ମେ 3 ରୁ 15 ମେଟ୍ରିକ୍ ପରୀକ୍ଷା : ପ୍ରକାଶ ପାଇଲା ବିଜ୍ଞପ୍ତି
୨୦୨୧ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ରେଗୁଲାର ଓ ଏକ୍ସ ରେଗୁଲାର) ପରୀକ୍ଷା ମଇ ୩ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉଭୟ ପରୀକ୍ଷା ଗୋଟିଏ ସିଟିଙ୍ଗରେ ଏବଂ ଗୋଟିଏ ପ୍ରଶ୍ନ ପତ୍ରରେ ହେବ। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ହେବ। ପରୀକ୍ଷାର୍ଥୀମାନେ ଅବଜେକ୍ଟିଭ୍ ପ୍ରଶ୍ନର ଉତ୍ତରଗୁଡିକ “ଓଏମଆର୍” ସିଟ୍ ରେ ଏବଂ ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର “ପ୍ରଶ୍ନ ପତ୍ର ବୁକଲେଟ”ରେ ଦେବେ।
