ ସହାୟକ ହେବବୋଲି ଡେମୋକ୍ରାଟ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ ଆଶା କରୁଛନ୍ତି ।
ଜଣେ ତାମିଲ ଆମେରିକୀୟ ବା ତାମିଲନାଡୁର ଭାଣିଜି ଆମେରିକାର ଉପରାଷ୍ଚ୍ରପତି ପ୍ରାର୍ଥୀହେବା କଥା ତାମିଲନାଡୁ ଲୋକଂକ ସମେତ ସମସ୍ତ ଭାରତୀୟଂକ ମନରେ ଖୁସି ସଂଚାର କରିଛି ।
ଏଥିରୁ ସୂଚନା ମିଳୁଛି, ସେ ସମୟ ଆଉ ବେଶି ଦୂର ନୁହେଁ, ଯେତେବେଳେ ଭାରତୀୟ ବଂଶୋଦ୍ଭବମାନେ ବିଶ୍ୱର ବହୁ ଦେଶର ଶାସନ ପରିଚାଳନାରେ ଅଂଶ ଗ୍ରହଣ କରି ଭାରତର ଗୌରବ ବଢାଇବା ସହ ଭାରତ ସହିତ ସେ ସବୁ ଦେଶ ମାନଂକର କୂଟନୈତିକ ସମ୍ପର୍କକୁ ଅଧିକ ସୌହାର୍ଦ୍ଦ୍ଯପୂର୍ଣ୍ଣ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିବେ । // gnn//
She has made all Indians proud. Congratulations…..
At least Pandian Sir will be happy to see this post.